ଟାଟା ଷ୍ଟିଲ୍‌ର କଳିଙ୍ଗନଗର କାରଖାନାକୁ ରେସ୍‌ପନ୍ସିବଲ୍ ଷ୍ଟିଲ୍ସାର୍ଟିଫିକେସନ l

(ରେସ୍‌ପନ୍ସିବଲ୍ ଷ୍ଟିଲ୍ ହେଉଛି ଇସ୍ପାତ ଉତ୍ପାଦନକାରୀମାନଙ୍କ ଲାଗି ଏକ ବିଶ୍ବସ୍ତରୀୟ ସାର୍ଟିଫିକେସନ କାର୍ଯ୍ୟକ୍ରମ) 
ଯାଜପୁର (କଳିଙ୍ଗନଗର ) : - ଟାଟା ଷ୍ଟିଲ୍‌ର କଳିଙ୍ଗନଗର କାରଖାନା ରେସ୍‌ପନ୍ସିବଲ୍ ଷ୍ଟିଲ୍‌ ସାର୍ଟିଫିକେସନ ହାସଲ କରିଛନ୍ତି । ୨୦୨୨ରେ କମ୍ପାନିର ଜାମସେଦପୁର କାରଖାନା ପ୍ରଥମ ଭାରତୀୟ ଇସ୍ପାତ କାରଖାନା ଭାବେ ଏହି ଐତିହାସିକ ସଫଳତା ହାସଲ କରିଥିଲା । ଟାଟା ଷ୍ଟିଲ୍‌ ଏବେ ରେସ୍‌ପନ୍ସିବଲ୍ ଷ୍ଟିଲ୍‌ ସାର୍ଟିଫିକେସନ ହାସଲ କରିଥିବା କାରଖାନାରୁ ଏହାର ୯୦ ପ୍ରତିଶତ ଇସ୍ପାତ ଉତ୍ପାଦନ କରୁଛି ।ରେସ୍‌ନ୍‌ସିବଲ୍ ଷ୍ଟିଲ୍ ହେଉଛି ଇସ୍ପାତ ଶିଳ୍ପର ପ୍ରଥମ ବିଶ୍ବସ୍ତରୀୟ ବହୁବିଧ-ଅଂଶୀଦାରଭିତିକ ସାର୍ଟିଫିକେସନ ଅଭିଯାନ ଯାହା ଇସ୍ପାତଉତ୍ପାଦନକାରୀ, ଗ୍ରାହକ ଓ ମଧ୍ୟସ୍ଥିମାନଙ୍କ ସହ ମିଶି କାମ କରୁଥିବା ବେଳେ ଜଳବାୟୁ ପରିବର୍ତନ, ବିବିଧତା, ମାନବିକ ଅଧିକାର ଆଦିଆହ୍ୱାନର ମୁକାବିଲା କରି ଏକ ଦୀର୍ଘସ୍ଥାୟୀ ଇସ୍ପାତ ଶିଳ୍ପ ଗଠନ ଦିଗରେ କାମ କରୁଛି । ଟାଟା ଷ୍ଟିଲର ସିଇଓ ଏବଂ ଏମ୍‌ଡି ଟିଭି ନରେନ୍ଦ୍ରନ୍ କହିଛନ୍ତି ଯେ, ‘ଆମ କାରଖାନାଗୁଡ଼ିକ ପାଇଁ ରେସପନ୍ସିବଲ୍ ଷ୍ଟିଲ୍‌ ସାର୍ଟିଫିକେସନ୍ଦୀର୍ଘସ୍ଥାୟିତ୍ଵ ପ୍ରତି ଟାଟା ଷ୍ଟିଲର ପ୍ରତିବଦ୍ଧତାର ପ୍ରମାଣ । ଏହା ଇସ୍ପାତ ଶିଳ୍ପର ବିଭିନ୍ନ ଆହ୍ୱାନର ମୁକାବିଲା ଏବଂ ଏକ ଉନ୍ନତ ଭବିଷ୍ୟତଗଠନ ଦିଗରେ ଆମର ସକ୍ରିୟ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି । ଏହି ମାଇଲଖୁଟ ହାସଲ କରିବାରେ ଟାଟା ଷ୍ଟିଲ୍‌ର ଦାୟିତ୍ଵସମ୍ପନ୍ନ ଟିମ୍,ଅଡିଟର, ଆସ୍ୟୁରାନ୍ସ ପ୍ୟାନେଲର ପ୍ରୟାସକୁ ମୁଁ ଆନ୍ତରିକତାର ସହ ପ୍ରଶଂସା କରୁଛି । ୨୦୨୫ ସୁଦ୍ଧା ଭାରତରେ ଥିବା ଆମର ସମସ୍ତଇସ୍ପାତ ଉତ୍ପାଦନ କାରଖାନାକୁ ସାର୍ଟିଫିକେସନ କରିବା ଲକ୍ଷ୍ୟ ଆଡ଼କୁ ଆମେ ଅଗ୍ରସର କରାଉଛୁ ।’’ରେସପନସିବଲ୍ ଷ୍ଟିଲ୍‌ର ସିଇଓ ଆନି ହେଟନ୍ କହିଛନ୍ତି ଯେ, ଏହି ଦୁଇଟି ନୂତନ କାରଖାନା ସାର୍ଟିଫିକେସନ ପାଇଁ ଅଡିଟ୍‌ ପ୍ରକ୍ରିୟା ସହିତଟାଟା ଷ୍ଟିଲ୍‌ ଏହାର ସାମାଜିକ ଏବଂ ପରିବେଶ ଦାୟିତ୍ଵକୁ ଖୋଲାଖୋଲି ଭାବେ ଆଗକୁ ବଢ଼ାଇବା ପାଇଁ ପ୍ରତିଶ୍ରୁତିବଦ୍ଧତା ପ୍ରଦର୍ଶନ କରିଛି ।ଅଡିଟ୍ ସମୟରେ ଉଭୟ ସ୍ଥାନର ଜିଏଚ୍‌ଜି ନିର୍ଗମନ ହ୍ରାସ ରଣନୀତି ଏବଂ ଜଳ ପରିଚାଳନା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା । ଏକ କାରଖାନାର ପରିବେଶ ପ୍ରଭାବ ପରିଚାଳନା ବ୍ୟତୀତ ରେସପନସିବଲ୍‌ଷ୍ଟିଲ୍ ମାନକ କାରଖାନାର ଶ୍ରମିକ ଏବଂ ସ୍ଥାନୀୟ ସମୁଦାୟର କଲ୍ୟାଣ ସୁନିଶ୍ଚିତ କରିବା ପାଇଁ କାରଖାନାଗୁଡ଼ିକୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖୁଥାଏ ।ସଂଘର୍ଷ ଓ ବିସ୍ଥାପନ ସତ୍ତ୍ଵେ ସ୍ଥାନୀୟ ଲୋକଙ୍କ ସହିତ ମିଶି କାମ କରିବା ପାଇଁ ଟାଟା ଷ୍ଟିଲ୍‌ କଳିଙ୍ଗନଗର ଦୃଢ଼ ସଂକଳ୍ପ ପ୍ରଦର୍ଶନ କରିଥିବାବେଳେ ଟାଟା ଷ୍ଟିଲ୍‌ ମେଡିକା ହସ୍ପିଟାଲ ଓ ଲୋୟୋଲା ସ୍କୁଲ୍ ମାଧ୍ୟମରେ ଟାଟା ଷ୍ଟିଲ୍‌ ଗୁଣାତ୍ମକ ବାସଗୃହ ଓ ଉନ୍ନତ ସ୍ଵାସ୍ଥ୍ୟ ସେବା ଏବଂ ଶିକ୍ଷା ପ୍ରଦାନ କରିବା ଲାଗି କାର୍ଯ୍ୟ କରୁଛି । ଇସ୍ପାତ ଉତ୍ପାଦନ ଏକ ଜଟିଳ ଏବଂ ପ୍ରାୟତଃ ବିପଜ୍ଜନକ ପ୍ରକ୍ରିୟା ଏବଂ ଭବିଷ୍ୟତର ବିପଦକୁ ହ୍ରାସ କରିବା ପାଇଁ ସ୍ଵାସ୍ଥ୍ୟ ଏବଂ ନିରାପତାକୁ କ୍ରମାଗତ ଭାବରେ ଉନ୍ନତ କରିବା ପାଇଁ କାରଖାନା ଏବଂ କମ୍ପାନିର ପ୍ରତିବଦ୍ଧତା ଭଲ ଭାବରେ ଉଲ୍ଲେଖ କରାଯାଇଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !