ପଙ୍କପାଳ ସରପଞ୍ଚ ସମେତ ୨୫ ଜଣଙ୍କୁ ୧୦୭ ଧାରାରେ ନୋଟିସ ଜାରି l

RITA VISION NEWS By Umakanta Mohapatra

(ନିଜର ମୌଳିକ ଅଧିକାର ଜାହିର କଲେ ମିଲୁଛି ଆଇନଗତ ଦଣ୍ଡ) 

ଯାଜପୁର (କଳିଙ୍ଗନଗର ): - ଯାଜପୁର ଜିଲ୍ଲା କଲିଙ୍ଗନଗର ଶିଳ୍ପାଞ୍ଚଳ ରେ ବହୁ କାରଖାନା ବିରୁଦ୍ଧରେ ପ୍ରଦୂଷଣ ବିଭାଗର ର ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଛନ୍ତି ଜନସାଧାରଣ l ଏହାର କୌଣସି ସୁଫଳ ମିଳିବାର ନଜିର ନାହିଁ l କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଦୂଷଣର ମାତ୍ରା ବହୁତ ଅଧିକ ଥିଲେ ମଧ୍ୟ କୌଣସି କାରଖାନା ବିରୋଧରେ କିଛିପଦକ୍ଷେପ ଗ୍ରହଣ ନ କରିବା ଦ୍ବାରା କାରଖାନାମାନେ ମନଇଚ୍ଛା ନିୟମ ଉଲଙ୍ଘନ କରିଚାଲିଛିନ୍ତି। ଯାହା କୁ ବିରୋଧ କରି ମିଶ୍ରି ଲାଲ କାରଖାନା
ବିରୋଧରେ ପଙ୍କପାଳ ସରପଞ୍ଚ ସ୍ମୃତିରଞ୍ଜନ ଜେନା ଓଡ଼ିଶା ବିଧାନସଭା ପ୍ରଦୂଷଣ କମିଟିରେ ମୁଖ୍ୟ ତଥା ବିଜେପି ବିଧାୟକ ମୋହନ ମାଝୀ ଙ୍କୁ ସାକ୍ଷାତ କରିବା ସହିତ ସ୍ଥାନୀୟ ଲୋକ ଙ୍କ
ସମସ୍ତ ଅସୁବିଧାକୁ ପତ୍ର ଦ୍ବାରା ଲିଖିତ ଜଣାଇଛନ୍ତି । ସରପଞ୍ଚ ଅଭିଯୋଗ କରିଛନ୍ତି କି ମିଶ୍ରିଲାଲ କମ୍ପାନୀ ସରକାରୀ ନିୟମ ପାଳନ ନ କରି ଭୂତଳ ଜଳକୁ କାରଖାନା କାର୍ଯ୍ୟ ରେ
ବ୍ୟବହାର କରିବା ସହିତ ପ୍ରଦୂଷିତ ଜଳ ଓ ଧୂଆଁ ନିର୍ଗତ କରି ପରିବେଶ ଦୂଷିତ କରୁଛି । ଏହା ଦ୍ଵାରା ବିଭିନ୍ନ ପ୍ରକାରର ରୋଗ ରେ ସାଧାରଣ ଲୋକଙ୍କ ଜୀବନ ହାନୀ ହେଉଛି । କାରଖାନା ପ୍ରତିଷ୍ଠା କରିବା ଲାଗି ଜନସାଧାରଣଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଥିବା ବେଳେ ପ୍ରଦୂଷଣ ବୋର୍ଡ ଓ ମିଶ୍ରୀଲାଲ କାରଖାନା କତୃପକ୍ଷ ନୀରବବତା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ମନୋଭାବ ସୃଷ୍ଟି ହୋଇଛି l ସୂଚନା ମୁତାବକ ଏହା ପରେ ବି ଚଳିତ ମାସ ୨୮ ତାରିଖ ରେ ସଂପୃକ୍ତ କାରଖାନାର ସିଓବି ପ୍ଲାଣ୍ଟ ପାଇଁ ଜନଶୁଣାଣି ଥିବା ବେଳେ ପ୍ରଦୂଷଣ ବିଭାଗର କାର୍ଯ୍ୟ ଉପରେ ସମସ୍ତ ଙ୍କ ନଜର l ଏହାର ପ୍ରତିବାଦ କରିବାରୁ ମିଶ୍ରିଲାଲ କାରଖାନା କତୃପକ୍ଷ ଓ ପ୍ରଶାସନ ର କୁଚକ୍ରୀ କୁ ପ୍ରୟୋଗ କରାଯାଇ କ୍ଷତିଗ୍ରସ୍ତ ହେବାକୁ ଥିବା ସ୍ଥାନୀୟ ଜନସାଧାରଣଙ୍କ ପାଇଁ ସ୍ୱର ଉଠାଉ ଥିବା ଜନପ୍ରତିନିଧି ସରପଞ୍ଚ ଙ୍କ ସମେତ ୨୫ ଜଣଙ୍କ ବିରୋଧରେ ୧୦୭ ଧାରା ରେ ଜନଶୁଣାଣୀ ଦିନ ଏଗାରଟା ବେଳେ ସ୍ଥାନୀୟ ମାଜିଷ୍ଟ୍ରେଟ ଙ୍କ ନିକଟରେ ହାଜିର ରହିବେ l ସ୍ଥାନୀୟ ଲୋକଙ୍କ ମୌଳିକ ସୁବିଧା କୁ ନଜର ନ ଦେଇ ପ୍ରଶାସନ କାରଖାନା ପ୍ରତିଷ୍ଠା ନେଇ ତତ୍ପରତା ଦେଖାଇବାକୁ ସମ୍ପୃକ୍ତ ଜନସାଧାରଣ ଙ୍କ ମନରେ ପ୍ରଶାସନ ପ୍ରତି ଆସ୍ଥା ଟୁଟୁଥିବା ଜଣାଯାଇଛି l କିନ୍ତୁ ସରକାରୀ ନିୟମ ଅନୁସାରେ ପ୍ରଶାସନ ପ୍ରଥମେ ନିକଟସ୍ଥ ବାସିନ୍ଦା ଙ୍କ ମୌଳିକ ସୁବିଧା ଉପରେ ଧ୍ୟାନ ଦେବା କଥା l କିନ୍ତୁ ଏଠାରେ ପ୍ରଶାସନର ଏତାଦୃଶ୍ୟ କାର୍ଯ୍ୟକୁ ସାଧାରଣରେ ନା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି l ଜନଶୁଣାଣୀ କୁ ଏକତରଫା କରିବାକୁ ମିଶ୍ରିଲାଲ କମ୍ପାନୀ ର ଚାଲ ଜନସାଧାରଣ ବୁଝିଗଲେଣି l ଏଠାରେ ପ୍ରଶ୍ନ ଉଠେ ପ୍ରଶାସନ କାହାପାଇଁ କାମକରୁଛି? ଜନସାଧାରଣ ଙ୍କ ବିରୋଧ କରିବାର ଅଧିକାର କୁ ପ୍ରଶାସନ କୋଉ ସ୍ୱାର୍ଥ ରେ ଅଙ୍କୁଶ ଲଗାଉଛି?ସାଧାରଣ ଲୋକ ଜୀବନ ରକ୍ଷା ପାଇଁ କଣ ପଦକ୍ଷେପ ଗ୍ରହଣ କରୁଛି ପ୍ରଦୂଷଣ ବିଭାଗ ଏହା ଦେଖିବାକୁ ବାକି ରହିଲା l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !