ଶ୍ରମିକ ଶୋଷଣ ନୀତି ବିରୋଧରେ ଇମ୍ଫା ମାଇନ୍ସ ଫାଟକ ସମ୍ମୁଖରେ ଗଣଧାରଣା l

ଯାଜପୁର (କାଳିଆପାଣି) :- ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ ଇମ୍ଫା ଖଣିର ଫାଟକ ସମ୍ମୁଖରେ ଆଜି ସକାଳୁ ଇମ୍ଫା ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପକ୍ଷରୁ ୧୧ ଦଫା ଦାବିକୁ ନେଇ ଗଣଧାରଣା ଦେଇଥିବାର ଦେଖିବାକୁ ମିଳିଛି । ଇମ୍ଫା କମ୍ପାନୀ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ଶୋଷଣ କାରୁଥିବାର ଅଭିଯୋଗ ହୋଇଛି । ଶ୍ରମିକଙ୍କ କହିବାନୁଯାଇ ପ୍ରଥମ ଦାବି ସର୍ବମୋଟ ବେତନ ଉପରେ ୨୦ ପ୍ରତିଶତ ବୋନସ,ଗ୍ରାଚ୍ୟୁଇଟି ପେମେଣ୍ଟ,ଇମ୍ଫା କମ୍ପାନୀର ଚିଙ୍ଗୁଡିପାଳ ଖଣିରେ କାର୍ଯ୍ୟ କରୁଥିବା ୭୬ ଶ୍ରମିକଙ୍କୁ ପୁନଃ ନିଯୁକ୍ତି,ଟ୍ରକ ବୋଝେଇ କରୁଥିବା ଲୋଡିଂ ଲେବରଙ୍କୁ ପରିଚୟ ପତ୍ର ଦେବା, ୧୦ବର୍ଷ କିମ୍ବା ୧୦ବର୍ଷ ରୁ ଅଧିକ କଣ୍ଟ୍ରାକ୍ଟର ରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ବିଭାଗୀୟ କର୍ମୀ ଭାବରେ ନିଯୁକ୍ତି କର , କ୍ୟାଣ୍ଟିନ୍ ରେ ମାଗଣା ଚା ଓ ଜଳଖିଆ ସୁବିଧା, ଭୂତଳ ଖଣି ଶ୍ରମିକଙ୍କ ପାଇଁ ଓ କାଳିଆପାଣି ମହାନ୍ତ ସାହି ଓ ମୁଣ୍ଡା ସାହିକୁ ଜଳଯୋଗାଣ ପ୍ରକଳ୍ପ ଆରମ୍ଭ କରିବା ଦାବିକୁ ନେଇ ଖଣି ସମ୍ମୁଖରେ ଗଣଧାରଣା ଶ୍ରମିକସଙ୍ଘ ପକ୍ଷରୁ ଗଣଧାରଣା ଦେଇଥିବାର ଦେଖିବାକୁ ମିଳିଛି ।ଏହି ଗଣ ଧାରଣାରେ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ଯୁଗ୍ମ ସମ୍ପାଦକ ଭରତ ମହାନ୍ତ, ଭଗବତୀ ମହାନ୍ତ,୩୭ନଂ ଜୋନ ଜିଲ୍ଲାପରିଷଦ ଜେମା ଚାଖି, କାଳିଆପାଣି ପଞ୍ଚାୟତର କାର୍ଯ୍ୟରତ ସରପଞ୍ଚ ବିକାଶ କୁମାର ପାତ୍ର, ସମିତିସଭ୍ୟ ସାଲୁକା ହନନଗା,ପୂର୍ବତନ ସମିତିସଭ୍ୟା ସଂଗୀତା ପ୍ରଧାନ, ସମାଜ ସେବୀ ଆଶିଷ କୁମାର ଜେନା ,ଅଶୋକ ପ୍ରଧାନ,ରଞ୍ଜନ ବାରିକଙ୍କ ଶହ ଇମ୍ଫା ଖଣିରେ କାର୍ଯ୍ୟ କରୁଥିବା ଶତାଧିକ କର୍ମଚାରୀ ଗଣଧାରଣା ଦେଇଥିବାର ଦେଖିବାକୁ ମିଳିଥିଲା । ଖଣି ଫାଟକ ସମ୍ମୁଖରେ ୩ ଦିନ ଧରି ଆନ୍ଦୋଳନ ଜାରି, ସମାଧାନର ବାଟ ଫିଟୁନି। ଶ୍ରମିକ ସଂଘ ପକ୍ଷରୁ କମ୍ପାନୀ ଦାବି ମାନି ନ ନେଇଛି ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଉଥିବା ବେଳେ ଖଣି କର୍ତ୍ତୃପକ୍ଷ କହିଛନ୍ତି କି କାଳିଆପାଣି ଖଣି ଅଞ୍ଚଳରେ ଥିବା ସମସ୍ତ କମ୍ପାନୀ ମାନଙ୍କ ଠାରୁ ଅଧିକ ବୋନସ ଆମ କମ୍ପାନୀ ଶ୍ରମିକଙ୍କୁ ପ୍ରଦାନ କରିଛି ।ବର୍ତ୍ତମାନ ଯାହା ଶ୍ରମିକଙ୍କ ପକ୍ଷରୁ ଦାବି କରାଯାଇଛି ତାହା ସରକାରୀ ନିୟମ ବାହାରେ ବୋଲି ମତ ରଖିଛନ୍ତି । ସୁକିନ୍ଦା ରିଜିନ କ୍ରୋମାଇଟି ଖାଦାନ ମଜଦୂର ସଙ୍ଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର ,ଯୁଗ୍ମ ସମ୍ପାଦକ ଭରତ ମହାନ୍ତ ,ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖିଙ୍କ ସମେତ ଖଣି ପ୍ରଭାବିତ ୫ ପଞ୍ଚାୟତର ଜନ ପ୍ରତିନିଧିଙ୍କ ସହିତ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଖଣିର ଫାଟକ ସମ୍ମୁଖରେ ଧାରଣାରେ ବସିଥିବାର ଦେଖିବାକୁ ମିଳିଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !