ବର୍ଷାରେ ଭୁଶୁଡ଼ି ପଡ଼ିଲା ତୋରଣ l

ଯାଜପୁର - ବ୍ୟାସନଗର ସହର ଗୋପବନ୍ଧୁ ଛକରେ ଭୁଶୁଡିପଡିଲା ତ୍ୱରଣ ଫଳରେ ୨ ଟି ଅଟୋ ତଳେ ଚାପିହୋଇଥିଲା I ଜଣେ ଡ୍ରାଇଭର ଦୌଡ଼ି ଚାଲିଯାଇଥିବା ବେଳେ ଅନ୍ୟଜଣେ ଗୁରୁତ୍ୱ ଆହତ ହୋଇଥିବା ଶୁଣିବାକୁ ମିଳିଛି l ବିଗତ ୨ ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ଏଥିରେ ଅତିଷ୍ଠ ହୋଇପଡ଼ିଛନ୍ତି ସହର ବାସୀ l ତା ସାଙ୍ଗକୁ ସହରରେ ପାଳିତ ହେଉଛି ପବିତ୍ର ଦଶହରା ପର୍ବ l ମାଙ୍କ ପୂଜାକୁ ଆକର୍ଷଣୀୟ କରିବାକୁ ବିଭିନ୍ନ ଜାଗାରେ ବଡ଼ ବଡ଼ ତ୍ୱରଣ ଗୁଡିକ ନିର୍ମାଣ ହୋଇଥିଲା ଏବଂ ଉତ୍ସବ ପାଇଁ ସହର ବାସୀଙ୍କ ମନରେ ଉତ୍ସାହ ଉଦ୍ଦୀପନା ଭରିରହିଥିବା ବେଳେ ଆଜି ଗୋପବସନ୍ଧୁ ଛକରେ ଘଟିଯାଇଛି ଏକ ଅଘଟଣ I ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୨ ଘଟକା ସମୟରେ ହଠାତ ଲଘୁଚାପ ଜନିତ ପ୍ରବଳ ବର୍ଷା ଓ ପବନ ହୋଇଥିଲା l ଏହି ପବନରେ ଯାତାୟାତ ଲୋକମାନଙ୍କ ମଧ୍ୟରେ ବାଧାପ୍ରାପ୍ତ ହୋଇଥିଲା l ତୀବ୍ର ପବନ ଯୋଗୁ ଗୋପବନ୍ଧୁ ଛକରେ ନିର୍ମାଣଧୀନ ତ୍ୱରଣଟି ହଠାତ ଭୁଶୁଡି ପଡିଥିଲା l ଫଳରେ ଦୁଇ ପାର୍ଶ୍ଵରେ ଯାଉଥିବା ଦୁଇଟି ଅଟୋ ଓପରେ ଉଜୁଡି ପଡିଥିଲା ଏବଂ ଜଣେ ଅଟୋ ଡ୍ରାଇଭର ଦଉଡି ଚାଲି ଯାଇଥିବାବେଳେ ଅନ୍ୟଜଣେ ଘଟଣାସ୍ଥଳରେ ଚାପି ହୋଇଯାଇଥିଲେ I ଖବର ପାଇ ପୂଜା କମିଟି ସଦସ୍ୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ଏବଂ ସ୍ଥାନୀୟ ଯାଜପୁର ରୋଡ଼ ପୋଲିସ ଓ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ l ଉଭୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଅବରୋଧ ତ୍ବରଣଟିକୁ ହଟାଇବାକୁ ପୂଜାକମିଟିର ସହଯୋଗରେ ପ୍ରୟାସ ଜାରିରଖିଥିଲେ ଏବଂ ସହରର ମୂଖ୍ୟ ରାସ୍ତାଟି ଅବରୋଧ ଯୋଗୁ ଦୀର୍ଘ ସମୟ ଧରି ଯାତାୟତରେ ବାଧାପ୍ରାପ୍ତ ହୋଇଛି l  ଅନ୍ୟପଟେ ତ୍ୱରଣଟି ଅଟୋ ଉପରେ ଭୁଶୁଡି ପଡିବା ଫଳରେ ଅଟୋ ଡ୍ରାଇଭରଙ୍କ ହାତ ଭାଙ୍ଗି ଯାଇଥିବା ଶୁଣିବାକୁ ମିଳିଛି l ଦୁଇଟି ଅଟୋ ଏବଂ ଡ୍ରାଇଭର ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି I 


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !