କଳିଙ୍ଗନଗର ଶିଳ୍ପାଞ୍ଚଳ ଲେବର ହଷ୍ଟେଲ କାର୍ଯ୍ୟ ବନ୍ଦ କରିବା ପଛର ଖଳନାୟକ କିଏ?

ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା କାରଖାନା ଗୁଡିକରେ କାର୍ଯ୍ୟ କରୁଥିବା ଲେବର ମାନଙ୍କୁ ସୁବିଧା ରେ ରହିବା ପାଇଁ ସରକାର ଗୋଟିଏ ଏକ ହଜାର ସଜ୍ଯା ଲେବର ହଷ୍ଟେଲ ର ନିର୍ମାଣ କାର୍ଯ୍ୟ ଦାନଗଦି ବ୍ଲକ ସ୍ଥିତ ଜଖପୁରା ଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଯାହା କି ୪୧.୦୪୧କୋଟି ଟଙ୍କା ବ୍ୟୟ ଅଟକଳ ଖର୍ଚ୍ଚ କରିବା ପାଇଁ ଟେଣ୍ଡର ହୋଇଥିବା ବେଳେ ଡି. କେ ଇଞ୍ଜିନିୟରିଂ ଠିକା ସଂସ୍ଥା କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଯାହାକି ଆସନ୍ତା ୨୦୨୪ ମସିହା ମେ ମାସ ୫ ତାରିଖ ରେ ଶେଷ କରିବା ପାଇଁ କାର୍ଯ୍ୟ ସ୍ଥଳରେ ଲାଗିଥିବା ଫଳକରେ ସୂଚନା ଥିବା ଦେଖିବାକୁ ମିଲିଛି। ମାତ୍ର କାର୍ଯ୍ୟ ଟି ସରକାରୀ ହୋଇଥିବା ହେତୁ ଜିଲ୍ଲା ପ୍ରସାସନ ର ବହୁ ସହଯୋଗ ରେ କାର୍ଯ୍ୟ ଆରମ୍ଭ ହୋଇଥିଲା। କାର୍ଯ୍ୟ ଟି ଆରମ୍ଭ ହେବା ପୂର୍ବରୁ ବହୁ ଜଖପୁରା ଗ୍ରାମବାସୀ ବିରୋଧ କରିବା ବେଳେ ପ୍ରଶାସନ ପକ୍ଷରୁ କୁହା ଗଲା କି ଏହା ସରକାରୀ କାର୍ଯ୍ୟ ତେଣୁ ଆପଣଙ୍କ ସହଯୋଗ ଆବଶ୍ଯକ ତେଣୁ ଗ୍ରାମବାସୀ ମାନେ ମଧ୍ଯ ସହଯୋଗ କରିଥିବା ବେଳେ କିଛି ମୁଷ୍ଟିମୟ ଲୋକ ନିଜର ଫାଇଦା ପାଇଁ ସ୍ଥାନୀୟ ବିଧାୟଙ୍କର ନାମ ନେଇ ୩୦.୦୫.୨୦୨୩ ରିଖରେ କାର୍ଯ୍ୟ କୁ ବନ୍ଦ କରି ଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବିଧାୟକ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ପ୍ରତିଦିନ କୌଣସି ନା କୌଣସି ଉନ୍ନତି ମୂଳକ କାର୍ଯ୍ୟ ର ଶିଳାନ୍ୟାସ କରୁଥିବା ସହିତ ବହୁ ସମ୍ପୂର୍ଣ୍ଣ କାର୍ଯ୍ୟ କୁ ଉଦ୍ଘାଟନ କରୁଥିବା ର ସମ୍ବାଦ ପ୍ରତିଦିନ ଖବର କାଗଜ ରେ ବାରମ୍ବାର ଦେଖିବାକୁ ମିଳୁଥିଲା ବେଳେ ତାଙ୍କର କିଛି କର୍ମୀ ତାଙ୍କର ନାମକୁ ଖରାପ କରିବା ପାଇଁ ଏପରି ଏକ ମହତ୍ କାର୍ଯ୍ୟ କୁ ବନ୍ଦ କରି ବିଧାୟକ ଙ୍କୁ ବଦନାମ କରୁଥିବା ସାଧାରଣ ରେ ଚର୍ଚ୍ଚା ହେଉଛି। କାର୍ଯ୍ୟ କରୁଥିବା ଠିକାଦାର ଙ୍କ ଜଣେ କର୍ମଚାରୀ ଙ୍କ କହିବା ଅନୁଯାୟୀ ସ୍ଥାନୀୟ ଅଞ୍ଚଳ ରେ ହେଉଥିବା ଆଧ୍ଯାତ୍ମିକ କାର୍ଯ୍ୟ ପାଇଁ ଆମେ ଯାହା ଦେବାକଥା ଦେଇଥିବା ପରେ ଆମକୁ କହିଥିଲେ କି ଆଉ କୌଣସି ଅସୁବିଧା ହେବନାହିଁ। ମାତ୍ର ତାହା ପରେ ଆମକୁ ବହୁ ଯାଗାରୁ ବାରମ୍ବାର ଚାନ୍ଦା ପାଇଁ ଲେଟର ଆସୁଛି। ଯାହା ଫଳରେ ଆମେ ବହୁତ ଅସୁବିଧା ରେ ସମ୍ମୁଖୀନ ହେଉଛୁ। ବର୍ତ୍ତମାନ ସୁଧା କାର୍ଯ୍ୟ ର ୧୦%କାମ ସରି ନାହିଁ। ମାତ୍ର କାର୍ଯ୍ୟ କରିବାରେ ବହୁ ପ୍ରକାରର ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି । ଆଗକୁ ଆହୁରି ପାଖାପାଖି ଏକବର୍ଷ ରୁ ଅଧିକ ସମୟ ବାକି ଥିବା ବେଳେ ସଂପୂକ୍ତ ଠିକାଦାର ର ଅବସ୍ଥା କଣ ହେବ ବୋଲି ସ୍ଥାନୀୟ ଅଞ୍ଚଳ ରେ ଆଲୋଚନା ର ବିଷୟ ପାଲଟିଛି। ତେଣୁ ଆଗକୁ ଦେଖିବାକୁ ବାକିରହିଲା କି ପ୍ରଶାସନ କାର୍ଯ୍ୟାରମ୍ଭ ବେଳେ ସହଯୋଗ ର ହାତ ବଢ଼ାଇ କାର୍ଯ୍ୟ ଆରମ୍ଭ କରିଥିଲେ ଏବେ ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟ ବନ୍ଦ କୁ ନେଇ କି ପଦକ୍ଷେପ ନିଆଯାଇଛି । 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !