ଦେଭ ଇଣ୍ଟର ନେସନାଲ ସ୍କୁଲର ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳନ l


(କୁନିକୁନି ଛାତ୍ରଛାତ୍ରୀ ଙ୍କ ନୃତ୍ୟ ରେ ଦର୍ଶକ ବିଭୋର) 
ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ଦେଭ ଇଣ୍ଟର ନେସନାଲ ସ୍କୁଲର ବାର୍ଷିକ ଉତ୍ସବର ପ୍ରଥମ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ କୁନିକୁନି ପିଲା l ଏଥି ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଏବଂ ବିଦ୍ୟାଳୟର ବାର୍ଷିକ ପତ୍ରିକା "ଉତ୍ସାହନ" ର ଶୁଭ ଉନ୍ମୋଚିତ କରାଯାଇଥିଲା। ଅପରାହ୍ନ ୪ ଘଟିକା ଠାରୁ ଏହି କର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫକୀର ମୋହନ ୟୁନିଭର୍ସିଟି ର ପୂର୍ବତନ ଭାଇସ ଚାନ୍ସେଲର ଡ଼. କୁମରବର ଦାସ ,ସମ୍ନାନିତ ଅତିଥି ଭାବେ ସେଂଚୁରିଆନ ୟୁନିଭର୍ସିଟି ର ଭାଇସ ଚାନ୍ସେଲର ଡ଼.ସୁପ୍ରିୟା ପଟ୍ଟନାୟକ, ପ୍ରଫେସର ଡ଼.ପ୍ରସନ୍ନ କୁମାର ସାହୁ,ଆଡଭୋକେଟ ନାରାୟଣ ପ୍ରସାଦ ପତି, ଆଇଆଇଟିଆନ ସତ୍ଵିକ ଦାସ ,ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ କୁଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳିତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଶିକ୍ଷା ସହିତ କଳାର ମହତ୍ତ୍ୱ ବି ରହିବା ଦରକାର। ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ହେଲେ ବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ହେବା ଦରକାର ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ।ଏହି ଉତ୍ସବ ରେ ସର୍ବପ୍ରଥମେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ତତ୍ପରେ ଓଡିଶୀ ନୃତ୍ୟ, ସମ୍ବଲପୁରୀ, କରାଟେ,ଫେସନ ଶୋ ଭଳି ଅନେକ ଆକର୍ଷକ ନୃତ୍ୟରେ ରଙ୍ଗମଞ୍ଚ ଝଲସି ଉଠିଥିଲା। ଏହି ଉତ୍ସବ ରେ ନର୍ସରୀ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ହଜାର ହଜାର ଅଭିଭାବକ ଓ ଦର୍ଶକ ନୃତ୍ୟ କୁ ଆନନ୍ଦ ଉତ୍ସାହର ସହ ଉପଭୋଗ କରିଥିଲେ। କିଛି କୃତି ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ମଞ୍ଚରେ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ପ୍ରଧାନଆଚାର୍ଯ୍ଯ ପ୍ରସାଦ ଚନ୍ଦ୍ର ଖଣ୍ଡାଲ, ଉପପ୍ରଧାନାଚାର୍ୟ ଆର ଏନ ରୟତ ସିଂ ତଦାରଖ କରିଥିଲେ।। ଏକାଡେମୀକ ମୁଖ୍ୟ ସୋନିଆ ବେଦୀ ଓ ବଲବୀର ସିଂ ସମସ୍ତ ଦାଇତ୍ଵ ସୁଚାରୁ ରୁପେ ସମ୍ପାଦନ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନୃତ୍ୟ ପରିବେଷଣ ରେ ପୂର୍ଣ୍ଣ ସହଯୋଗ କରିଥିଲେ। ଏଥି ସହ ବିଦ୍ୟାଳୟ ପରିସରରେ ଷ୍ଟଲର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ଅନେକ ପ୍ରକାରର ସ୍ୱାଦିଷ୍ଟ ଭୋଜନ ଯେପରିକି ଦହିବରା ,ମଂଚୁରିଆନ,ବିରୀୟାନି, ଆଇସକ୍ରିମ, ଦୋଷା, ଆଦି ର ଭରପୁର ମଜା ଉଠାଇଥିଲେ ଦର୍ଶକ। ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ଶିକ୍ଷା ସହ ନୃତ୍ୟ ଗୀତ ପିଲାଙ୍କ ପାଇଁ ନିତାନ୍ତ ଜରୁରୀ ବୋଲି କହିବା ସହ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !