କିଲିମାଞ୍ଜୋରୋ ଆରୋହଣ କରିଥିବା ଦୁଇ ଓଡିଆ ପର୍ବତାରୋହୀଙ୍କୁ ଟାଟା ଷ୍ଟିଲ୍ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା l

ଯାଜପୁର (କଳିଙ୍ଗନଗର) : - ନିକଟରେ ଆଫ୍ରିକାର ସର୍ବୋଚ୍ଚ ଗିରୀଶୃଙ୍ଗ ମାଉଂଟ୍ କିଲିମାଞ୍ଜୋରୋକୁ ଆରୋହଣ କରିଥିବା ଦୁଇ କର୍ମଚାରୀଙ୍କ ଉଲ୍ଲେଖନୀୟ ସଫଳତାକୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଅଭିଯାନରୁ ଫେରିବା ପରେ ପର୍ବତାରୋହୀ ସତ୍ୟବ୍ରତ ଦାସ ଓ ନାକମଣି ନୀଲିମା ହେମ୍ବ୍ରମଙ୍କୁ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତିରଞ୍ଜନ ଘଡେଇ ଭୁବନେଶ୍ବରସ୍ଥିତ ତାଙ୍କ ବାସଭବନରେ ସୋମବାର ଦିନ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍ (ଟିଏସ୍ଏଫ୍)ର ସିଏସ୍ଆର୍ ଓଡ଼ିଶା ମୁଖ୍ୟ ଡ. ଅମ୍ବିକା ପ୍ରସାଦ ନନ୍ଦ, କଳିଙ୍ଗନଗର ଟାଟା ଷ୍ଟିଲ୍‌ ଫାଉଣ୍ଡେସନର ୟୁନିଟ୍ ମୁଖ୍ୟ ଆଲେନ୍ କିମ୍ ଜୋସେଫ୍‌ଙ୍କ ସମେତ ଟିଏସ୍ଏଫର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ନାକମଣି ନୀଲିମା ଏବଂ ସତ୍ୟବ୍ରତ ଆଫ୍ରିକାର ତାଞ୍ଜାନିଆରେ ଥିବା ୫,୮୯୫ ମିଟର (୧୯,୩୪୦ ଫୁଟ) ଉଚ୍ଚତାର କିଲିମାଞ୍ଜୋରୋ
ଗିରୀଶୃଙ୍ଗକୁ ଆରୋହଣ କରିଛନ୍ତି । ଟିଏସ୍ଏଫ୍‌ର ଦୁଗ୍ଧ ଉନ୍ନୟନ ସଂଯୋଜକ ଭାବେ କାର୍ଯ୍ୟରତ ସତ୍ୟବ୍ରତ ଦାସ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଅନ୍ତର୍ଗତ କୁମ୍ଭୀର ଗଡ଼ିଆ ଗ୍ରାମର ଓ ଟିଏସ୍ଏଫ୍ ମ୍ୟାନେଜର ଭାବେ କାର୍ଯ୍ୟରତ ନାକମଣି ନୀଳିମା ହେମ୍ବ୍ରମ ରାଉରକେଲାର ଅଧିବାସୀ ଅଟନ୍ତି ।
ପର୍ବତାରୋହୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତିରଞ୍ଜନ ଘଡେଇ କହିଛନ୍ତି, ଆଗାମୀ ଦିନରେ ସତ୍ୟବ୍ରତ ଓ ନୀଲିମା ବିଶ୍ବର ସର୍ବୋଚ୍ଚ ଶିଖର ମାଉଂଟ୍ ଏଭରେଷ୍ଟ ଆରୋହଣ କରି ଓଡ଼ିଶା ପାଇଁ ଗୌରବ ଆଣିବେ ବୋଲି ମୋର ବିଶ୍ଵାସ ରହିଛି ।
ନିଜ ପର୍ବତାରୋହଣ ଯାତ୍ରା ବିଷୟରେ ସତ୍ୟବ୍ରତ ଦାସ କହିଛନ୍ତି ଯେ, “ ପର୍ବତାରୋହଣ କରିବା ମୋର ଆଗ୍ରହ, ଗତ ୧୨ ବର୍ଷ ମଧ୍ୟରେ ମୁଁ ରେନକ୍ ଗିରୀଶୃଙ୍ଗ (୧୭,୦୦୦ ଫୁଟ), ଷ୍ଟକ୍ କାଙ୍ଗରି (୨୦,୧୮୭ ଫୁଟ), ଜନି ଗିରୀଶୃଙ୍ଗ (୧୮,୦୦୦ ପୁଟ), ମାଉଂଟ୍ ସତୋପଦ୍ମ( ୨୩, ୨୧୨ ଫୁଟ), କାବୁ ଡୋମ୍ ବେସ୍ ( ୨୧,୦୦୦ ଫୁଟ) ଏବଂ ମାଉଂଟ୍ କାନାମୋ (୧୯,୬୦୦ ଫୁଟ) ଭଳି ଉଲ୍ଲେଖନୀୟ ଗିରୀଶୃଙ୍ଗ ଆରୋହଣ କରିଛି ଏବଂ ୨୦୨୪ରେ ମୁଁ ମାଉଂଟ୍ ଏଭରେଷ୍ଟ ଆରୋହଣ କରିବାକୁ ଲକ୍ଷ୍ୟ ରଖିଛି ।’’
ନିଜ ଅନୁଭୂତିକୁ ଶେୟାର କରି ନାକମଣି ନୀଲିମା ହେମ୍ବ୍ରମ କହିଛନ୍ତି, “ଏହା ମୋ ଜୀବନର ସର୍ବଶ୍ରେଷ୍ଠ ଉପଲବ୍ଧି । ବିଗତ ଏକ ଦଶନ୍ଧି ମଧ୍ୟରେ ମୁଁ ପର୍ବତାରୋହଣ କ୍ରୀଡ଼ା ପାଇଁ ନିଜକୁ ଉତ୍ସର୍ଗ କରିଛି । ମୋର ପରବର୍ତୀ ଲକ୍ଷ୍ୟ ହେଉଛି ୬,୧୫୩ ମିଟର (୨୦,୧୮୭ ଫୁଟ) ଉଚ୍ଚତାରେ ଅବସ୍ଥିତ ଲଦାଖର ଟ୍ରାନ୍ସ-ହିମାଳୟ ଅଂଚଳର ସର୍ବୋଚ୍ଚ ଗିରୀଶୃଙ୍ଗ ଷ୍ଟ୍ରୋକ୍‌ କାଙ୍ଗରି ଏବଂ ଦକ୍ଷିଣ ଆମେରିକାର ମାଉଂଟେନ୍ ଆକନକାଗୁଆ ଆରୋହଣ କରିବା" ।
ଓଡ଼ିଶାର ଯାଜପୁର ଜିଲ୍ଲାରେ ପର୍ବତାରୋହଣର ପ୍ରସାର କରିବା ଦିଗରେ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ୨୦୦୯ ପରଠାରୁ ବିଭିନ୍ନ ପାଠ୍ୟକ୍ରମ ଜରିଆରେ ପର୍ବତାରୋହଣକୁ ଗ୍ରହଣ କରିବା ଲାଗି ଫାଉଣ୍ଡେସନ ୮୦୦ରୁ ଅଧିକ ଯୁବବର୍ଗଙ୍କୁ ଉତ୍ସାହିତ କରିଛି ।
ସଂକଳ୍ପ, ଦୃଢ଼ତା ଓ ଉତ୍ସାହର ଉଜ୍ଜ୍ବଳ ଉଦାହରଣ ସୃଷ୍ଟି କରି ନାକମଣି ନୀଲିମା ହେମ୍ବ୍ରମ ଓ ସତ୍ୟବ୍ରତ ଦାସଙ୍କ ଅସାଧାରଣ ସଫଳତା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ ପକ୍ଷରୁ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !