କଳିଙ୍ଗନଗର ମହୋତ୍ସବ ୨୦୨୩ ଉଦଘାଟିତ ଦିବସରେ ବିଶାଳ ଗଣଦୌଡ l

RITA VISION NEWS By Umakanta Mohapatra

ଯାଜପୁର (କଳିଙ୍ଗନଗର ) - ଦାନଗଦୀ ବ୍ଲକ ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପାଞ୍ଚଳ ର ମଙ୍ଗଳପୁର ପଞ୍ଚାୟତ ତେଲିବାହାଲି ମା ମହାପାଟ ପଡ଼ିଆ ଠାରେ ଅନୁଷ୍ଠିତ ହେଉଥିବା କଳିଙ୍ଗନଗର ମହୋତ୍ସବ ଉଦଘାଟିତ ଉତ୍ସବ ରେ ପ୍ରଭାତରୁ ଏକ ଗଣଦୌଡ ର ଆୟୋଜନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭାରତୀୟ ହକି ଦଳର ପୂର୍ବତନ କ୍ୟାପ୍ଟେନ ପଦ୍ମଶ୍ରୀ ଦିଲ୍ଲିପ ତିର୍କୀ ଓ ମାନ୍ୟବର ଗ୍ରାମ୍ଯଉନ୍ନୟନ ଓ ବୈଷୟିକ ବିକାଶ ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡାଇ ଯୋଗଦେଇଥିଲେ l

ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଯଖପୁରା ପଞ୍ଚାୟତ ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ମଙ୍ଗଳପୁର ପଞ୍ଚାୟତ ତେଲିବାହଳିର ମା' ମହାପାଟ୍ଟ ପଡ଼ିଆ ପର୍ଯ୍ୟନ୍ତ ଗଣଦୌଡ଼ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ l

ଏହାପରେ ମହୋତ୍ସବ ଉଦଘାଟିତ ଦିବସରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏ ଏସ୍ ଟପ୍ପୋ , କଳିଙ୍ଗନଗର, ଯଖପୁରା ଓ ଯାଜପୁର ରୋଡ ଥାନା ଏବଂ ଦାନଗଦୀ ଫାଣ୍ଡି ଅଧିକାରୀ ମାନେ ଉପସ୍ଥିତ ଥିଲେ l ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ମନରଞ୍ଜନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ମହୋତ୍ସବ ଉଦଘାଟିତ ହୋଇଯାଇଛି ତା ୦୨/୦୨/୨୦୨୩ ରୁ ତା ୦୬/୦୨/୨୦୨୩ ରିଖ ପର୍ଯ୍ୟନ୍ତ ପଞ୍ଚ ଦିନ ଧରି ଚାଲିବାକୁ ସ୍ଥିରୀକୃତ ହୋଇଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !