ଭିସିଆଇ କେମିକାଲ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ଜନଶୁଣାଣି କୁ ବିରୋଧ l ଜନଶୁଣାଣି ଠପ୍!

ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବିଭିନ୍ନ କାରଖାନା l ଏହି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସରକାରୀ ନିୟମ ଅନୁସାରେ ସର୍ବସାଧାରଣଙ୍କ ଅନୁମତି ନିମନ୍ତେ ଏକ ଜନଶୁଣାଣି ହୋଇଥାଏ l କିନ୍ତୁ ବିଡ଼ମ୍ବନା ର ଘଟଣା ଜନସାଧାରଣ ଏହି କେମିକାଲ ପ୍ଲାଣ୍ଟ କୁ ଘୋର ବିରୋଧ କରିଥିଲେ l ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ପୂର୍ବରୁ ଗଢ଼ିଉଠିଥିବା ଶିଳ୍ପ ସଂସ୍ଥା ଗୁଡିକ ଜନସାଧାରଣଙ୍କ ସହଯୋଗ ରେ ଶିଳ୍ପ ପ୍ରତିଷ୍ଠା କରିବା ପରେ ଜନସାଧାରଣଙ୍କ ମୌଳିକ ଅଧିକାର କୁ କ୍ଷୁର୍ଣ୍ଣ କରିବାକୁ ପଛାନ୍ତି ନାହିଁ l କଳିଙ୍ଗନଗର ର ସଚେତନ ନାଗରିକ ଏହାର ସଠିକ୍ ଜାବାବ ଦେଇଛନ୍ତି l ତେଣୁ ଦାନଗଦି ଭବନ ଠାରେ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ହେଉଥିବା ଜନଶୁଣାଣି କୁ ସ୍ଥାନୀୟ ଲୋକେ ବିରୋଧ କରି ବନ୍ଦ କରିଦେଲେ l ଜନଶୁଣାଣି ରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀ କଳିଙ୍ଗନଗର ଅତିତିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଅଧିକାରୀ ପ୍ରମୋଦ କୁମାର ବେହେରା ଏହି ପରିବେଶ ମଞ୍ଜୁରୀ କାର୍ଯ୍ୟକ୍ରମ କୁ ବନ୍ଦ କରାଯିବା ପାଇଁ ପଦକ୍ଷେପ ନେଇଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !