ସାମଗ୍ରିକ ପ୍ରଦର୍ଶନରେ ସୁକିନ୍ଦା କ୍ରୋମାଇଟ୍‌ ଖଣିକୁ ପ୍ରଥମ ସ୍ଥାନ ସହ ଟାଟା ଷ୍ଟିଲ ମାଇନିଂ ୭ଟି ପୁରସ୍କାରରେସମ୍ମାନିତ I


(୨୪ ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ୨୦୨୨-୨୩) 
ଯାଜପୁର (କଳିଙ୍ଗନଗର) :- ୨୪/୧/୨୦୨୩: ଅଗ୍ରଗାମୀ, ଦୀର୍ଘସ୍ଥାୟୀ ଓ ଲକ୍ଷ୍ୟଭିଭିନ୍ନ ପଦକ୍ଷେପ ସହିତ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏସ୍ଏଲ୍) ଭୁବନେଶ୍ବର କ୍ଷେତ୍ରରେ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସର ପ୍ରତ୍ୟେକ୍ଷ ତତ୍ତ୍ବାବଧନାରେ ଭୁବନେଶ୍ବରଠାରେ ଆୟୋଜିତ ୨୪ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମୂଲଏମ୍‌ସି) ସପ୍ତାହ ୨୦୨୨-୨୩ ପାଳନ ଅବସରରେ ସାମଗ୍ରିକ ପ୍ରଦର୍ଶନ ବିଭାଗରେ ପ୍ରଥମ ମୁରସ୍କାର ହାସଲ କରିଛି ।ଗ୍ରୁପ୍ -୨ ଅନ୍ତର୍ଗତ ଟିଏସ୍ଏମ୍ଏଲ୍ ସୁକିନ୍ଦା କ୍ରୋମାଇଟ୍‌ ଖଣି ସାମଗ୍ରିକ ପ୍ରଦର୍ଶନ ଓ ଦୀର୍ଘସ୍ଥାୟୀ ବିଦାଶରେ ପ୍ରଥମ ପୁରସ୍କାର ଓ ଦନୀକରଣରେ ଦ୍ବିତୀୟ ଏବଂ ଉଲ୍ଲେମେସନ୍ ଓ ଥଇଥାନରେ ତୃତୀୟ ପୁରସ୍କାର ହାସଲ କରିଛି । ସେହିପରି ଗ୍ରୁପ୍ -୪ ଅନ୍ତର୍ଗତ ସାରୁଅବିଲ କ୍ରୋମାଇଟ ଖଣିକୁ ୱେଷ୍ଟ ଡମ୍ପ ପରିଚଳନ ରେ ପ୍ରଥମ ଏବଂ କମର୍ଦା କ୍ରୋମାଇଟ ଖଣିକୁ ୱେଷ୍ଟ ଡମ୍ପ ପରିଚାଳନା ଓ ରିଲ୍ଲେମେସନ୍‌ ଏବଂ ୱେଷ୍ଟ ଚର୍ଚ୍ଚାର ଥଇଥାନ ପାଇଁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି ।ଏହି ସଫଳତା ଉପରେ ଖୁସି ପ୍ରକାଶ କରି ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସଚିଜା କହିଛନ୍ତି ଯେ, ‘୭ଟି ପୁରସ୍କାର ହାସଲ କରିବା ନିଶ୍ଚିତ ଭାବେ ଆମ ପାଇଁ ଏକ ଗର୍ବ ର ବିଷୟ । ଏହା ନିଶ୍ଚିତ ଭାବେ ଆମ ଟିମ୍ କୁ ଅଧିକ ପରିଶ୍ରମ ଓ ନୂତନ ମାଇଲଖୁଣ୍ଟ ହାସଲ କରିବାକୁ ପ୍ରୋତ୍ସାହିତ କରିବ ।”ଏହାସହିତ ସେ କହିଛନ୍ତି ଯେ “ଟାଟା ଷ୍ଟିଲ ମାଇନିଂ ସର୍ବଦା ଉତ୍କର୍ଷତାକୁ ଆପଣାଇବା ସହିତ ଏକ ଦାୟିତ୍ବବାନ ଖନନ କମ୍ପାନୀ ଭାବେ ଉଭା ହୋଇଛି । ରୂପାନ୍ତରିତ ମୂଲ୍ୟବୋଧ ଦ୍ବାରା ପରିଚାଳିତ ହେବା ସହିତ ଖଣି ପରିବେଶ ସୁରକ୍ଷା ଓ ଖଣିଜ ସଂରକ୍ଷଣ ଦିଗରେ ଅମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ । ଦୀର୍ଘସ୍ଥାୟୀ ଖନନ ପ୍ରକ୍ରିୟାର ପାଳନ କରି ସାମାଜିକ ସମାନତକୁ ଆମେ ସର୍ବଦା ଗୁରୁତ୍ଵ ଦେଇଆସିଛୁ ।"
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଦିଏଦୂର ଚିପ୍ କଣ୍ଟ୍ରୋଲର ଅଫ୍ ମାଇନ୍ସ ପଙ୍କଜ କୁଲଶ୍ରେଷ୍ଠ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ଖଣି ବିଭାଗର ବରିଷ୍ଠ ମହା ପ୍ରବନ୍ଧଳ ସୁଶାନ୍ତ କୁମାର ମିଶ୍ର, ସୁକିନ୍ଦା ଖଣି ବିଭାଗ ପ୍ରବନ୍ଧକ ସମୂଲ୍ଗୁନଥ ଝା, ଖଣି (ଟିନ୍ ମାଇନ୍ସ) ବିଭାଗ ପ୍ରବନ୍ଧକ ନବୀନ ଶ୍ରୀବାସ୍ତବ ଏବଂ ଏଡିଏମ (ଏସ୍ ଏଚ୍ ଜି ) ଅଜୟ କୁମାର ବିଶ୍ବମ୍ବରନାଥଙ୍କ ସହିତ ଟାଟା ଷ୍ଟିଲ ମାଇନିଂର ଅନ୍ୟ ଅଧିକାରୀମାନେ ପୁରସ୍କାର ଗ୍ରହଣ କରିଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !