ଯାଜପୁର କେନ୍ଦୁଝରରୋଡ ରେଳ ବିଭାଗ ପକ୍ଷରୁ ଯାତ୍ରୀ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l

ଯାଜପୁର - ଯାତ୍ରୀ ମାନଙ୍କୁ କିଭଳି ସୁରକ୍ଷା ଦିଆଯାଇପାରିବ,ଟ୍ରେନ ଚାଲୁଥିବା ସମୟରେ ନ ଚଢିବା, ଟ୍ରେନ କୌଣସି ନିଶା ସେବନ ନ କରିବା, ଟ୍ରେନ ର ଦ୍ଵାର ପାଖରେ ଓହଳି ନ ଯିବା,ଅଯଥା ରେ ଯାତ୍ରୀ ମାନଙ୍କୁ ହଇରାଣ ନ କରିବା, ଫାଟକ ପଡ଼ିଥିବା ସମୟରେ ରାସ୍ତା ଅତିକ୍ରମ ନ କରିବା, କୌଣସି କାରଣ ନ ଥାଇ ଟ୍ରେନ ର ଚେନ କୁ ଟାଣିବା,କୌଣସି ଜାଗାରେ ରେଳ ଲାଇନ ପାର ନ ହେବା ଟ୍ରେନ ରେ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ସହଯୋଗ କରିବା, ପ୍ଲାଟଫର୍ମ ଭିତରେ ପରିଷ୍କାର ପରିଚ୍ଛନ୍ନ ରଖିବା,ଟ୍ରେନ ରେ କୌଣସି ଅସୁବିଧା ହେଲେ ରେଳ ବିଭାଗ ତରଫରୁ ଦିଆଯାଇଥିବା ଟୋଲ ଫ୍ରି ନମ୍ବର (୧୯୩)139 ରେ ଯୋଗା ଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅବଗତ କରାଇ ଥିଲେ l ଯାଜପୁର କେନ୍ଦୁଝର ରୋଡ ରେଳ ବିଭାଗ ଅଧିକାରୀ ପ୍ରବୀନ କୁମାର ଙ୍କ ତତ୍ଵାବଧାନ ରେ ଏ ଏସ ଆଇ ଆର. କେ. ସାମଲ, ଏସ. କେ. ଦାସ କନଷ୍ଟେବଲ ଏସ. ସି. ବେହୁରା ପି. ଏନ. ସେଠି, ସୁଜନ ପରିଡା ପ୍ରମୁଖ ସାମିଲ ହୋଇଥିଲେ l ଯାଜପୁର କେନ୍ଦୁଝର ରୋଡ ରେଳ ବିଭାଗ ତରଫରୁ ଯାତ୍ରୀ ମାନଙ୍କ ପାଇଁ ଏଭଳି ସଚେତନତା କାର୍ଯ୍ୟକ୍ରମ କୁ ସାଧାରଣ ରେ ପ୍ରଶଂସା କରାଯାଇଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !