ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ୧୮୪ ତମ ପ୍ରତିଷ୍ଠାତା ଦିବସ ପାଳିତ l

ଯାଜପୁର (କଳିଙ୍ଗନଗର)୩ ମାର୍ଚ୍ଚ ୨୦୨୩ : -ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌) ପକ୍ଷରୁ ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନାରେ ଜାମସେଜୀ ନସରନଜୀ ଟାଟାଙ୍କ ୧୮୪ତମ ଜୟନ୍ତୀକୁ ପ୍ରତିଷ୍ଠାତା ଦିବସ ଭାବେ ଶୁକ୍ରବାର ପାଳନ କରାଯାଇଛି ।
ଭେଣ୍ଡର ପାର୍ଟନର କର୍ମଚାରୀମାନଙ୍କ ପାଇଁ ଇଞ୍ଜିନିୟରିଂ ଆଣ୍ଡ୍ ପ୍ରୋଜେକ୍ଟସ୍ ଟିମ୍ ପକ୍ଷରୁ ଏକ ୫ କିମି ଦୌଡ଼ ସହ ଦିନର ଶୁଭାରମ୍ଭ ହୋଇଥିଲା ।
ଟିଏସ୍‌ର ଗ୍ରିନ୍ ଟ୍ରାନ୍ସପୋର୍ଟ ଲଜିଷ୍ଟିକ୍‌ ପାର୍କ ନିକଟରୁ ଆରମ୍ଭ ହୋଇଥିବା ଏହି ଦୌଡ଼ରେ ବିଭିନ୍ନ ଭେଣ୍ଡର ପାର୍ଟନର ପକ୍ଷରୁ ୩୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଏହା ପରେ କର୍ମଚାରୀମାନଙ୍କ ଦ୍ବାରା ଏକ ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହା ପ୍ରୋଜେକ୍ଟସ୍
ଅଫିସ୍‌ରୁ ଆରମ୍ଭ ହୋଇ ଟିଏସ୍‌ ସଂଟରରେ ଶେଷ ହୋଇଥିଲା ଯେଉଁଠାରେ ଟାଟା ଷ୍ଟିଲ୍‌ କଳିଙ୍ଗ ନଗରର ବରିଷ୍ଠ ଅଧିକାରୀଙ୍କ ସମେତ
ଅନ୍ୟ କର୍ମଚାରୀମାନେ ଜେ ଏନ୍ ଟାଟାଙ୍କୁ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପରେ ଗୋବରଘାଟି ଫେଜ୍-୨ ପଡ଼ିଆରେ ଟାଟା ପରିବାର ପକ୍ଷରୁ ଆନ୍ତଃ କଲୋନି ଫୁଟ୍ବଲ୍ ଟୁର୍ଣ୍ଣାମେଟ୍‌ର ଫାଇନାଲ୍ ମ୍ୟାଚ୍ ଆୟୋଜନ କରାଯାଇଥିଲା । ଏହି ଅବସରରେ ଟାଟା ଷ୍ଟିଲ୍ ଓ ଟାଟା ଷ୍ଟିଲ୍‌ ପରିବାର ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ୍‌ ମ୍ୟାଚ୍‌ ଆୟୋଜନ କରାଯାଇଥିଲା । ଏହା ବ୍ୟତୀତ ଗୋରବଘାଟି ଓ କଂପାନିର ହାଉସିଂ କଲୋନିରେ କର୍ମଚାରୀ ପରିବାର ସଦସ୍ୟ ଓ ଟାଟା ପରିବାର ସଦସ୍ୟଙ୍କ ପକ୍ଷରୁ ଅନ୍ୟାନ୍ୟ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
‘ଟାଟା ଗ୍ରୁପ୍’ର ପ୍ରତିଷ୍ଠାତା ଜାମସେ ନସରୱାନଜୀ ଟାଟାଙ୍କୁ “ଭାରତୀୟ ଶିଳ୍ପର ଜନକ ଭାବେ ବିଚାର କରାଯାଏ । ତାଙ୍କ ଦୂରଦୃଷ୍ଟି ଭାରତରେ ଇସ୍ପାତ ଓ ଶକ୍ତି ଶିଳ୍ପକୁ ଅନୁପ୍ରାଣିତ କରିଥିଲା, ବୈଷୟିକ ଶିକ୍ଷାର ମୂଳଦୁଆ ପକାଇଥିଲା ଏବଂ ଶିନ୍ନତ ରାଷ୍ଟ୍ରର ତାଲିକା ମଧ୍ୟକୁ ଭାରତ ଦେଶ ଲମ୍ଫ ପ୍ରଦାନ କରିବାରେ ସହାୟକ ହୋଇଥିଲା ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !