ଜନତା ଙ୍କ ପଟ୍ଟା ଜମିକୁ ଜୋରଜବରଦସ୍ତ ଅକ୍ତିଆର କରିବା ପାଇଁ ଭିସିଆଇ କାରଖାନା ର ମସୁଧା, ବିରୋଧ କଲେ ଯଖପୁରା ଗ୍ରାମବାସି l

ଯାଜପୁର (କଲିଙ୍ଗନଗର) : - ଯାଜପୁର ଜିଲ୍ଲା କଲିଙ୍ଗନଗର ରେ ସଦ୍ୟ କିଛିଦିନ ତଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଦାନଗଦୀ ଭବନରେ ପ୍ରସ୍ତାବିତ ଭିସିଆଇ କେମିକାଲ ପ୍ରାଇଭେଟ ଲିମିଟେଡ଼ କାରଖାନା ସ୍ଥାପନ ପାଇଁ ହୋଇଥିଲା ଜନ ଶୁଣାଣୀ । ଅଳ୍ପ ହୁଅନ୍ତୁ ବା ବହୁତ ଅନୁଷ୍ଠିତ ଜନଶୁଣାଣୀରେ କାରଖାନା ନିର୍ମାଣ ସପକ୍ଷରେ ମତ ମିଳିଥିଲା । କିନ୍ତୁ ଯେଉଁ କାରଖାନା ନିର୍ମାଣକୁ ଜନଶୁଣାଣୀରେ ସମର୍ଥନ ମିଳିଥିବାର କଥା କୁହାଯାଉଛି, ସେହି କେମିକାଲ କାରଖାନା ବିରୁଦ୍ଧରେ ସଦସ୍ୟ ସଚିବ କେନ୍ଦ୍ରୀୟ ପ୍ରଦୂଷଣ ନିକଟରେ ଅଭିଯୋଗ ହୋଇଥିବା ବେଳେ ଭିସିଆଇ କେମିକାଲ କାରଖାନା ହେଲେ ଅଞ୍ଚଳ ପ୍ରଦୂଷିତ ହେବ ଏବଂ ପାଖ ଆଖ
ଗାଁ ଲୋକଙ୍କ ଜୀବନଜୀବିକା ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ସଦସ୍ୟ
ସଚିବ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ନିକଟରେ ଅଭିଯୋଗ ହୋଇଥିବା ସୂଚନା ମିଲିଛି। ମାତ୍ର ଏହି କଥା କୁ କିଛି ଦିନ ନ ପୂରୁଣୁ ଆଜି ଯଖପୁରା ଗ୍ରାମ ରେ ଥିବା ବହୁତ ଲୋକ ଏକତ୍ର ହୋଇ ନିଜର ଚାଷଜମି ଉପରେ ପଡୁଥିବା ମହୋରମ କୁ ବିରୋଧ କରିଛନ୍ତି। ଏ ନେଇ ମାନ୍ଯବର ଯାଜପୁର କୋଟ ଉକ୍ତ ଜମିରେ ୧୪୪ ଧାରା ଲାଗୁ କରିଛନ୍ତି। କେସ୍ ନମ୍ବର ୪୭୦/୨୦୨୪ ରେ ଖାତା ନମ୍ବର ୩୪୪ ପ୍ଲଟ ନମ୍ବର ୮୬୧ ରେ ୩.୨୫ ଡିସିମିଲ ଯାଗାରେ ୧୪୪ ଧାରାରେ ସଂପୂକ୍ତ କାରଖାନା କୁ ନିର୍ଦେଶ କରିବା ସହିତ ସ୍ଥାନୀୟ ଥାନା କୁ ମଧ୍ଯ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ କରିଛନ୍ତି ମାନ୍ୟବର ଅଦାଲତ 
ମାତ୍ର ଏହା ସ୍ବତେ ମଧ୍ଯ ସଂପୂକ୍ତ କାରଖାନା ଦଶରଥ ମଲିକ ପିତା ନବଘନ ମଲିକ ଙ୍କ ଜମି ଉପରେ କାର୍ଯ୍ୟ କରୁଥିବା ଯୋଗୁ ସଂପୂକ୍ତ ପରିବାର ର ସଦସ୍ଯ ଉପସ୍ଥିତ ରହି ଶାନ୍ତି ପୂର୍ଣ୍ଣ ଭାବରେ ବିରୋଧ କରୁଥିବା ବେଳେ ଯଖପୁରା ଥାନା ପକ୍ଷରୁ ଆସିଥିବା ଅଧିକାରୀ ଙ୍କ ସହିତ ଆଲୋଚନା କରି ୧୪୪ ଲାଗୁ ହୋଇଥିବା ସ୍ଥାନରେ ବର୍ତ୍ତମାନ କାର୍ଯ୍ୟ ବନ୍ଦ ରହିବା ପାଇଁ ଉଭୟ ପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମାତ୍ର ଏଠାରେ ପ୍ରଶ୍ନ ଉଠେ କି କିପରି ଭାବରେ ଏବଂ କାହା ସାହାସରେ ଅନ୍ୟ ଲୋକ ମାନଙ୍କ ଜମି କୁ ନିଜର କହି କାରଖାନା କତୃପକ୍ଷ ଜୋରଜବରଦସ୍ତ ଜମିକୁ ଅକ୍ତିଆର କରୁଛନ୍ତି । ଯାହା ଫଳ ରେ ସାଧାରଣ ଲୋକ ବିନା କୌଣସି କାରଣ ରେ ନିଜର କାମଧନ୍ଦା ଛାଡି କୋଟ କଚେରୀ, ଥାନା ପର୍ଯ୍ୟନ୍ତ ଯାଉଛନ୍ତି ଓ ବହୁତ ହଇରାଣ ହରକତ ହେଉଛନ୍ତି। ଏହାର ଉଚିତ୍ ତଦନ୍ତ କରି ସାଧାରଣ ଗରିବ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଆବଶ୍ଯକ ବୋଲି କଲିଙ୍ଗନଗର ରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଲିଛି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !