ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗନଗରରେ ଶ୍ରେଣୀ ଗୃହ ଉତ୍ସର୍ଗୀକୃତ ଓ ଗୋଷ୍ଠୀ ପୋଖରୀର ପୁନରୁଦ୍ଧାର l


(ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡାଇଙ୍କ ଦ୍ୱାରା ଦୁଇ ପ୍ରକଳ୍ପ ଉଦ୍‌ଘାଟିତ) 
କଳିଙ୍ଗନଗର:- ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ) ପକ୍ଷରୁ ଯାଜପୁର ଜିଲ୍ଲାର କଳିଙ୍ଗନଗର ସ୍ଥିତ ବାରଗଡ଼ିଆ ଗ୍ରାମ ପଞ୍ଚାୟତ ର ପାଞ୍ଚଟି ନୂଆ ଶ୍ରେଣୀ ଗୃହ ଓ ଏକ ଗୋଷ୍ଠୀ ପୋଖରୀ ସମେତ ଦୁଇ ପ୍ରମୁଖ ପ୍ରକଳ୍ପକୁ ଉତ୍ସର୍ଗୀକୃତ କରାଯାଇଛି । ଶନିବାର ଏହି ଦୁଇ ବ୍ୟବସ୍ଥାକୁ ମାନ୍ୟବର ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡ଼ାଇ ଉଦ୍‌ଘାଟନ କରିଥିଲେ ଏବଂ ଏହି ଅବସରରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଶ୍ରୀ ଦିବ୍ୟ ରଂଜନ ବରାଳ, ସୁକିନ୍ଦା ବ୍ଲକର ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ବାରଗଡ଼ିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ପ୍ରଦୀପ କୁମାର ଦେଓ, ବାରଗଡ଼ିଆ ଗ୍ରାମ ପଂଚାୟତର ସମିତି ସଭ୍ୟ ଶ୍ରୀ ମୃତ୍ୟୁଞ୍ଜୟ ଦେଓ, ଟାଟା ଷ୍ଟିଲ୍ଫା ଉଣ୍ଡେସନର ୟୁନିଟ୍ ମୁଖ୍ୟ ଆଲେନ୍ ଜୋସେଫ୍ ଓ ଗୋଷ୍ଠୀର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।ବାରଗଡ଼ିଆର ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ପାଞ୍ଚଟି ଅତିରିକ୍ତ ଶ୍ରେଣୀ ଗୃହକୁ ଉଦ୍‌ଘାଟନ କରାଯାଇଛି । ଟିଏସ୍ଏଫ୍ ଦ୍ଵାରା ନିର୍ମାଣ କରାଯାଇଥିବା ଏହି ସମ୍ପୂର୍ଣ ଫର୍ଣିସଡ୍ ଶ୍ରେଣୀଗୃହଗୁଡ଼ିକର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ସ୍ତରରେ ଉନ୍ନତି ଆଣିବା । ଏହି ଶ୍ରେଣୀ ଗୃହ କଳିଙ୍ଗନଗର ଅଧିନରେ ଥିବା ଆଖପାଖ ଅଞ୍ଚଳର ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବ । ନୂଆ ଶ୍ରେଣୀଗୃହଗୁଡ଼ିକୁ ସ୍କୁଲ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ।ସେହିପରି ଟିଏସ୍ଏଫ୍ ଦ୍ଵାରା ସ୍ଥାନୀୟ ପୋଖରୀର ପୁନରୁଦ୍ଧାର କରାଯାଇଛି ଯାହା ଦ୍ଵାରା ଜଳ ସମ୍ପଦରେ ଉନ୍ନତି ହୋଇଥିବା ବେଳେ ଜଳ ଧାରଣ କ୍ଷମତା ୦.୪୧ ଏମ୍‌ସିଏଫ୍‌ଟିକୁ ବୃଦ୍ଧି ପାଇଛି, ଫଳରେ ଏହି ପ୍ରକଳ୍ପ ଦ୍ବାରା ବାରଗଡ଼ିଆ ଗ୍ରାମ ପଞ୍ଚାୟତ ର ଗ୍ରାମବାସୀ ଉପକୃତ ହେବେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !