ଯାଜପୁରରେ ମଲ୍ଟି ସ୍କିଲ୍ ସେଂଟର ପ୍ରତିଷ୍ଠା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓ ଓଡ଼ିଶାସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର l


ଯାଜପୁର (କଳିଙ୍ଗନଗର) :- ଜିଲ୍ଲାରେ ଏକ ମଲ୍ଟି ସ୍କିଲ୍ ଡେଭଲପମେଟ ସେଣ୍ଟର (ଏମ୍ଏସ୍‌ଡିସି) ପ୍ରତିଷ୍ଠା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ବିଶ୍ଵ ଦକ୍ଷତା କେନ୍ଦ୍ରରେ ସ୍ଵାକ୍ଷରିତ ହୋଇଛି ।
ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡାଇଙ୍କ ଉପସ୍ଥିତିରେ ଯାଜପୁରର ଦାନଗଦୀ ବ୍ଲକ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ଓ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ରାୟ ଭୁବନେଶ୍ବରସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ରରେ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି । ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୂକରଣର ଅଧକ୍ଷା ଅଳକା ମିଶ୍ର, ଟାଟା ଷ୍ଟିଲ ଫାଉଣ୍ଡେସନର ସିଏସ୍‌ର (ଓଡ଼ିଶା) ମୁଖ୍ୟ ଅମ୍ବିକା
ପ୍ରସାଦ ନନ୍ଦ, ଟାଟା ଷ୍ଟିଲ୍ ଫାଉଣ୍ଡେସନର ଦକ୍ଷତା ବିକାଶ ମୁଖ୍ୟ କ୍ୟାପଟେନ୍‌ ଅମିତାଭ ପ୍ରମୁଖ ଉପସ୍ଥିତ ଥିଲେ ।
ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ଶିଳ୍ପ ଭିତିକ ପ୍ରଶିକ୍ଷଣ ପାଠ୍ୟକ୍ରମ ପ୍ରଦାନ କରିବା ଲକ୍ଷ୍ୟରେ ଦାନଗଦୀ ଓ ସୁକିନ୍ଦା ବ୍ଳକର ଅବହେଳିତ ସମାଜର ଯୁବକଯୁବତୀଙ୍କୁ ଏମ୍ଏସ୍‌ଡିସି ଉପକୃତ କରିବ । ଏହି ଚୁକ୍ତି ଅନୁଯାୟୀ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ ଓଡ଼ିଶା ସରକାରଙ୍କ ସହ ମିଶି ଯାଜପୁରର ଦାନଗଦୀ ବ୍ଲକରେ ସ୍ଵଳ୍ପକାଳୀନ ଦକ୍ଷତା ପ୍ରଶିକ୍ଷଣ ପାଠ୍ୟକ୍ରମ ପାଇଁ ଆବଶ୍ୟକ ଭିତିଭୂମି ସ୍ଥାପନ କରିବ ।
ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନର ସିଇଓ ସୌରଭ ରାୟ କହିଛନ୍ତି ଯେ ‘‘ଏମ୍ଏସ୍‌ସି ପ୍ରତିଷ୍ଠାର ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ଯେଉଁଠାରେ ସବୁଠାରୁ ଅଧିକ ଆବଶ୍ୟକ ସେଠାରେ ନିଯୁକ୍ତି ସୁଯୋଗ ଉପଲବ୍ଧ କରାଇବା । ଯୁବବର୍ଗଙ୍କ ଆର୍ଥିକ ଭାବେ ସ୍ଵାବଲମ୍ବୀ ହେବାର ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଏହି ସୁବିଧା ରଖାଯାଇଛି । କେନ୍ଦୁଝର ଜିଲ୍ଲା ବଂଶପାଳସ୍ଥିତ ଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆଇଟିଆଇ) ଏବଂ ସୁକିନ୍ଦା ଓ ଗୋପାଳପୁରରେ ପ୍ରତିଷ୍ଠା ହୋଇଥିବା ଅନ୍ୟାନ୍ୟ ଦକ୍ଷତା ବିକାଶ ଅନୁଷ୍ଠାନ ଓ ପ୍ରଶିକ୍ଷଣ କେନ୍ଦ୍ର ମାଧ୍ୟମରେ ପ୍ରଶାସନ ଆମ ଉପରେ ଯେଉଁ ବିଶ୍ବାସ ରଖୁଛନ୍ତି ସେଥିପାଇଁ ଆମେ ସେମାନଙ୍କୁ କୃତଜ୍ଞତା ଜଣାଉଛୁ ଏବଂ ଏହାକୁ ସମ୍ଭବ କରିବାରେ ସହଯୋଗ କରୁଛୁ ।””

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !