ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଜନସାଧାରଣ ଙ୍କ ଗମନାଗମନ ସୁବିଧା ପାଇଁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ I

ଯାଜପୁର (ବ୍ୟୁରୋ ରିପୋର୍ଟ ) - ଯାଜପୁର ଜିଲ୍ଲାର ଡୁବୁରୀ - ଚଣ୍ଡିଖୋଲ - ପାରାଦୀପ ଜାତୀୟ ରାଜପଥ ର ବ୍ରାହ୍ମଣୀ ନଦୀ ସେତୁ ର ମରାମତି ଓ ଦିତୀୟ ସେତୁ ନିର୍ମାଣ ପାଇଁ ସରକାରୀ ସ୍ତରରେ ଏହି ସେତୁ ଦେଇ ଗମନାଗମନ ବନ୍ଦ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି l ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ଙ୍କ ଗମନାଗମନ ସୁବିଧା ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ଶରତ ରାଉତ ଙ୍କ ପରାମର୍ଶ କ୍ରମେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର କଗ୍ରେସ କମିଟି ପକ୍ଷରୁ ଏକ ଟିମ୍ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l କଗ୍ରେସ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବ୍ରହ୍ମଣୀ ନଦୀ ସେତୁ ବନ୍ଦ ହୋଇଗଲେ ସମସ୍ତ ଭାରିଯାନ ମାନପୁର ଓଭର୍ ବ୍ରିଜ୍ ଦେଇ ଯାତାୟତ କରିବ I ଏମିତିରେ ଦେଖିବାକୁ ଗଲେ ଡ଼ୁବୁରୀ - ଯାଜପୁର ରୋଡ଼ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଛି l କାରଖାନା ଯୋଗୁଁ ଗାଡ଼ି ସଂଖ୍ୟା ବୃଦ୍ଧି ପାଇଛି, ମାନପୁର ଓଭର ବ୍ରିଜ ଏବେ ବିପଦ ସଙ୍କୁଳ ଅବସ୍ଥାରେ ଅଛି l ଯଦି ଏହି ରାସ୍ତା ଦେଇ କାରଖାନାର ଓ ଅନ୍ୟାନ୍ୟ ଭାରିଯାନ ଚଳାଚଳ କରେ କୌଣସି ମୁହୂର୍ତ୍ତରେ ଅଘଟଣ ଘଟିପାରେ! କାରଖାନା କୁ ଆସୁଥିବା ଗାଡିଗୁଡିକ ରାସ୍ତାର ଉଭୟ ପାର୍ଶ୍ବରେ ପାର୍କିଂ କରୁଥିବାରୁ ପ୍ରାୟ ଦୈନିକ କିଛି ନା କିଛି ଦୁର୍ଘଟଣା ଘଟୁଛି l ଏହା ଦ୍ଵାରା ଧନଜୀବନ ନଷ୍ଟ ହେବାର ନଜିର ରହିଛି l ତେଣୁ ବ୍ରାହ୍ମଣୀ ସେତୁ ବନ୍ଦ ପୂର୍ବରୁ ଏହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ କମିଟି l କମିଟି ପକ୍ଷରୁ ଯୁବ କଂଗ୍ରେସ ସଭାପତି କୃପାସିନ୍ଧୁ ସାମନ୍ତରାୟ, ରଶ୍ମିରଞ୍ଜନ ରାଜ୍, ରଞ୍ଜିତ ରାୟ, ରାଇଚରଣ ମହାନ୍ତି ଏବଂ ଦୟାନିଧି ପଲେଇ ଦାବିପତ୍ର ପ୍ରଦାନ କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !