ସମ୍ଭବ ଟ୍ରଷ୍ଟ ପକ୍ଷରୁ ସ୍ବାବଲମ୍ବୀ ନିମନ୍ତେ ଦିବ୍ୟାଙ୍ଗ ପରିବାରକୁ ସହଯୋଗ ।

ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ପଙ୍କପାଳ ଗାଆଁର କୁନ ମଲ୍ଲିକ ବୟସ ୭୦ ବର୍ଷ। କୁନ ମଲ୍ଲିକ ଜଣେ ରିକ୍ସା ଚାଳକ ତାଙ୍କର ତିନି ଜଣ ପୁଅକୁ ତେଲ ଲୁଣର ସୁଖର ସଂସାର ଚାଲୁଥିଲା ସୁରୁଖୁରୁରେ । ୨୦୧୩ରେ ହଠାତ ଦିନେ କୁନ ମଲ୍ଲିକ ପରିବାରକୁ ଦୁଃଖର ଲହରୀ ମାଡ଼ି ଆସିଲା। ତିନି ପୁଅଙ୍କର ହାତ ଗୋଡ଼ ଆପେ ଆପେ ବଙ୍କା ହୋଇ ଫୁଲୁଯାଏ ଚାଲିବା କଷ୍ଟକର ହୁଏ l ବିଛଣାରେ ପଡ଼ି ରହିଲେ ସକ୍ଷମରୁ ଦିବ୍ୟାଙ୍ଗ ହୋଇଗଲେ । ହାତ ଉଧାରି ଧାରେ କରି ମେଡ଼ିକାଲ ନେଇ ପୁଅ ମାନଙ୍କର ଚିକିତ୍ସା କରାଇଲେ ବଡ଼ ପୁଅ ବଳରାମ ମଲ୍ଲିକଙ୍କର ଟିକିଏ ପରିବର୍ତ୍ତନ ଆସିଲା ସେ ୨୦୨୧ରେ ବିବାହ କରିଛନ୍ତି ଏକ ଗରିବ ଘର ଝିଅକୁ ଆଉ ଦୁଇ ଭାଇଙ୍କ ଜୀବନେ କିଛି ପରିବର୍ତ୍ତନ ଆସିଲା ନାହିଁ l ଏହି ଦୁଃଖ ଖବର ଶୁଣିଲା ପରେ ଛତିଆ ମାହାଙ୍ଗା ସ୍ଥିତ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପରିବାରର ଉନ୍ନତି ନିମନ୍ତେ ବଳରାମ ମଲ୍ଲିକଙ୍କୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ଏକ ଛୋଟ ଦୋକାନ ପାଇଁ ରାଶନ ସାମଗ୍ରୀ ଓ ଏକ Commode Toilet ସହଯୋଗ କରା ଯାଇଛି l ସୁଶ୍ରୀ ପ୍ରମିଳା ସିଂହ ସେବା କାର୍ଯ୍ଯରେ ଯୋଗ ଦେଇ କହିଛନ୍ତି "ଏମିତି ସେବା କାର୍ଯ୍ଯ ଆଗକୁ ଜାରି ରହିବ" ଆମ ଦ୍ୱାରା ଯାହା ସେବା ହୋଇ ପାରିବ କୁନ ମଲ୍ଲିକଙ୍କ ପରିବାରକୁ ଆଗାମୀ ଦିନରେ ସେବା ଯୋଗାଇ ଦିଆଯିବ । 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !