ଚାନ୍ଦାକୁ ନେଇ କୁ ନେଇ ଠିକା ଦାର ଙ୍କୁ ମାରଣାସ୍ତ୍ର ଆକ୍ରମଣ ଘଟଣାରେ ଯଖପୁରା ସରପଞ୍ଚ ଙ୍କୁ ଗିରଫ ଦାବି କରି ପୋଲିସ କୁ ଘେରିଲେ ଶତାଧିକ ମହିଳା l

RITA VISION NEWS By Umakanta Mohapatra

ଯାଜପୁର (କଳିଙ୍ଗନଗର) :- ଯଖପୁରାସ୍ଥ ଡ୍ରାସେଲ କମ୍ପାନୀ ପାର୍ଶ୍ୱରେ ଥିବା ମମିତା ଏଣ୍ଟରପ୍ରାଇଜ ଅଫିସ ରେ ପ୍ରସନ୍ନଜିତ ନାୟକ, ଆଶିଷ ଅମିତାଭ, ଓ ସ୍ମୃତିରଞ୍ଜନ ବ୍ରହ୍ମା ଉପସ୍ଥିତ ରହି ନିଜ କାମ କରୁଥିଲେ l ଦିନ ଏକ ଘଟିକା ସମୟରେ ଯଖପୁରା ଗ୍ରାମ ର ୨୦ ରୁ ୩୦ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଅତର୍କିତ ଆକ୍ରମଣ କରି ଗଭୀର ଆଘାତ କରିଥିଲେ, ଏବଂ ପୋଡି ମାରିଦେବା ଉଦ୍ୟମରେ କରି ପେଟ୍ରୋଲ ବମ୍ବ ଫୋପାଡ଼ି ନିଆଁ ଗୁଳା ରେ ଆକ୍ରମଣ କରିଥିଲେ l ସ୍ମୃତିରଞ୍ଜନ ମୁଣ୍ଡକୁ ଏକ ଫାଉଡା ଗଭୀର ଆଘାତ ଚିଣ୍ଟୁନ, ଏବଂ ଆଶିଶ ଅମିତାଭଙ୍କ ହାତ ଭାଙ୍ଗିଯାଇଥିବା ବେଳେ ଚାନ୍ଦା ଉଦ୍ଦେଶ୍ଯ ରେ ଚିଣ୍ଟୁନ ଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଯଖପୁରା ଥାନାରେ ବସିଥିବା ଚିଣ୍ଟୁନ ଙ୍କ ସମର୍ଥକ ମାନେ ସୂଚନା ଦେଇଛନ୍ତି l 



 ଦିନ ଗୋଟାଏ ବେଳେ ଚିଣ୍ଟୁନ ଏବଂ ଅନ୍ୟ ଦୁଇଜଣ ତାଙ୍କ ଯଖପୁରା ସ୍ଥିତ ଅଫିସ ରେ ବସିଥିବା ବେଳେ ଏହି ଆକ୍ରମଣ ହୋଇଥିବା ର ସି ସି ଟିଭି ଫୁଟେଜ ହସ୍ତଗତ ହୋଇଛି l ସୂଚନା ଅନୁଯାୟୀ ଗତ ସପ୍ତାହରେ ପ୍ରସ୍ତାବିତ ଜଟିଆ ଷ୍ଟିଲ ର ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l ଏହି କାମକୁ ହାତେଇବା ପାଇଁ ଯଖପୁରା ଗ୍ରାମର କିଛି ଗୋଷ୍ଠୀ ଯୋଜନା କରିଥିବା ବେଳେ ମମିତା ଏଣ୍ଟରପ୍ରାଇଜେସ କୁ କାର୍ଯ୍ୟାଦେଶ ମିଳିଛି I ତେଣୁ ୫୦ ଲକ୍ଷ ଚାନ୍ଦା ପାଇଁ ଠିକାଦାରୀ ପାଇଁ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ମଧ୍ଯ ଚର୍ଚା ହେଉଛି l ସୁରକ୍ଷା କୁ ନେଇ ଯଖପୁରା ଥାନାରେ ଏକ ଅଭିଯୋଗ କରିଥିଲେ, ଯଦି ପୁଲିସ ଘଟଣା କୁ ଗୁରୁତ୍ଵ ଦେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା ତେବେ ଆଜିର ସ୍ଥିତି ଉପୁଜି ନ ଥାନ୍ତା ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି l ଆଜିର ଏହି ଆକ୍ରମଣ ପରେ ସ୍ମୃତିରଞ୍ଜନ ଙ୍କ ମା ଙ୍କ ପକ୍ଷରୁ ଥାନା ରେ ଅଭିଯୋଗ ହୋଇଛି l ଏହି ଅଭିଯୋଗ ମୁତାବକ ସେହି ଗ୍ରାମର ଶରତ ମଳିକ ଙ୍କ ପୁଅ ପପୁ ମଳିକ ଏବଂ ଦୀପୁ ମଳିକ, ଜିତୁ ମଳିକ ଙ୍କ ସମେତ ପନ୍ଦର ରୁ ଉର୍ଦ୍ଧ ଯୁବକ ସଂଘବଦ୍ଧ ହୋଇ ତାଙ୍କ ପୁଅ ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି l ଏ ନେଇ ଥାନାରେ ମାମଲା ୭/୨୩ ରୁଜ୍ଜୁ କରି ଧାରା

 ୧୪୭.୧୪୮.୩୪୧.୩୨୩.୩୨୪.୩୨୫.୩୦୭.୩୮୫.୧୪୯ଆଇପିସି ରେ ତଦନ୍ତ ଆରମ୍ଭ କରିବା ସହ ପୁଲିସ ଯଖପୁରା ଗ୍ରାମର ପ୍ରଦୀପ ମଳିକ ସମେତ ୭ ଜଣଙ୍କୁ କୁ ଗିରଫ କରି କୋଟ ଚାଲାଣ କରିଛି I ଏହି ଘଟଣା ପରେ ଆଜି ଶତାଧିକ ମହିଳା ଙ୍କ ସହିତ ଆକ୍ରମଣ ର ଶିକାର ହୋଇ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଥିବା ଆହତଙ୍କ ମା' ବାପା ଯଖପୁରା ସରପଞ୍ଚ ରାଜା ସାମଲ ଙ୍କୁ ଗିରଫ କରିବା ପାଇଁ ଥାନା ଘେରାଉ କରିଥିଲେ l ଏହି ପରିପ୍ରେକ୍ଷୀରେ ଏକ ଏତଲା ମଧ୍ୟ ଦେଇଥିଲେ l ଏହାର ତଦନ୍ତ କରିବା ସହିତ ତୁରନ୍ତ ମୁଖ୍ୟ ଆସାମୀ କୁ ଗିରଫ ନ କରିଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି l ଯଖପୁରା ଥାନା ଅଧିକାରୀ ଙ୍କ ପ୍ରତିକ୍ରିୟା ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ତଦନ୍ତ ଚାଲିଛି ଖୁବ୍ ଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !