ଅଯେଧ୍ୟାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ବିଜୟ ଉତ୍ସବ ଓ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l

ଯାଜପୁର, (ବ୍ୟାସନଗର ): - ଯାଜପୁର ୦୪/୦୨/୨୪ ରବିବାର ପୁର୍ବାହ୍ଣ ୧୦ଘଟିକାରୁ ୨ ଘଟିକା ପର୍ଯ୍ୟନ୍ତ ବିଜୟ ଉତ୍ସବ ଓ ବନ୍ଧୁ ମିଳନ ପାଳନ ହୋଇଯାଇଛି । ଏହି ଉତ୍ସବରେ ଆବାହକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନନ୍ଦ ଯୋଗ ଦେବା ସହିତ ମୁଖ୍ୟ ଅତିଥି ଭାବେ ସଂଘ ପଦାଧିକାରୀ ସତ୍ୟଜିତ୍ ଶତପଥୀ, ଜ୍ଞାନ ରଂଜନ ରାଉତ, ଧର୍ଯ୍ୟଧର ଦାସ, ନିତ୍ୟାନନ୍ଦ ମହାଳିକ ମଂଚରେ ଉପସ୍ଥିତ ଥିବା ବେଳେ ସଭାପତିତ୍ୱ କରିଥିଲେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାମଲ । ଏହି କାର୍ଯ୍ୟକ୍ରମରେ ଦିଲ୍ଳୀପ ଓଝାଙ୍କ ସମେତ ମୁଖ୍ୟ ସହଯୋଗି ଭାବେ ହିନ୍ଦୁ ସୁରକ୍ଷା ସେନାର ଜିଲ୍ଳା ସଭାପତି ବସନ୍ତ କୁମାର ପାତ୍ର, ଉମାକାନ୍ତ ମହାପାତ୍ର, ସାନ୍ତନୁ କୁମାର ସାହୁ, ସୁବାଷ ଜେନା, ଅସିତ୍ ଦାସ, ପ୍ରଶାନ୍ତ ପଥାଳ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସୁପରିଚାଳିତ କରିଥିଲେ । ଏତଦ୍ ବ୍ୟତୀତ ଜିଲ୍ଲାର ପ୍ରତ୍ୟେକ ପ୍ରଖଣ୍ଡରୁ ୨୦୦ରୁ ଉର୍ଦ୍ଧ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀଯୁକ୍ତ ନନ୍ଦଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ପ୍ରଭୁ ରାମଚନ୍ଦ୍ରଙ୍କ ଜୀବନ ଦର୍ଶନ ଉପରେ ସମସ୍ତ ଅତିଥି ନିଜ ନିଜର ବକ୍ତବ୍ୟ ରଖିଥିଲେ । ବରିଷ୍ଠ ସାମ୍ବାଦିକ ସୁଜିତ କୁମାର ମଲ୍ଳିକ ନିଜ ଅଭିଭାଷଣରେ ସନାତନ ଧର୍ମକୁ କିପରି ଦେଶରେ ବଜାଇ ରଖିହେବ ସେ ବିଷୟରେ ମନ୍ତବ୍ୟ ରଖିଥିଲେ । ଜୟ ଶ୍ରୀରାମ ଧ୍ୱନିରେ ସଭାସ୍ଥଳ ପ୍ରକମ୍ପିତ ହୋଇ ଉଠିଥିଲା । ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଆପ୍ରାଣ ଉଦ୍ୟମ କରିଥିବା ୧୧ଜଣ କାର୍ଯ୍ୟକର୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବା ଶେଷରେ ବସନ୍ତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିବା ସହ ସଭାସଂଘ ହୋଇଥିଲା ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !