ପୂର୍ବତନ ମନ୍ତ୍ରୀ ଙ୍କୁ ତାତ୍ସଲ୍ୟ କଲା ସୁକିନ୍ଦା ସ୍ୱାଭିମାନ ସୁରକ୍ଷା ସଙ୍ଘ l

(ପୁଅ ମନ୍ତ୍ରୀ, ବାପା କରୁଛନ୍ତି ଦଲାଲି : - ଅମଳେନ୍ଦୁ )
ଯାଜପୁର :- ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦୁଇ ଗୋଟି ବ୍ଲକ ଏବେ ଦୁର୍ନୀତିର ଗନ୍ତାଘର ସାଜିଥିବା ବେଳେ ଏହି ଦୁର୍ନୀତିକୁ ସମ୍ପୂର୍ଣ ଭାବରେ ଖୋରାକ ଯୋଗାଉଛନ୍ତି ବିଧାୟକ ତଥା ମନ୍ତ୍ରୀ ପ୍ରୀତି ରଂଜନ ଘଡାଇ ଆଉ ତାଙ୍କ ବାପା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ । ନିଜେ ମନ୍ତ୍ରୀ ଥିବା ବେଳେ ଆରମ୍ଭ କରିଥିବା ଏହି କାର୍ଯ୍ୟକୁ ଏବେ ପୁଅ ମନ୍ତ୍ରୀ ହେବା ପରେ ମଧ୍ୟ ଜାରି ରଖିଛନ୍ତି ପ୍ରଫୁଲ୍ଲ ଘଡାଇ l ଏପରିକି ପୂର୍ବତନ ମନ୍ତ୍ରୀ ବୋଲି ଲେଖାଥିବା ଚିଠି ପ୍ୟାଡରେ ଠିକାଦାର ମାନଙ୍କୁ କାମ ଦେବା ପାଇଁ ବିଭିନ୍ନ ବିଭାଗକୁ ଲେଖି ସେଇ ଠିକାଦାର ଆଉ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଠାରୁ ମୋଟା ଅଙ୍କରେ ଅର୍ଥ ଆଦାୟ କରୁଛନ୍ତି l ନିଜେ ଏବେ କୌଣସି ସରକାରୀ ବୈଧାନିକ ପଦ ପଦବୀରେ ନଥିଲେ ବି ପୁଅଙ୍କ ମନ୍ତ୍ରୀତ୍ବର ଫାଇଦା ଉଠାଇ ସେ ଏହି କାର୍ଯ୍ୟ ଜାରି ରଖୁଥିବା ଅଭିଯୋଗ କରିଛନ୍ତି ସୁକିନ୍ଦା ସ୍ୱାଭିମାନ ସୁରକ୍ଷା ସଙ୍ଘ ର ସଭାପତି ବେହୁରା । ଏହl ସହ 
ଶହ କୋଟି ଟଙ୍କାର ଜିଲ୍ଲା ଖଣିଜ ପାଣ୍ଠିର ଅର୍ଥକୁ ମନଇଚ୍ଛା ବିଭିନ୍ନ କାର୍ଯ୍ୟକ୍ରମ କରାଇ ଏବଂ ବିନା ଟେଣ୍ଡରରେ କାର୍ଯ୍ୟ ପ୍ରଦାନ କରି ଏଭଳି ଭାବରେ ପୁଅ ପ୍ରତି ରଂଜନ ଘଡାଇ ଲୁଟି ଚାଲିଥିବା ବେଳେ ବାପ ପ୍ରଫୁଲ୍ଲ ଘଡାଇ ବି ଦଲାଲି କରି ଲୁଟିବାର କୌଣସି ସୁଯୋଗକୁ ହାତଛଡା କରୁନାହାନ୍ତି ।ଏହାର
ଠୋସ୍ ପ୍ରମାଣ ଆମର ହସ୍ତଗତ ହୋଇଛି । ପ୍ରଫୁଲ୍ଲ ବାବୁଙ୍କ ଦସ୍ତଖତ ଥାଇ ଏଭଳି ଭାବରେ ବିଭିନ୍ନ ବିଭାଗକୁ ନିର୍ଦ୍ଦିଷ୍ଟ ଠିକାଦାର ମାନଙ୍କୁ କାର୍ଯ୍ୟାଦେଶ
ପ୍ରଦାନ କରିବା ନିମନ୍ତେ ଲେଖାଦେବାର କାଗଜ ଆମର ହସ୍ତଗତ ହୋଇଛି । ଯାହାକି ତାଙ୍କର ଦଲାଲିକୁ ପ୍ରମାଣିତ କରୁଛି । ସୁକିନ୍ଦା ସ୍ବାଭିମାନ ସୁରକ୍ଷା ସଙ୍ଘ ଏହାକୁ ଦୃଢ ନିନ୍ଦା କରିବା ସହିତ ଏହାର ଇଡି ତଦନ୍ତ ଦାବି କରୁଛି । ଆହୁରି ମଧ୍ୟ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ଯେ, ପ୍ରଫୁଲ୍ଲ ଘଡାଇ ୧୯୮୦ ମସିହାରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ଭାବରେ ନିଜର ପ୍ରଥମ ନିର୍ବାଚନ ଏବଂ ୧୯୮୫ ମସିହାରେ ଦ୍ୱିତୀୟ ନିର୍ବାଚନ ଲଢି ହାରିବା
ସମୟରେ ତାଙ୍କ ନିକଟରେ ଶ୍ରମିକ ସଙ୍ଘ ତରଫରୁ ପ୍ରଦାନ କରାଯାଇଥିବା ଏକ ଭଙ୍ଗା ଜିପ୍ ରହିଥିଲା । ଯେଉଁଥିରେ ସେ ସେହି ସମୟରେ ବହୁଥର
ଇନ୍ଧନ ପୁରାଇ ପାରୁ ନ ଥିବାରୁ ତାଙ୍କ ସମର୍ଥକ ମାନଙ୍କ ମୋଟର ସାଇକେଲରେ ଯାତାୟତ କରୁଥିଲେ । ତେବେ ୧୯୯୦ ମସିହାରେ ଜନତା ଦଳର ଟିକେଟରେ ନିର୍ବାଚନ ଲଢି ଜିତିବା ପରେ କୌଣସି ବେପାର ନକରି ସେ ସ୍ୱଳ୍ପ କାଳ ମଧ୍ୟରେ କୋଟି କୋଟି ଟଙ୍କାର ମାଲିକ କିପରି ହୋଇଗଲେ ? ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଯୁକ୍ତ ବେହୁରା l ଏହାର ପରବର୍ତ୍ତୀ ୨୦୧୪ ମସିହା ପର୍ଯ୍ୟନ୍ତ ସମସ୍ତ ନିର୍ବାଚନରେ ସେ ଜିତି ଆସିଥିଲେ । ୨୦୧୪ ମସିହାରେ ତାଙ୍କୁ ବିଜେଡି ଟିକେଟ ମିଳି ନଥିଲା l ତାଙ୍କ ପୁଅ ପ୍ରତିରଂଜନ ଘଡାଇଙ୍କୁ ଟିକଟ ପ୍ରଦାନ କରାଯାଇଥିଲା । ସେ ମଧ୍ୟ ତାଙ୍କ ବାପାଙ୍କ ଠାରୁ ଢେର ଆଗେଇଯାଇ ନିଜ ସମ୍ପତ୍ତିକୁ ବହୁଗୁଣିତ କରିଚାଲିଛନ୍ତି । ଖଣି ଅଂଚଳରେ ନିଜର ପ୍ରଭାବ ବିସ୍ତାର କରି ଶ୍ରମିକ ସଙ୍ଘ ଗଢି ଶ୍ରମିକ ମାନଙ୍କ ପ୍ରାପ୍ୟରୁ ଅର୍ଥ ଆଦାୟ କରିବା, ଟ୍ରକ ଲୋଡିଂ ରୁ ମାଲିକ ମାନଙ୍କ ପ୍ରାପ୍ୟରୁ ଅର୍ଥ ଆଦାୟ କରିବା, ପରିବହନ ଠିକାଦାରଙ୍କ ଠାରୁ ଅର୍ଥ ଆଦାୟ କରିବା, କ୍ରୋମାଇଟ ଚୋର ମାନଙ୍କୁ ପ୍ରୋତ୍ସାହନ ଦେଇ ସେମାନଙ୍କ ଠାରୁ କମିଶନ ଆଦାୟ କରିବା, ଖଣି ମାଲିକ ମାନଙ୍କୁ ଶ୍ରମିକ ସଙ୍ଘ ନାମରେ ଧମକାଇ ଅର୍ଥ ଆଦାୟ କରିବା ସହିତ ଶିଳ୍ପ କାରଖାନା ଗୁଡିକରେ ମଧ୍ୟ ସମାନ ଭାବରେ ଅର୍ଥ ଆଦାୟ କରିବା ଆଦି କାର୍ଯ୍ୟ କରି ପ୍ରଫୁଲ୍ଲ ଘଡାଇ ହଜାର ହଜାର କୋଟି ଦଲାଲି କରି ରୋଜଗାର କରିଚାଲିଥିବା ବେଳେ ପୁଅ ପ୍ରତିରଂଜନ ଘଡାଇ ଏବେ ନିଜେ ପରିବହନ ଠିକାଦାର, ଅନ୍ୟ ନାମରେ ଖଣି ଖନନ କାର୍ଯ୍ୟ କରିବା, ଅନ୍ୟ ଲୋକ ନାମରେ ବୃହତ ବିଶ୍ଵ କ୍ରସର ଏବଂ କ୍ରୋମାଇଟ ଧୋଇବା କାରଖାନା ବସାଇବା, ଜିଲ୍ଲା ଖଣିଜ ପାଣ୍ଠି କୁ ନିଜ ଇଚ୍ଛାରେ ବିନିଯୋଗ କରାଇ ଏବଂ ବିନା ଟେଣ୍ଡରେ ନିଜର ପରିଚିତ ତଥା
ସମ୍ପର୍କୀୟ ମାନଙ୍କୁ କୋଟି କୋଟି ଟଙ୍କାର କାର୍ଯ୍ୟ ପ୍ରଦାନ କରାଇ ସେଥିରୁ ଅର୍ଥ ଆଦାୟ କରିବା ଭଳି ସଂଗୀନ ଅଭିଯୋଗ ଆଣିଛି ସୁକିନ୍ଦା ସ୍ୱାଭିମାନ ସୁରକ୍ଷା ସଙ୍ଘ l ଆହୁରି ମଧ୍ୟ ପ୍ରଫୁଲ୍ଲ ଘଡାଇ ଲୁକ୍କାୟିତ ଭାବରେ ଉତ୍କଳ ହସପିଟାଲରେ ନିଜର ଅର୍ଥ ବିନିଯୋଗ କରି କୋଟି କୋଟି ଟଙ୍କା ସାଧାରଣ ଜନତାଙ୍କ ଠାରୁ ଲୁଟୁଛନ୍ତି । ୫ ଶହ କୋଟିରୁ ଢେର ଅଧିକ ମୂଲ୍ୟର ଏହି ସ୍ବାସ୍ଥ୍ୟକେନ୍ଦ୍ର ସାଧାରଣ ଜନତାଙ୍କ ଆକଳନରୁ ଢେର ଅଧିକ । ସେଥିରୁ ମଧ୍ୟ ସେମାନେ ବହୁକୋଟି ଟଙ୍କା ଲାଭବାନ ହେଉଛନ୍ତି ।ପୂର୍ବରୁ କୌଣସି ବୈଧ ବେପାର ନଥାଇ କେବଳ ବିଧାୟକ ତଥା ମନ୍ତ୍ରୀଙ୍କୁ ପ୍ରଦାନ କରାଯାଉଥିବା ଦରମାରେ ଏଭଳି ଆର୍ଥିକ ବିକାଶ କେବେ ସମ୍ଭବ କି ? ତେଣୁ ସୁକିନ୍ଦା ସାଭିମାନ ସୁରକ୍ଷା ସଙ୍ଘ ଏହାର ପ୍ରବର୍ତନ ନିର୍ଦ୍ଦେଶାଳୟ ଦ୍ବାରା ତଦନ୍ତ ଦାବି କରୁଛି । ନଚେତ ବାପ ପୁଅ ମିଶି ସୁକିନ୍ଦାକୁ ଆହୁରି ଲୁଟିବାକୁ ସୁଯୋଗ ପାଇବେ ।


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !