ମନ୍ତ୍ରୀଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ମୂଳକ କାମ ର ଶୁଭ ଉନ୍ମୋଚନ l

କଳିଙ୍ଗନଗର - ଦାନଗଦି ବ୍ଲକ୍ କୁମ୍ଭୀରଗଡ଼ିଆ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାମ ର ଶୁଭ ଉନ୍ମୋଚନ କରିଛନ୍ତି ଓଡିଶା ଗ୍ରାମ୍ଯଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରିତିରଞ୍ଜନ ଘଡାଇ l ଏହି ଅବସରରେ ଦାମୋଦର ପୁର ଗ୍ରାମରେ ଜିନ୍ଦଲ ଷ୍ଟିଲ୍ ଦ୍ୱାରା ୧୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କମ୍ୟୁନିଟି ସେଣ୍ଟର ଶୁଭ ଉନ୍ମୋଚନ କରିଛନ୍ତି l ଆଗାମୀ ଦିନରେ ମହିଳାଙ୍କ ପାଇଁ ମିଶନ ଶକ୍ତି ଗୃହ ଓ ଗ୍ରାମର କଙ୍କ୍ରିଟ୍ ରୋଡ଼ କାର୍ଯ୍ୟ ନିମନ୍ତେ ୧୬ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି l ଏହି ଅବସରରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ମନ୍ତ୍ରୀ l ଏହି କାର୍ଯ୍ୟକ୍ରମ ରେ କୁମ୍ଭୀରଗଡ଼ିଆ ପଞ୍ଚାୟତର ବିଜେଡି ସଭାପତି ଗୋପୀନାଥ ଶତପଥୀ ଙ୍କ ସହିତ ବିଧାୟକ ପ୍ରତିନିଧି, ସାମାଜ ସେବୀ ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ, ଦାନଗଦି ବ୍ଲକ ଉପସଭାପତି ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !