ସୁକିନ୍ଦାରୁ ପୁରୁଖା ବିଜେଡି ନେତାଙ୍କ ଦଳ ପରିତ୍ୟାଗ l

 


ଯାଜପୁର (ସୁକିନ୍ଦା ): - ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ସୁକିନ୍ଦା ବ୍ଲକ ର ବିଜେଡି ର ବରିଷ୍ଠ ସଂଗଠକ ମାନେ ଦଳ ପରିତ୍ୟାଗ କରିବା ଘଟଣା ଦେଖିବାକୁ ମିଳିଛି l ଗତକାଲି ବିଜେଡି ଦଳର ସକ୍ରିୟ ସଂଗଠକ ସୁକିନ୍ଦା ବିଜଦର ବିଶିଷ୍ଠ ସଦସ୍ୟ ଅମଳେନ୍ଦୁ ବେହୁରା ବିଜେଡି ଦଳ ପରିତ୍ୟାଗ କରି ଭାଜପାରେ ବିଧିବଦ୍ଧ ଭାବେ ଯୋଗ ଦେଲେ l ସେହିଭଳି ତିନି ଦଶନ୍ଧି ଧରି ବିଜେଡି ରେ କାର୍ଯ୍ୟ କରି ସଂଗଠନ କୁ ମଜଭୁତ କରିବା ରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ସେକ୍ ଜାହାଙ୍ଗୀର ଖାନ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି ବିଜେଡି ଦଳ ତାଙ୍କୁ ଅଣ ଦେଖା କରିବାରୁ ଅସନ୍ତୁଷ୍ଟ ହୋଇ ଦଳ ପରିତ୍ୟାଗ କରିଛନ୍ତି l ସେ କହିଥିଲେ ଯେ ତିନି ଦଶନ୍ଧି ଧରି ପୂର୍ଵତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଓ ବର୍ତମାନ ର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେ଼ଇ ସହିତ ରହି ବିଜେଡି ଦଳ ପାଇଁ କାର୍ଯ୍ୟ କରି ଆସୁଥିଲେ କିନ୍ତୁ ଦଳ ତାଙ୍କୁ ଅଣଦେଖା କରିବାରୁ ସେ ଦଳ ଛାଡିବାକୁ ବାଧ୍ୟ ହେଲେ l ସେ କହିଛନ୍ତି ଆଗାମୀ ଦିନରେ ସୁକିନ୍ଦା ଅଞ୍ଚଳର ବିକାଶ ଏବଂ ସଂଖ୍ୟାଲଘୁ ମାନଙ୍କର ଉନ୍ନତି ପାଇଁ ବିକଳ୍ପ ଦଳ


ହିସାବରେ ଆମ ଆଦମୀ ପାର୍ଟି ରେ ଯୋଗ ଦେବେ l ଆଗାମୀ ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ଗୁଡିକ ସେମାନଙ୍କ ଗୋଟିଚାଳନା ଆଜିଠାରୁ ଆରମ୍ଭ କରିଦେଲେଣି l ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବୁଥ୍ ସ୍ତରରୁ ଯାହା ଶୁଣିବାକୁ ମିଳୁଛି ବିଜେଡ଼ି ଦଳର ପୁରୁଖା ନେତା ମାନଙ୍କୁ କୋଣଠେସା ଦିଆଯାଉଥିବା ହେତୁ ପୁରୁଖା ନେତା ଦଳ ଛାଡ଼ିବାକୁ ବାଧ୍ଯ ହେଇଛନ୍ତି l ରାଜନୈତିଜ୍ଞ ଙ୍କ ମତରେ ୨୦୨୪ ନିର୍ବାଚନ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ରାଜନୈତିକ ଚିତ୍ରପଟ ବଦଳିବା ପରି ଜଣା ପଡୁଛି l କାରଣ ବରିଷ୍ଠ ନେତା ଙ୍କୁ ବାଦ୍ ଦେଇ ଯୁବପିଢ଼ି ଙ୍କୁ ନେଇ ବିଜେଡ଼ି ତାର ନିର୍ବାଚନ ଲଢ଼ି ପାରେ ! 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !