ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ l ଉତେଜନା ରାସ୍ତା ରୋକ l

ଯାଜପୁର (କଳିଙ୍ଗନଗର ) - ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ଥାନା ଅଞ୍ଚଳର ରାବଣା ଛକ ନିକଟରେ ଗାଡ଼ି ଧକ୍କାରେ ଜଣେ ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି l ଘଟଣାରୁ ପ୍ରକାଶ ଯେ ଆଜି ସକାଳ ପ୍ରାୟ ୯ଟା ବେଳେ ପଙ୍କପାଳ ପଞ୍ଚାୟତ , ନୀଳମଣିଦେଇପୂର ଗ୍ରାମର ଆନନ୍ଦ ଚନ୍ଦ୍ର ଜେନା ଙ୍କ ବଡ଼ ପୁଅ ମନମୋହନ ଜେନା (୨୫) ଜିନ୍ଦାଲ ଷ୍ଟିଲ ରେ ଠିକା କର୍ମଚାରୀ ଭାବରେ କାମ କରୁଥିଲେ l କାରଖାନାରେ କାମ ସାରି ନିଜର ମଟର ସାଇକେଲ ଘରକୁ ଫେରିବା ବାଟରେ ରାବଣା ଛକ ନିକଟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା ଫଳରେ ସେହିଠାରେ ତାଙ୍କର ମୃତ୍ୟୁ ହୋଇଥିଲା l ଧକ୍କା ଦେଇଥିବା ଆନ୍ଧ୍ରା ଟ୍ରକ୍ ନଂ AP05TB2115 ଟିକୁ ଜଖପୁରା ପୋଲିସ୍ ଜବଦ କରିଛି l ଏହି ଘଟଣା ପରେ ଉତ୍ୟକ୍ତ ସ୍ଥାନୀୟ ଲୋକେ କ୍ଷତିପୁରଣ ଦାବି କରି ରାସ୍ତାରୋକ କରିଥିଲେ l ପୋଲିସ୍ ଲୋକମାନଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇ ଥିଲାବେଳେ ମରଶରୀର କୁ ପଂଚନାମା ପାଇଁ ସ୍ଥାନୀୟ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଛି I ଜଖପୁରା ପୋଲିସ୍ ଏକ ମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି I 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !