କବାଡ଼ିଆ ଗୋଦାମ ରେ ଭୟାଭୟ ଅଗ୍ନିକାଣ୍ଡ, l


 ଯାଜପୁର(କୋରେଇ) - ଜିଲ୍ଲା ର କୋରାଇ ବ୍ଲକ୍ ଅନ୍ତର୍ଗତ ଧନେଶ୍ଵର ଛକ ନିକଟସ୍ଥ ଏକ କବାଡିଆ ଗୋଦାମରେ ଭୟାଭୟ ଅଗ୍ନିକାଣ୍ଡ ଘଟିଯାଇଛି। ସୂଚନା ମୁତାବକ ଆଜି ସକାଳ ୧୧ଘଟିକା ସମୟରେ ଧନେଶ୍ଵର ଛକ ନିକଟସ୍ଥ ଏକ କବାଡିଆ ଗୋଦାମରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା I ଅଗ୍ନିକାଣ୍ଡ ଅତ୍ୟନ୍ତ ଭୟାଭୟ ଥିବା ସ୍ଥାନୀୟ ଲୋକେ କହିଛନ୍ତି I ଏହାର ଖବର ପାଇ ୫ଟି ଅଗ୍ନିଶମ ବାହିନୀ ର ସାତ ଗାଡ଼ି ସେଠାରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଓ କୋରାଇର ପ୍ରଶାସନ ବିଭାଗ ଉପସ୍ଥିତ ରହି ସହଯୋଗ ଜାରି ରଖିଛି ଏହି ଭୟାବହ ଅଗ୍ନିକାଣ୍ଡ ଦ୍ଵାରା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହେଇଯାଇଛି । ଗୋଦାମ ଗୃହ ରୁ ଗୋଦାମର କର୍ମଚାରୀ ମାନେ ବର୍ତିଯାଇଛନ୍ତି। । ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରି ବହୁ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା l କେଉଁ କାରଣରୁ ନିଆଁ ଲଗିଲା ଏହା ଜଣାପଡ଼ି ନ ଥିଲା ବେଳେ ଏହାର ସଠିକ୍ କାରଣ ବାହାର କରିବାକୁ ପ୍ରଶାସନ କୁ ଜନସାଧାରଣଙ୍କ ଦାବୀ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !