ପୋଲିସ୍ କୁ ଦାଦାଗିରି ଦେଖାଇବା ମହଙ୍ଗା ପଡ଼ିଲା, ଯଖପୁରା ସରପଞ୍ଚ ଙ୍କ ସମେତ ତିନିଜଣଙ୍କୁ ଗିରଫ କଲା ପୁରୀ ପୁଲିସ l

ଯାଜପୁର (କଳିଙ୍ଗନଗର ) :- ଦାନଗଦୀ ବ୍ଲକ ଅନ୍ତର୍ଗତ ଯଖପୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ଅରୁଣ ଜ୍ୟୋତି ସାମଲ(ରାଜା) ଙ୍କ ସମେତ ତିନିଜଣଙ୍କୁ ଭୁବନେଶ୍ଵର ରୁ ଗିରଫ କରିଛି ପୁରୀ ଜିଲ୍ଲା ତାଳବଣିଆ ପୁଲିସ୍ l ଯଖପୁରା ଥାନା ଅଧିକାରୀ ଜଗଦୀଶ କର ଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଶୁକ୍ରବାର ରାତିରେ ପୁରୀ ଜିଲ୍ଲା ତାଳବଣିଆ ଥାନା ଅଞ୍ଚଳରେ ଜୈନିକ ପୁଲିସ କର୍ମଚାରୀଙ୍କୁ ମାଣତିରା ଗ୍ରାମର ରଞ୍ଜନ ଘଡାଇ ଙ୍କ ବ୍ରିଜା କାର ସାଇଡ ମାରିଥିଲା l ଯାହାକୁ ନେଇ ପୁଲିସ କର୍ମଚାରୀ ଙ୍କ ସହ OD02CC 1996 କାର ରେ ଥିବା ଚାରିଜଣ ଯୁବକ ଧସ୍ତାଧସ୍ତି କରିବା ସହିତ ତାଙ୍କ ବେକରେ ବନ୍ଧୁକ ଲଗାଇ ଦୁଇ ଭରି ର ସୁନା ଚେନ୍ କୁ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା l ପୁଲିସ କର୍ମଚାରୀ ବଳରାମ ମଲ୍ଲିକ ଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ୧୬/୨୩ ରଜ୍ଜୁ କରାଯାଇ ଧାରା ୩୯୪ ଆଇ ପି ସି ,୨୫/୨୭ ଆର୍ମସ ଆକ୍ଟ ଆଧାରରେ ତାଳବଣିଆ ପୁଲିସ ଯଖପୁରା ଗ୍ରାମପଞ୍ଚାୟତର ବିଜେଡି ସମର୍ଥିକ ସରପଞ୍ଚ ଅରୁଣ ଜ୍ୟୋତି ସାମଲ(ରାଜା) , ରଞ୍ଜନ ଘଡାଇ ଏବଂ ଯଖପୁରା ଗ୍ରାମର ଲକି ସାମଲ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି l ସୂଚନା ଥାଉ କି କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଯଖପୁରା ଠାରେ ପ୍ରସ୍ତାବିତ ଜଟିଆ ଷ୍ଟିଲ ପାଚେରୀ ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ଠିକା ସଂସ୍ଥା ମମିତା ଏଣ୍ଟରପ୍ରାଇଜେସ ର ମାଲିକ ପ୍ରସନଜିତ ନାୟକ ଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ସରପଞ୍ଚ ଙ୍କ ବିରୋଧରେ ଯଖପୁରା ଥାନା ରେ ଅଭିଯୋଗ ହୋଇଥିଲା l ସେହିଦିନଠାରୁ ଅରୁଣ ଜ୍ୟୋତି ସାମଲ (ରାଜା) ଯଖପୁରା ପୋଲିସ୍ କୁ ଚକମା ଦେଖାଇ ଫେରାର୍ ଥିଲା lତାଙ୍କୁ ଗିରଫ କରିବା ପାଇଁ ଠିକା ସଂସ୍ଥା ମାଲିକ ଙ୍କ ପରିବାର ଏବଂ ତାଙ୍କର କିଛି ସମର୍ଥକ ଙ୍କ ପକ୍ଷରୁ ସରପଞ୍ଚ ଅରୁଣ ଜ୍ୟୋତି ସାମଲ(ରାଜା) ଙ୍କୁ ଗିରଫ କରିବା ପାଇଁ ବାରମ୍ବାର ଦାବି ହେଇ ଆସୁଥିଲା l ଏହି ମାମଲାରେ ଦୁଇ ଦୁଇ ଥର ଶତାଧିକ ମହିଳା ଥାନା ଘେରାଉ କରିଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !