‘ଉଦୟବଟ’ ତରଫରୁ ୬୯ତମ ଶିଶୁ ଦିବସ ପାଳିତ ଓ ‘ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ’ ପ୍ରତିଯୋଗିତାର ଶୁଭାରମ୍ଭ l

ଯାଜପୁର ( ବ୍ୟାସନଗର ) : - ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ତରଫରୁ ୬୯ତମ ଶିଶୁ ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । କ୍ରୋମନଗରୀ ବ୍ୟାସନଗରର ବସ୍ତି ଅଂଚଳର ପିଲାମାନଙ୍କ ମଧ୍ୟରେ ଖୁସିର ପରିପ୍ରକାଶ ପାଇଁ ‘ଉଦୟବଟ’ ଦୀର୍ଘ ବର୍ଷ ଧରି ଚେଷ୍ଟିତ ରହିଆସିଛି । ଏହି ପବିତ୍ର ଦିବସ ଅବସରରେ ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା, କୋରାଇର ପୂର୍ବତନ ବିଧାୟକ ତଥା ଓଡ଼ିଶାର ବିଶିଷ୍ଠ ଜନନେତା ‘୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା-୨୦୨୩’ର ଶୁଭାରମ୍ଭ ହୋଇଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀର ଉଭୟ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜୁନିୟର ବିଭାଗ ଅଫ୍‌ଲାଇନ ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ଶିଶୁ କବିତା ଆବୃତି, ଶ୍ଳୋକ ପାଠ ଆଦି ପ୍ରତିଯୋଗିତାଗୁଡିକର ଶୁଭାରମ୍ଭ ହୋଇଥିଲା । ଏଥିରେ ଯାଜପୁର, ଭଦ୍ରଖ ଓ କେଉଁଝର ଜିଲ୍ଲାର ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ ।କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଭୂଲେଖ ଓ ବନ୍ଦୋବସ୍ତ ଆୟୁକ୍ତ (କମିଶନର) ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାଗୁଡ଼ିକର ଉଦ୍‌ଘାଟନ କରିଥିଲେ । ଅତିଥିମାନେ ୰ ଅଶୋକ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରତିଯୋଗିତାଗୁଡିକରେ ବ୍ୟାସନଗର ପବ୍ଲିକ ସ୍କୁଲ, ଏସବିଡ଼ି ଇଂଟରନେସ୍‌ନାଲ, ସେଂଟ ଜାଭିୟର୍ସ ସ୍କୁଲ, ମାଉଂଟ ଲିଟରା ଜି ସ୍କୁଲ, ସେଂଟ୍ରାଲ ସ୍କୁଲ, ସେଂଟମେରୀ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମଧୂସୁଦନନଗର, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସୋଲେଇ, ଦାନଗଦି, କ୍ରୋମନଗର ବିଦ୍ୟାମନ୍ଦିର, ଫେରୋକ୍ରୋମ ପ୍ଲାଂଟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମୁଣ୍ଡମାଳ, ସାପଗଡ଼ିଆ ସ୍କୁଲ, ଧବଳଗିରି ସ୍କୁଲ, ଯାଜପୁରରୋଡ ବାଳିକା ବିଦ୍ୟାଳୟ, ଶଶିଭୂଷଣ ଉଚ୍ଚ ବିଦ୍ୟାଳୟ ପ୍ରଭୃତି ବହୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ଉଦ୍‌ଘାଟକ ଶ୍ରୀଯୁକ୍ତ ମଲ୍ଲିକ ଜିଲ୍ଲାର ଭୂମିପୂତ୍ର ୰ ଶ୍ରୀଯୁକ୍ତ ଦାସଙ୍କ ସମ୍ମାନାର୍ଥେ ‘ଉଦୟବଟ’ ଦୀର୍ଘ ୧୪ ବର୍ଷ ହେଲା ବିଭିନ୍ନ ପ୍ରତିଯୋଗିତା କରିଆସୁଥିବା ବେଳେ ଚଳିତ ବର୍ଷ ଏହି ଧାରାକୁ ଜାରୀ ରଖିଥିବାରୁ ସେ ପ୍ରଶଂସା କରିଥିଲେ । ଶିଶୁମାନଙ୍କୁ ସର୍ବଦା ଖୁସି ରଖିଲେ ଓ ଉପଯୁକ୍ତ ଯତ୍ନ ନେଲେ ସେମାନେ ସମାଜ ପାଇଁ ଆଗାମୀ ଉତମ ଭବିଷ୍ୟତ ପାଲଟିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।ଯାଜପୁର ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ତଥା ପୂର୍ବତନ ବ୍ୟାସନଗର ପୈାର ପରିଷଦର ନଗରପାଳ ସବିତା ରାଉତ ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶିଶୁମାନେ ସ୍ୱପ୍ନ ଦେଖିବାକୁ କହିଥିଲେ । ୰ ଦାସଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ‘ଉଦୟବଟ’ ପୂର୍ବ ବର୍ଷମାନଙ୍କ ପରି ତା’ର କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ସେ ସାଧୂବାଦ ଜଣାଇଥିଲେ । କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଯାଜପୁରରୋଡ଼ ବନାଚଂଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସେମାନେ ପାଠ ପଠା ସହ ରୁଚି ରଖିବା ସହିତ ଖେଳ କସରତ ସହ ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହୋଇ ନିଜର ଶାରୀରିକ ଓ ବୌଦ୍ଧିକ ବିକାଶରେ ଚେଷ୍ଟିତ ହେବା ଉଚିତ ବୋଲି କହିଥିଲେ । ଏଥିରେ ବିଶିଷ୍ଟ ବକ୍ତା ଭାବେ ‘ଇନ୍ଦିରା ଗାନ୍ଧୀ ଡ଼ିଗ୍ରୀ ମହାବିଦ୍ୟାଳୟ’ର ଅଧ୍ୟକ୍ଷ ରତ୍ନାକର ଜେନା ଯୋଗ ଦେଇ ବିଭିନ୍ନ ଉଦାହରଣ ଦେଇ ଅବିଭାବକ/ଅବିଭାବିକାମାନଙ୍କର ଶିଶୁମାନଙ୍କ ପ୍ରତି ଥିବା ଦାୟିତ୍ୱବୋଧକୁ ସୂଚାଇଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ନିଜର ଅଙ୍ଗୀକାରବଦ୍ଧତା ଓ ସଂଯମତା ରକ୍ଷା କରିବାରେ କେବେ ବି ଅବହେଳା ନ କରିବାକୁ ସେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ଅନ୍ୟତମ ସମ୍ମାନିତ ଅତିଥି ବାଲୁଗାଁ, ନୟାଗଡ଼ ଓ ହିଂଜିଳିକାଟୁ ପୈାର ପରିଷଦର ଅବସରପ୍ରାପ୍ତ ନିର୍ବାହୀ ଅଧିକାରୀ ଗଜେନ୍ଦ୍ର ପଟ୍ଟନାୟକ ଯୋଗ ଦେଇ ଶିଶୁ ଓ ଉପସ୍ଥିତ ପ୍ରତିଯୋଗୀମାନଙ୍କୁ ବହୁ ଉପାଦେୟ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଖୋର୍ଦ୍ଧା ଜିଲ୍ଲାର ଯୁବ ସମାଜସେବୀ ତଥା ସଫଳ ଉଦ୍ୟୋଗୀ ସତ୍ୟରଂଜନ ମହାପାତ୍ର ଆସନ୍ତା ୧୯/୧୧/୨୦୨୩ରେ ବେଗୁନିଆର ହୀରାପୁର ଠାରେ ୰ ଶ୍ରୀଯୁକ୍ତ ଦାସଙ୍କ ସମ୍ମାନାର୍ଥେ ‘ମେସର୍ସ ମହାପାତ୍ର କନଷ୍ଟ୍ରକ୍‌ସନ’ ଏବଂ ‘ଉଦୟବଟ’ ମିଳିତ ଆନୁକୂଲ୍ୟରେ ‘୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା-୨୦୨୩’ର କିଛି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପୁରସ୍କାର ବିତରଣ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ ।‘ଉଦୟବଟ’ର ସହଯୋଗୀ ସଂପାଦକ, ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ସ୍ୱାଗ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ ବିବରଣୀ ପାଠ କରିଥିଲେ । ବରିଷ୍ଠ ଶିକ୍ଷୟତ୍ରୀ ହରପ୍ରିୟା କର କାର୍ଯ୍ୟକ୍ରମଗୁଡିକର ସଂଯୋଜନା କରିଥିଲେ । ଏଥିରେ ଶିକ୍ଷକ ନେତା ଆଶିଷ କୁମାର ମଲ୍ଲିକ, ସ୍ଥାନୀୟ କ୍ରୋମନଗର ବିଦ୍ୟାପୀଠ (ଉଚ୍ଚ ବିଦ୍ୟାଳୟ)ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, କ୍ରୋମନଗର ବିଦ୍ୟାପୀଠର ସହକାରୀ ଶିକ୍ଷକ ମାନସ କୁମାର ସାମଲ, ସାପଗଡ଼ିଆ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଜୀତ୍ କୁମାର ମହାପାତ୍ର, ରଗଡ଼ି ନିକଟସ୍ଥ ‘ଇଣ୍ଡ୍‌ଟେକ ଟେକ୍ନିକାଲ ଏଜେୁକେସନ’ର ମୁଖ୍ୟ ଶିଶି କୁମାର ଓ ସଂଯୋଜକ ଦିଲୀପ ବେହେରା ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗିତାଗୁଡିକରେ ବିଚାରକ ଭାବେ ପ୍ରତିଯୋଗିତା ମୁଖ୍ୟ ବରିଷ୍ଠ ଶିକ୍ଷକ ଆଶିଷ କୁମାର ମଲ୍ଲିକ, ଶିକ୍ଷୟତ୍ରୀ ହରପ୍ରିୟା କର, ସାମ୍ବାଦିକ ଉମାକାନ୍ତ ମହାପାତ୍ର, ମହେଶ୍ୱର ନାୟକ, ଭାରତ ଭୂଷଣ ରାଉତ, ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ, ବିଦ୍ୟୁତ୍‌ପ୍ରଭା ରାୟ ପ୍ରମୁଖ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ । କାର୍ଯ୍ୟକ୍ରମ ସୁପରିଚାଳନାରେ ସୁମନ ରାୟ, ପ୍ରଫୁଲ୍ଲ ବାରିକ, ତ୍ରିଲୋଚନ ଜେନା, ସମର ମଣ୍ଡଳ, କଳିଙ୍ଗ କେଶରୀ ରାଉତ, ଅରୁଣ ଦାସ, ସାମ୍ବାଦିକ ଶ୍ରୀକାନ୍ତ ମହାପାତ୍ର, ସୁମନ୍ତ ରାଉତ, ହରଦୟାଲ ସିଂହ, ପ୍ରତିପାଲ ସିଂହ, ଭାଷ୍କର ମୁଦୁଲି, ସୁମିତ୍ରା ମିଶ୍ର, ଜ୍ୟୋତ୍ସାରାଣୀ ଦତ, ଅନ୍ନପୂର୍ଣ୍ଣା ରାୟ, ସୁମତି ବାରିକ, ସମୀର କୁମାର ମିଶ୍ର, କାଳନ୍ଦୀ ବାରିକ, ଚକ୍ରଧର ମଲ୍ଲିକ, ଆରତୀ ବାରିକ, କେତକୀ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଦେବୀ ପ୍ରସାଦ ଦାଶ,ଲକ୍ଷ୍ମୀନାରାୟଣ ଅଗ୍ରୱାଲ, ଡ଼ାକ୍ତର ବିଭାସ କର୍ମକାର, ରାହାସ ବିହାରୀ ପଣ୍ଡିତ୍‌, ନାରୀ ନେତ୍ରୀ ଶ୍ୱେତା ରାୟ, ନର୍ସ ମମତା ଦାସ, ଇତ୍ରିଶ୍ରୀ ପ୍ରଧାନ, ସଂଯୁକ୍ତା ସ୍ୱାଇଁ, ଅଭିଷେକ ମଲ୍ଲ, ଅମର ଦାସ, ଶୁକଦେବ ବିଶ୍ୱାଳ, ରମା ସାମଲ, ଦମୟନ୍ତୀ ବଳ, ସୁଜାତା ଜେନା, ନରହରି ବେହେରା, ନିରାକାର ନାୟକ, ଭାରତୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ପରେ ଅତିଥିମାନେ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ । ଏଥିସହ ଏଠାରେ ୬୯ତମ ଶିଶୁ ଦିବସ ପାଳିତ ହୋଇଥିଲା । ସ୍ୱାଧିନ ଭାରତର ୧ମ ପ୍ରଧାନମନ୍ତ୍ରୀ ଚାଚା ନେହୁର କିପରି ଶିଶୁମାନଙ୍କୁ ଭଲ ପାଉଥିଲେ ଓ ଏହି ଦିବସର ତାତ୍ପର୍ଯ୍ୟତା ସଂର୍ପକରେ ଏଠାରେ ଆଲୋଚନା କରାଯିବା ସହ ଶିଶୁମାନଙ୍କର ସମୟୋଚିତ ଯତ୍ନ ନେବାକୁ ମତପ୍ରକାଶ ପାଇଥିଲା । ଶେଷରେ ବରିଷ୍ଠ ସାମ୍ବାଦିକ ଉମାକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !