ବିସ୍ଥାପିତ ଙ୍କ ଆନ୍ଦୋଳନ ର ସମାପ୍ତି, ଦାବି ପୂରଣ ପାଇଁ ଜିନ୍ଦାଲ ଷ୍ଟିଲ ର ସହମତି l

ଯାଜପୁର(କଳିଙ୍ଗନଗର) :- ଜିଲ୍ଲା ର ଦାନଗଦି ବ୍ଲକ ଅନ୍ତର୍ଗତ ଜେସିଡ଼ିଏଲ କଳିଙ୍ଗନଗର ଠାରେ ବିସ୍ଥାପିତ ପରିବାର ଓ ମାନ୍ୟବର ମନ୍ତ୍ରୀ ଗ୍ରାମ୍ଯଉନ୍ନୟନ ଶ୍ରୀଯୁକ୍ତ ପ୍ରିତିରଞ୍ଜନ ଘଡ଼ାଇ ଓ ଜିନ୍ଦାଲ ଷ୍ଟିଲ ର ଅଧିକାରୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ବିସ୍ଥାପିତ ଲୋକମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା l ବିସ୍ଥାପିତ ହୋଇଥିବା ପରିବାରଙ୍କ ବିଭିନ୍ନ ଦାବିକୁ ବିଚାର କୁ ନେଇ ତାଙ୍କ ଦାବି ଅନୁଯାୟୀ ଯେଉଁ ବିସ୍ଥାପିତ ପରିବାରର ବିଧବା ମହିଳା ଅଛନ୍ତି ସେମାନଙ୍କୁ ଜେଏସଏଲ୍ କାରଖାନାରେ ପ୍ରଥମେ ସ୍ଥାୟୀ ନିଯୁକ୍ତି ଯୋଗ୍ୟତା ଭିତ୍ତିରେ ଦିଆଯିବ।ସମୁଦାୟ ୨୭ ଜଣ ବିଧବା ମହିଳାଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ। ତାପରେ ବିଭିନ୍ନ ସ୍ତରରେ ସ୍ଥାନୀୟ ଯୁବକ ମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ। ମୋଟ ୨୭ ଜଣ ଜମିହରା ଯୁବକଙ୍କୁ ବିଭିନ୍ନ ସ୍ତରରେ ନିଯୁକ୍ତି ଦିଆଯିବ।ଏହି ପରିପ୍ରେକ୍ଷୀରେ କାରଖାନାର ଅଧିକାରୀ ବିସ୍ଥାପିତ ପରିବାରର ଅନେକ ସମସ୍ୟାକୁ ହୃଦୟଙ୍ଗମ କରି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।ଯାହାଫଳରେ ଆଜକୁ ୮ ଦିନହେବ ଚାଲିଆସୁଥିବା ବିସ୍ଥାପିତ ପରିବାର ଙ୍କ ଆନ୍ଦୋଳନର ସମାପ୍ତି ଘଟିଛି।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜେ ଏସ୍ ଏଲ୍ ର ଶସିସେଖର ଉପାଧ୍ୟାୟ ଆବାସିକ ନିର୍ଦ୍ଦେଶକ ,ଅଧିକାରୀ ନୀଳମାଧବ ରଥ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର,ଯାଖପୁରା ଥାନା ଅଧିକାରୀ ଜଗଦୀଶ କର, ଭୂଅର୍ଜନ ଅଧିକାରୀ ଶ୍ରୀ ନାରାୟଣ ଦୀକ୍ଷିତ,ବିସ୍ଥାପିତ ପରିବାର ପକ୍ଷରୁ ଆଯାହାର ଅହମଦ ଖାଁ ପ୍ରମୁଖ ଯୋଗଦେଇଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !