ପୂର୍ବତନ ବିଧାୟକ ଅଶୋକ ଦାସଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ଏବଂ ‘ଉଦୟବଟ’ର ୨୦ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି l
ଯାଜପୁର (ବ୍ୟାସନଗର): - ବ୍ୟାସନଗରରୁ ପ୍ରକାଶିତ ସମ୍ବାଦ ଭିତ୍ତିକ ପତ୍ରିକା ‘ଉଦୟବଟ’ର ୨୦ତମ ବାର୍ଷିକୋତ୍ସବ ଓ କୋରାଇର ପୂର୍ବତନ ବିଧାୟକ, ଯାଜପୁରର ଭୂମିପୂତ୍ର ୰ ଅଶୋକ ଦାସଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ‘ଦୁର୍ଲ୍ଳଭ କଳା ପରିଷଦ ମଣ୍ଡପ’ ଠାରେ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ତଥା ‘ଉଦୟବଟ’ର ପ୍ରତିଷ୍ଠାତା ଉପଦେଷ୍ଟା ରସାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏଥିରେ ଜିଲ୍ଲା ବିଜେଡ଼ି ମହିଳା ସଭାନେତ୍ରୀ ତଥା ପ୍ରାକ୍ତନ ପୈାରାଧ୍ୟକ୍ଷା ସବିତା ରାଉତ ମୁଖ୍ୟ ବକ୍ତା ଭାବରେ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ଓ ସମାଜସେବୀ କର୍ଣ୍ଣାଟ କେଶରୀ ଦାସ ବିଶିଷ୍ଟ ଅତିଥି ଭାବେ, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଭାଗବତ ପ୍ରସାଦ ଦାସ, ପୂର୍ବତନ ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ମହାନ୍ତି, ବରିଷ୍ଠ ବିଜେପି ନେତା ପ୍ରସନ୍ନ କୁମାର ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ‘ଉଦୟବଟ’ କେବଳ ଏକ ସମ୍ବାଦ ଭିତ୍ତିକ ପତ୍ରିକା ନୁହେଁ ବରଂ ଏହାର କର୍ମକର୍ତ୍ତାମାନେ ବର୍ଷତମାମ ଯେଉଁସବୁ ଜନହିତକର, ସାଂସ୍କୃତିକ...