"ଉଦୟବଟ" ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ l

 ଯାଜପୁର (ବ୍ୟାସନଗର) : - ଗୁରୁବାର  ସକାଳ ୯ ଘଟିକା ଠାରୁ ୧ଘଟିକା ପର୍ଯ୍ୟନ୍ତ "ଉଦୟବଟ" ତରଫରରୁ ବ୍ୟାସନଗର ପୌରପାଳିକା ର ମୁଣ୍ଡମାଳ ହନୁମାନ ମନ୍ଦିର ପାଖ କମ୍ୟୁନିଟି ସେଣ୍ଟର ୱାର୍ଡ ନଂ ୨୪ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଆଖ ପାଖ ଗାଁ ବିର ମଣିପୁର, ଖଣ୍ଡାାହତା, ମୁଣ୍ଡମାଳ, କୋପଣ୍ଡ, ଝାଟିଆସାହି, ନଟପଡା, ନିଉମାର୍କେଟ,ପ୍ଲଟ ସାହି, ସପଗାଡ଼ିଆ, ପଣଶିଆ, ପଦ୍ମପୁର ଗ୍ରାମରୁ ଅନେକ ଲୋକ ନିଜ ନିଜର ଆଖି ମାଗଣାରେ ପରୀକ୍ଷା କରାଇଥିଲେ I ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ପାୱାର ଚଷମା ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ୧୯ ଜଣ ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିଲେ I ୯ ଜଣଙ୍କୁ ଡାଇବେଟିସ ଥିବାରୁ ଔଷଧ ପାଇଁ ପରାମର୍ଶ ଦିଆଯାଇଛି ଏବଂ ୧୦ ଜଣଙ୍କୁ ଚଣ୍ଡିଖୋଲ ସାଇନେତ୍ର ଚକ୍ଷୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l ରୋଗୀମାନଙ୍କ ପାଇଁ ମେଡିକାଲ ତରଫରୁ ସଂପୂୂର୍ଣ୍ଣ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା l ଏହି ଆଖି ପରୀକ୍ଷା ଶିବିର ଟି ଚଣ୍ଡିଖୋଲ ସାଇନେତ୍ର ଚକ୍ଷୁ ଚିକିତ୍ସାଳୟ ର ଡାକ୍ତରୀ ଟିମ ର ସଂଧ୍ୟା ସାଗରୀକା ଦାସ, ଉଦୟବଟ ଇ ନିୟୁଜ ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ, ସ୍ଥାନୀୟ ବ୍ୟାସନଗର ଅଞ୍ଚଳ ର ସମାଜ ସେବୀ ପ୍ରସନ୍ନ କୁମାର ସାମଲ, ହିନ୍ଦୁ ସୁରକ୍ଷାସେନା ଯାଜପୁର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ସନ୍ତୋଷ ବିଶ୍ୱାଳ ପ୍ରମୁଖ ଏହି ଆଖି ପରୀକ୍ଷା ଶିବିରରେ ସହଯୋଗ କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !