ରାଜ୍ୟପାଳଙ୍କ ଦ୍ବାରା ଚଲାପଥର ସୁବର୍ଣ୍ଣ ଜୟନ୍ତି ଲୋଗ ଉନ୍ମୋଚିତ

RITA VISION NEWS By Umakanta Mohapatra

ଭୁବନେଶ୍ଵର (୨୮,୨): - ଚଳାପଥ ଲେଖକ ସମ୍ମିଳନୀ ପଚାଶ ବର୍ଷରେ ପଦାର୍ପଣ କରି ତାର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତ ‘ସୁବର୍ଣ୍ଣ ଜୟନ୍ତୀ ଲୋଗ’କୁ ରାଜଭବନଠାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଉନ୍ମୋଚନ କରି ଚଲାପଥର ସର୍ବସଫଳତା କାମନା କରିଥିଲେ l ଏହି ଉନ୍ମୋଚନ ଉତ୍ସବରେ ଚଳାପଥର ପ୍ରାଣପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ହଳଧର ଧିର , ଡଲାପଥର ଉପଦେଷ୍ଟା,ଓଡ଼ିଶାର ବରିଷ୍ଠ କବି ତଥା ମହାମହିମ ରାଜ୍ୟପାଳଙ୍କର ପ୍ରମୁଖ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ, ଓଡିଶାର
ବିଶିଷ୍ଟ କବି ତଥା ପୂର୍ବତଟ ରେଳପଥର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ନିରାକାର ଦାସ, ଚଲାପଥର ସଭାପତି ତଥା ବରିଷ୍ଟ ସାହିତ୍ୟିକା ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକା ପ୍ରଫେସର ଡକ୍ଟର ଝାନ୍ସୀ ସିଂହ ଓ ଚଲାପଥର ଉପଦେଷ୍ଟା ବାସନ୍ତି ଧିର ପ୍ରମୁଖ ଯୋଗ ଦେଇଥିଲେ l ମହାମହିମ ରାଜ୍ୟପାଳ ‘ଚଲାପଥ ଆର୍ଟଏଗ୍ଲାନ୍ସ ସୂଚନା ପତ୍ର’କୁ ମଧ୍ୟ ଉନ୍ମୋଚନ କରିଥିଲେ । ଏଥି ସହିତ ଚଲାପଥର ସଭାପତି ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କ ସମ୍ପାଦିତ ଓ  ଆଧ୍ୟାତ୍ମିକ ପତ୍ରିକା ବାରୁବ୍ରହ୍ମ ଓ ସ୍ବରଚିତ ପାଞ୍ଚଟି ପୁସ୍ତକ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !