କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ନୂତନ ଦାୟିତ୍ୱ ଘୋଷଣା l

ଯାଜପୁର(ବ୍ୟୁରୋ ରିପୋର୍ଟ) :- ଜିଲ୍ଲାର ପାଣିକୋଇଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ରାଜ୍ୟ ବିଶ୍ୱହିନ୍ଦୁ ପରିଷଦ ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ଶରତ ପ୍ରଧାନ, ରାଜ୍ୟ ବିଶ୍ୱହିନ୍ଦୁ ପରିଷଦ ଉପସଭାପତି ପ୍ରଶାନ୍ତ ପଣ୍ଡା, ରାଜ୍ୟ ସହସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ରାଜ୍ୟ (ପଶ୍ଚିମ ପ୍ରାନ୍ତ )ବଜରଙ୍ଗ ଦଳ ଗୋରକ୍ଷା ପ୍ରମୁଖ ଅଶୋକ ବାରିକ l ରାଜ୍ୟ ଭାରତୀୟ ମଜଦୁର ସଙ୍ଘ ପ୍ରମୁଖ ଲକ୍ଷ୍ମଣ ଦାସ, ବଜରଙ୍ଗ ଦଳ ବିଭାଗ ସଂଯୋଜକ ଚନ୍ଦ୍ରକାନ୍ତ କର,  ଉପସ୍ଥିତ ରହି ଯାଜପୁର ଜିଲ୍ଲା ନୂତନ ସଂଗଠନ ଘୋଷଣା କରିଥିଲେ l ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସଭାପତି ସମୀର ନାୟକ, ଜିଲ୍ଲା ସମ୍ପାଦକ ରାଜକିଶୋର ମଲ୍ଲିକ, ଜିଲ୍ଲା ଉପସଭାପତି ମୃତୁଞ୍ଜୟ ମିଶ୍ର ଓ ଟିକିଲତା ବେହେରା, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସହ ସମ୍ପାଦକ ହିମାଂଶୁ ଶେଖର ବଳ ଓ ଚିତ୍ତରଞ୍ଜନ ବିନ୍ଧାଣି, ଜିଲ୍ଲା କୋଷଦକ୍ଷ ଯଶୋବନ୍ତ ଦାସ, ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସହସଂଯୋଜକ ସାରଦା ପ୍ରସନ୍ନ ବଳ ଓ ଶରତ ସାହୁ, ଜିଲ୍ଲା ସମର ସଜ୍ଜା ପ୍ରମୁଖ ଚିତ୍ତରଞ୍ଜନ ପରିଡା, ଜିଲ୍ଲା ମାତୃଶକ୍ତି ପ୍ରମୁଖ ଗୀତାଞ୍ଜଳି ମିଶ୍ର, ଜିଲ୍ଲା ଗୋରକ୍ଷା ପ୍ରମୁଖ ମଦନ ମୋହନ ବିନ୍ଧାଣି, ଜିଲ୍ଲା ସେବା ପ୍ରମୁଖ ବିବେକା ନନ୍ଦ ଜେନା, ଜିଲ୍ଲା ସତସଙ୍ଗ ପ୍ରମୁଖ ବାବା ଜଗନ୍ନାଥ ଦାସ, ଜିଲ୍ଲା ପ୍ରଚାର ପ୍ରସାର ପ୍ରମୁଖ ଶ୍ରୀକାନ୍ତ ମହାପାତ୍ର, ଜିଲ୍ଲା ଲିଗାଲ ସେଲ ଭକ୍ତବତ୍ସାଳ ସାହୁ, ବିଶ୍ୱହିନ୍ଦୁ ପରିଷଦ ବିଭାଗ ସଭାପତି ଅକ୍ଷୟ ବଳ ଙ୍କ ଦାଇତ୍ୱ ଘୋଷଣା କରାଯାଇଥିଲା, ଏଥିରେ ବିଭିନ୍ନ ପ୍ରଖଣ୍ଡ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !