ପ୍ରେମ ବ୍ୟାପାର କୁ କେନ୍ଦ୍ର କରି ପ୍ରେମିକାର ଭାଇକୁ ଖଣ୍ଡା ହାଣିଲା ପ୍ରେମିକ l

ଯାଜପୁର (କାଳିଆପାଣି) :- ବିଜେଡି ନେତାଙ୍କ ଗୁଣ୍ଡାଗିରି ପହଁଞ୍ଚିଛି ପରମ ସୀମରେ ଗତ କାଲି ରାତି ପାଖାପାଖି ୯ ଘଟିକା ସମୟରେ କାଳିଆପାଣି ଖଣି ଅଞ୍ଚଳ ସ୍ଥିତ ଟାଟା ତାରିଣୀ ବଜାରର ହାଡ଼ୱାର ଦୋକାନୀ ସନ୍ତୋଷ ମହାପାତ୍ରଙ୍କ ପୁଅ ଜିତେନ୍ଦ୍ର ମହାପାତ୍ର(୨୫)ଙ୍କୁ ରାସୋଳ ଗ୍ରାମର ବିରେନ ସାମଲ(ଶାନ୍ତନୁ ) ପ୍ରେମ ବ୍ୟପାରକୁ କେନ୍ଦ୍ର କରି ଖଣ୍ଡାରେ ଦୁଇ ଗୋଡ଼କୁ ହାଣି ପକାଇ ଥିଲା l ଏହି ସମୟରେ ପୁଅ ଜିତେନ୍ଦ୍ର ର ଚିତ୍କାର ଶୁଣି ବାପା ସନ୍ତୋଷ ଧାଇଁ ଆସି ପୁଅର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିଥିବା ବେଳେ ତାଙ୍କୁ ମଧ୍ଯ ଛାଡ଼ି ନ ଥିଲା ଦୁର୍ବୃତ୍ତ I ଗୁରୁତର ଆହତ ମଧ୍ୟ ହୋଇଥିଲେ ସନ୍ତୋଷ ମହାପାତ୍ର I ସଙ୍ଗେ ସଙ୍ଗେ ପୋଲିସ ପ୍ରଶାସନର ପିସିଆର ଗାଡି ଯୋଗେ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ନେଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସନ୍ତୋଷ ମହାପାତ୍ରଙ୍କୁ କଟକ ସ୍ଥାନାନ୍ତର କରିଥିବା ବେଳେ ପୁଅ ଜିତେନ୍ଦ୍ରଙ୍କ ମୃତ୍ୟ ହୋଇଥିବାର ସୂଚନା ଦେଇଥିଲେ ଡାକ୍ତର I ଏହି ମୃତ୍ୟୁକୁ କେନ୍ଦ୍ର କରି ଆଜି ସକାଳ ୫ଘଟିକା ଠାରୁ ଟାଟା ବଜାର ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ତାରିଣୀ ବଜାର ସମ୍ମୁଖରେ ଓ ବାମ୍ବିଲୋ ଛକରେ ଟାୟାର ଜାଳି ରାସ୍ତା ରୋକ କରାଯାଇଥିବାର ଦେଖିବାକୁ ମିଳିଥିଲା । ଆସାମୀ ଶାନ୍ତୁନୁ ସାମଲ ନାମରେ କାଳିଆପାଣି ଥାନାରେ ଆଗରୁ ଏକାଧିକ ମାମଲା ରୁଜୁ ହୋଇଛି l ଆସାମୀ ଶାସାକ ବିଜୁଜନତା ଦଳର ଜଣେ ସକ୍ରିୟ ସଦସ୍ୟ ହୋଇଥିବାରୁ ପୋଲିସ ଗିରଫ କରି ନ ଥିବାର ଅଭିଯୋଗ ହୋଇଛି l ସେପଟେ ଆସାମୀ ଖୁଲମ୍ ଖୋଲା ଗୁଣ୍ଡାଗିରି ଓ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ ମଧ୍ୟ କାଳିଆପାଣି ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନ ଥିବା ଯୋଗୁ ଶତାଧିକ ମହିଳା ଦୋଷୀକୁ ଶୀଘ୍ର ଗିରଫ କରିବା ଦାବିରେ ରାସ୍ତା ରୋକ କରିବା ସହିତ ଆସାମୀ ର ଟ୍ରକ୍ ଗାଡିକୁ ଜାଳି ଦେଇଥିଲେ । ପୋଲିସ ଆସାମୀ କୁ ଗିରଫ କରିବା ବଦଳରେ ଆସାମୀ ର ଗାଡି କାହିଁକି ଜାଳିଲ ଏବଂ ରାସ୍ତା ରୋକ କାହିଁକି କଲ ବୋଲି ଜନସଧାରଣଙ୍କ ଉପରେ ନାଲି ଆଖି ଦେଖାଉଛି ବୋଲି ଆନ୍ଦୋଳନକାରୀମାନେ ମାନେ କହୁଛନ୍ତି l ଆସାମୀ ବୀରେନ୍ ସାମଲ ସଶାକ ଦଳର କାଙ୍କଡ଼ପାଳ ପଞ୍ଚାୟତର ପ୍ରଭାରୀ ଥିବାରୁ ପୋଲିସ୍ ତଦନ୍ତ ବାଟବଣା କରିବାକୁ ଚେଷ୍ଟା କରୁଛି ନେଇ ଅଭିଯୋଗ ହେଉଛି l ଏଠି ଖୁଲମ ଖୋଲା ପୋଲିସ ପ୍ରଶାସନ ଆସାମୀ କୁ ସମର୍ଥନ କରୁଛି କହିଲେ କିଛି ଭୁଲ ହେବ ନାହିଁ ବୋଲି କହିଛନ୍ତି ଜନସାଧାରଣ ।ଟାଟା ବଜାର ଖଣି ଅଞ୍ଚଳର ଏକ ଜନଗହଳି ପୂର୍ଣ୍ଣ ବଜାର ହୋଇଥିଲେ ମଧ୍ୟ ଏଠି ରାତ୍ରି କାଳୀନ ପେଟ୍ରୋଲିଂ ବ୍ଯବସ୍ଥା ଶୂନ୍ ବୋଲି ମଧ୍ୟ ଅଭିଯୋଗ ହୋଇଛି l ଯଦି ରାତ୍ରି କାଳୀନ ପେଟ୍ରୋଲିଂ କଡାକଡି ଭାବରେ ହୁଅନ୍ତା ଓ ଖଣି ଅଞ୍ଚଳରେ ଏକ ଭଲ ଚିକିତ୍ସାଳୟ ଥାନ୍ତା ତେବେ ଆଜି ଏଠି ଲୋକର ଜୀବନ ରକ୍ଷା ହୋଇପାରି ଥାନ୍ତା ବୋଲି କହିଛନ୍ତି ଏକାଧିକ ଦୋକାନୀ । ଆସାମୀ ଶାସାକ ଦଳର ସମର୍ଥକ ହୋଇଥିବାରୁ ପୋଲିସ ଘଟଣାକୁ ରଫାଦଫା କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛି ବୋଲି ଅଭିଯୋଗ ହେଉଛି l ଆସାମୀକୁ ଫାଶି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି l ଘଟଣା ସ୍ଥଳରେ ସୁରକ୍ଷା ପାଇଁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇ ଥିବା ବେଳେ ଜରୁରୀକାଳୀନ ଯାତାୟତ ଛଡା ପରିବହନ ବ୍ୟବସ୍ତା ସମ୍ପୂର୍ଣ୍ଣ ଠପ ହୋଇପଡିଛି । ଏହି ମାମଲରେ ଅଭିଯୁକ୍ତ କୁ ଗିରଫ କରିବାରେ ସକ୍ଷମ ପୋଲିସ୍ ସକ୍ଷମ ହୋଇଥିଲା ବେଳେ ଅନ୍ୟଜଣେ ଫେରାର୍ ଥିବା ଖବର ମିଳିଛି l ଫେରାର ହୋଇଥିବା ଅଭିଯୁକ୍ତ କୁ ଗିରଫ କରାଯିବ ଓ ଆଶମୀଙ୍କ ଟାଟା ବଜାରରେ ଥିବା ଗୃହକୁ ଭଙ୍ଗାଯିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।କାଳିଆପାଣି ପୋଲିସ ପକ୍ଷରୁ କେସ ନଂ ୧୨୧/୨୨ ଦଫା ୩୦୨,୩୦୭,୨୯୪,୫୦୬,୩୭୯,୩୪ ଲଗାଇ ଗିରଫ ହୋଇଥିବା ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇ ଥିବାର ସୂଚନା ମିଳିଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !