ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ଓ ରାଷ୍ଟ୍ରୀୟସ୍ୱୟଂ ସେବକ ସଙ୍ଘ ମିଳିତ ସହଯୋଗରେ ପାଳିତ ହେଲା ବିଜୟା ଦଶମୀ l

ଯାଜପୁର :- ବଡ଼ଚଣା ପ୍ରଖଣ୍ଡ ର ବାଲିଚନ୍ଦ୍ରପୁର ଠାରେ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି l ଏଥିରେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ଓ ରାଷ୍ଟ୍ରୀୟସ୍ୱୟଂ ସେବକ ସଙ୍ଘ ମିଳିତ ସହଯୋଗରେ ଏକ ଶୋଭା ଯାତ୍ରା ହନୁମାନ ମନ୍ଦିର ଠାରୁ ବାହାରି ବାଲିଚନ୍ଦ୍ରପୁର ବଜାର ପରିକ୍ରମା କରି ସରସ୍ବତୀ ଶିଶୁମନ୍ଦିର ଠାରେ ପହଂଚି ଥିଲେ l ଏହି ଶୋଭାଯାତ୍ରାରେ ୩୦୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l କାର୍ଯ୍ୟକ୍ରମ ରେ ବଜରଙ୍ଗ ଦଳ ରାଜ୍ୟ ସଂଯୋଜକ ଅମ୍ବିକା ପ୍ରସାଦ ଦାସ ଓ ବଜରଙ୍ଗ ଦଳର ରାଜ୍ୟ ସହ ସଂଯୋଜକ ପ୍ରଭାତ ତ୍ରିପାଠୀ, ପୂର୍ବତନ ରାଜ୍ୟ ଗୋରକ୍ଷା ପ୍ରମୁଖ ତଥା ବରିଷ୍ଠ ଆଇନ ଯିବି ସୁବାସ ଚନ୍ଦ୍ର ନନ୍ଦ, 
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଜିଲ୍ଲା ସଙ୍ଘ ଚାଳକ ବଟକୃଷ୍ଣ ଜେନା,ପୂର୍ବତନ ବିଜେପି ଜିଲ୍ଲା ସଭାପତି ଅଶୋକ ସାମଲ, ପୂର୍ବତନ ବିଜେପି ଜିଲ୍ଲା ସମ୍ପାଦକ ବରିଷ୍ଟ ଆଇନ ଯିବି ଗୋପାଳ ଚନ୍ଦ୍ର ପଣ୍ଡା, ପୂର୍ବତନ ରାଜ୍ୟ ବଜରଙ୍ଗ ଦଳ ଶାରୀରିକ ପ୍ରମୁଖ ଧର୍ଯ୍ୟଧର ଦାସ ପ୍ରମୁଖ ଯୋଗଦେଇ, ଯାଜପୁର ଜିଲ୍ଲାରେ ସଂଗଠନ କୁ ସୁଧୁଡ଼ କରାଯିବ ସେ ବିଷୟରେ ପ୍ରେରଣା ଦେଇଥିଲେ l ପୂର୍ବତନ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସହ ସମ୍ପାଦକ ହିମାଂଶୁ ଶେଖର ବଳ, ପୂର୍ବତନ ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ଚିତ୍ତରଞ୍ଜନ ବିନ୍ଧାଣି, ପୂର୍ବତନ ଜିଲ୍ଲା ସାହ ସଂଯୋଜକ ବସନ୍ତ କୁମାର ପାତ୍ର ଓ ସାରଦା ପ୍ରସନ୍ନ ବଳ, ବିଜେପି ଜିଲ୍ଲା ଶିକ୍ଷକ ସଙ୍ଘ ସଂଯୋଜକ ପ୍ରଶାନ୍ତ ପଥiଳ, ଅନ୍ୟ ମାନଙ୍କ ମଧ୍ୟରେ ସଭେନ୍ଦୁ ବଳ, ଅନନ୍ତ ଦାସ,ପ୍ରକାଶ ବଳ,ଅଙ୍କିତ ସାନଲ,ରିଙ୍କୁ ନାୟକ,ସଟୁ ଭାଇ, ଅନିଲ ସେଠି, ପ୍ରକାଶ ଦାସ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !