ଅଲେଖପୁର ଗ୍ରାମରେ ଲଷ୍ମୀନାରାୟଣ ଙ୍କ ପୂଜା ଉତ୍ସବ ଧୁମ଼ଧାମରେ ପାଳନ l

ଯାଜପୁର(କଳିଙ୍ଗନଗର) :- ଜିଲ୍ଲା ର ଦାନଗଦି ବ୍ଲକ ଗୋବର୍ଦ୍ଧନ ପୁର ଗ୍ରାମପଞ୍ଚାୟତ ଅଲେଖପୁର ଗ୍ରାମରେ ଷଷ୍ଠ ବାର୍ଷିକ ଲଷ୍ମୀନାରାୟଣ ପୂଜାତ୍ସବ ଅନୁଷ୍ଠିତ ହୋଇଯାଇଛି l ମାର୍ଗଶିର ମାସ ବିଛା ସଂକ୍ରାନ୍ତି ରେ ଲଷ୍ମୀନାରାୟଣ ଙ୍କ ପୂଜା ପାଇଁ ମାଟି ଉଠା ଯାଇ ଚଳିତ ମାସ ଧନୁ ସଂକ୍ରାନ୍ତି ରେ ଆରମ୍ଭ ହୋଇଥାଏ ପୂଜା l ଏହି ପୂଜା ର ବିଶେଷତ୍ୱ ସମସ୍ତ ଙ୍କୁ ଆଧ୍ୟାତ୍ମିକ ଚେତନା ରେ ଉଦୃତ କରିବା ଓ ଭାଇଚାରା ସମ୍ପର୍କ ସୃଷ୍ଟି କରିବା l ଏହି ପୂଜାରେ ସନ୍ଥ ପୂଜନ, ସାଧୁ ପୂଜନ, ପୂଜ୍ୟ ପୂଜାର ପାଳନ, ଶକ୍ତି ପ୍ରତୀକ ମା ଭଉଣୀ ମାନଙ୍କୁ ସମ୍ମାନ ପ୍ରଦାନ, ସୂର୍ଯ୍ୟ ପୂଜନ, ଗୁରୁ ପୂଜନ ଗୋ ପୂଜନ ଏହି ସବୁ ପୂଜନ ଏବଂ ଯଜ୍ଞ ର ଆୟୋଜନ ହୋଇଥାଏ l ଏହି ପୂଜା ୫ ଦିନ ଧରି ଚାଲିଥିବା ବେଳେ ପୂଜା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥାଏ l ଭଜନ ସନ୍ଧ୍ୟା, ସନ୍ଥ ଓ କିଛି ସମାଜସେବି ଙ୍କୁ ପୁରସ୍କାର, କୁନିକୁନି ପିଲାମାନଙ୍କ ପାଇଁ *"କୁନିକୁନି ତାରାଫୁଲ"* କାର୍ଯ୍ୟକ୍ରମ ମାନ ଦେଖିବାପାଇଁ ମିଳିଥିଲା l ଆଗାମୀ ଦିନରେ ଆହୁରି ଯୁବପିଢ଼ି ଙ୍କୁ ନେଇ ଏହି ପୁଜା ଉତ୍ସବ ପାଳନ କରାଯିବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !