ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ବେଆଇନ୍ ଗିରଫ ପ୍ରତିବାଦ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଓ ପ୍ରତିବାଦ ସଭା l

ଯାଜପୁର (ପାଣିକୋଇଲି)୧୬/୧୨ :- ସୁକିନ୍ଦା ପ୍ରେସ କ୍ଲବ ର ସଭ୍ୟ ଦୀପକ ଭଟ୍ଟାଚାର୍ଯ୍ୟ ଙ୍କୁ ସ୍ଥାନୀୟ ବିଡ଼ିଓଙ୍କ ମିଥ୍ୟା ଓ ମନଗଢା ଅଭିଯୋଗ ରେ ପୋଲିସ ଗିରଫ କରି ଜେଲ ହାଜତକୁ ପଠାଇଦେଇଛି। ଖବର ସଂଗ୍ରହ ପାଇଁ ଦୀପକ ବାବୁ ବ୍ଲକ ଅଫିସ କୁ ଯାଇ ବିଡ଼ିଓ ଙ୍କ ଆକ୍ରମଣ, ଅଶ୍ଳୀଳ ଭାଷା ରେ ଗାଳିଗୁଲଜ ସହ ଶ୍ରୀ ଭଟ୍ଟାଚାର୍ଯ୍ୟ ଙ୍କ ମୋବାଇଲ ଫୋନ କୁ ଛଡେଇ ନେଇ ଚଟାଣରେ ପିଟି ଭାଙ୍ଗି ଦେବା ପରେ ନିଜକୁ ସୁରକ୍ଷା ଦେବା ପାଇଁ ନିଜ ପଦବୀ ର ଅପବ୍ୟବହାର ଏବଂ ଆଇନ ର ଦୁରୁପଯୋଗ କରି ଦିପକ୍ ଙ୍କ ବିରୁଦ୍ଧରେ ସମ୍ପୁର୍ଣ୍ଣ ମିଛ ଏତଲା ଦେଇଛନ୍ତି। ପୋଲିସ ମଧ୍ୟ ଜଣେ ଭୟଙ୍କର ଅପରାଧୀ ଭଳି ତାଙ୍କ ମୋବାଇଲ ଫୋନକୁ ଟ୍ରାକ କରି ରାତି ଅଧରେ ଗିରଫ କରିଛି। ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ର ମୁଳ ଉଦ୍ଦେଶ୍ୟ ହେଲା, ଏପରି ପଦକ୍ଷେପ ଦ୍ଵାରା ସାମ୍ବାଦିକ ମାନଙ୍କ ମନୋବଳ ଭାଙ୍ଗିବ ଏବଂ ଭବିଷ୍ୟତରେ ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରିବା ସହଜ ହେବ।
 ତେବେ ଗଣତାନ୍ତ୍ରର ସୁରକ୍ଷା ପାଇଁ ଅହରହ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ବିରୁଦ୍ଧରେ କରାଯାଇଥିବା ମାମଲାକୁ ପ୍ରତ୍ୟାହାର, ଦୀପକ ଙ୍କୁ ଯଥାଶୀଘ୍ର ଖଲାସ ଏବଂ ଆକ୍ରମଣକାରୀ ବିଡ଼ିଓ ଙ୍କ ବିରୁଦ୍ଧରେ କରାଯାଇଥିବା ମାମଲା ଅନୁଯାୟୀ ତାଙ୍କୁ ତୁରନ୍ତ ଗିରଫ ତଥା ସରକାରଙ୍କ ପକ୍ଷରୁ ବିଡ଼ିଓ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସକାଳ ୧୦ଟା ବେଳେ ପାଣିକୋଇଲି ସ୍ଥିତ ଏସପି ଙ୍କ କାର୍ଯ୍ୟାଳୟ ନିକଟରେ, ଗଣଧାରଣା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଜରିଆରେ ପୋଲିସ୍ ମହାନିର୍ଦ୍ଦେଶକ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ସୁବାସ ଚନ୍ଦ୍ର ଧଳ ଙ୍କ ନେତୃତ୍ଵରେ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ମାନେ ବହୁସଂଖ୍ୟକ ଉପସ୍ଥିତ ଥିଲେ l ଏହି ଅବସରରେ SUJ ର ରାଜ୍ଯ ସଭାପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାୟକ ଏବଂ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବେଣୁଧର ପଣ୍ଡା ଉପସ୍ଥିତ ରହି ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ l 
    

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !