ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର ‘ରିସ୍ତା’ ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି l

ଯାଜପୁର (କଳିଙ୍ଗନଗର) : - ସମଗ୍ର ବିଶ୍ଵରେ ଯୁବଗୋଷ୍ଠୀ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ରାଜନୈତିକ, ସାଂସ୍କୃତିକ ତଥା ଅର୍ଥନୈତିକ କାର୍ଯ୍ୟକଳାପରେ ସେମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ରିଜିୟନାଲ୍ ଇନିସିଏଟିଭ୍ ଫର୍ ସେଫ୍ ସେବୁଆଲ୍ ହେଲୁ ବାଇ ଟୁଡେସ୍‌ ଆଡୋଲଫେଟ୍ସ୍ (ରିସ୍ତା) ପ୍ରକଳ୍ପ ଦ୍ବାରା ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ଡୁବୁରୀର ଗୋବରଘାଟି ଫେଜ୍ ୧ରେ ଶନିବାର ଦିନ 'ଆନ୍ତର୍ଜାତୀୟ ଯୁବ ଦିବସ' ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ କଳିଙ୍ଗନଗର ଏବଂ ଆଖପାଖରେ ଥିବା ୧୨ ଗ୍ରାମ ପଂଚାୟତର ୧୧୦ କିଶୋର ଓ କିଶୋରୀ ଅଂଶଗ୍ରହଣ କରିଥିଲେ ।
ଏହି ଦିବସ ଅବସରରେ ନୂକ୍ସଡ୍ ନାଟକ, ଯୁବ ସଶକ୍ତିକରଣ ଉପରେ ଆଲୋଚନା, ପରିବେଶ ସୁରକ୍ଷା ସମ୍ଭଦୀୟ କୌଶଳ ଓ ଗୋଷ୍ଠୀ ଉପସ୍ଥାପନା
ଆଦି ପ୍ରମୁଖ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଯୁବଗୋଷ୍ଠୀଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ସଚେତନତା ଉପରେ ଧ୍ୟାନ ଦେବା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ନେତୃତ୍ବ
ଦକ୍ଷତା ପ୍ରତିପୋଷଣ ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିଲା । ଯୁବ-ନେତୃତ୍ଵାଧୀନ ପଦକ୍ଷେପଗୁଡିକ ଏହି ଉତ୍ସବରେ ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ସେମାନଙ୍କ ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନର ମାଧ୍ୟମ ହେବାକୁ ପ୍ରେରଣା ଦେଇଥିଲା ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !