୭୮ତମେ ଯାଜପୁର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଯାଜପୁର ତା ୩୦ /୭ ରିଖ : - ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଚଳିତ ବର୍ଷ ୭୮ତମ ଯାଜପୁର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ
ରାଜସ୍ବ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଏବଂ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ମ ଜେନାଙ୍କ ମିଳିତ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀପ୍ରଭା ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ, ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ନଳିନୀପ୍ରଭା ଜେନା ତାଙ୍କ ବକ୍ତବ୍ୟରେ ପଡ଼ିଆରେ
ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଏକ ସ୍ବତନ୍ମେ ପ୍ଲାଟଫର୍ମ ପ୍ରସ୍ତୁତ କରିବା ନିମନ୍ତେ ପ୍ରସ୍ତାବ ପ୍ରଦାନ କରିଥିଲେ।ବୈଠକର ନିଷ୍ପତି ଅନୁଯାୟୀ ଜିଲ୍ଲା ସଦର ମହକୁମା କୁସୁମା ପୁଷ୍କଣୀ ସମ୍ମୁଖ ପଡ଼ିଆରେ ଚଳିତ ବର୍ଷ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ କରାଯିବ । ସ୍ବାଧୀନତା ଦିବସ କୁ ପ୍ରତ୍ୟେକ ସ୍ତରରେ ଯଥା ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ଉଦ୍ୟୋଗ, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଅନୁଷ୍ଠାନ ମାନଙ୍କରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଭାଇଚାରା ଓ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଏବଂ ଜାତୀୟ ସଂହତି ସହ ପାଳନ ନିମିତ୍ତ ଆଲୋଚନା କରାଯାଇଥିଲା।ସେହିପରି ଜାତୀୟ ପତାକା କୁ ରାଷ୍ଟ୍ରୀୟ ସମ୍ମାନ ସହ ସୂର୍ଯ୍ୟୋଦୟ ପରେ ଉଡ଼ାଇବା ଓ ସୂର୍ଯ୍ୟାସ୍ତ ପୂର୍ବରୁ ଅବତରଣ କରିବାକୁ ରାଷ୍ଟ୍ରୀୟ ଫ୍ଲାଗ କୋଡ ନିୟମ ପାଳନ ପୂର୍ବକ ସମସ୍ତ କାର୍ଯ୍ୟାଳୟ, ଅନୁଷ୍ଠାନ ଓ ପ୍ରତିଷ୍ଠାନ ଜାଗ୍ରତ ହେବାକୁ ଅଧ୍ଯକ୍ଷ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ସ୍ବାଧୀନତା ଦିବସ ଦିନ ପ୍ରତ୍ୟୁଷ ରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଅନୁକୂଲ୍ୟରେ ଡ଼ାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୁନ ପ୍ରଚାର କରାଯିବ। ପ୍ରାଥମିକ ଉଚ୍ଚ ବିଦ୍ୟାଳୟ
ଓ ମହାବିଦ୍ୟାଳୟ ସ୍ତରରେ ଓଡ଼ିଆ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ, ପ୍ରଥମିକ ଠାରୁ ଉଚ୍ଚ ବିଦ୍ୟାଳୟ
ପର୍ଯ୍ୟନ୍ତ ଚିତ୍ରାଙ୍କନ ଓ ଇଂରାଜୀ ଉଚ୍ଚବିଦ୍ୟାଳୟ ଏବଂ ମହାବିଦ୍ୟାଳୟଟରେ ଇଂରାଜୀ ବକ୍ତୃତା ପ୍ରତିଯୋଗିତା , ପ୍ରାଥମିକ ଠାରୁ ମହାବିଦ୍ୟାଳୟ ସ୍ତରରେ ଏବଂ ସାଧାରଣ ମହିଳା ଓ ପୁରୁଷ ବିଭାଗରେ କୁଇଜ୍ ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁକୁଲ୍ୟରେ ଅନୁଷ୍ଠିତ ହେବ । ସେହିପରି ଭିନ୍ନ କ୍ଷମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେବ। ସ୍ବାଧୀନତା ଦିବସ ପ୍ୟାରେଡ଼େ ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଆସନ୍ତା ତା ୧୧/୮ ରିଖ ସକାଳ ଘ ୧୦.୦୦ଟିକା ସମୟରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ସାଂସ୍କୃତିକ ଦଳ ଚୟନ ନିମନ୍ତେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି ପ୍ୟାରେଡରେ ଅଧିକ କଣ୍ଟିଜେଣ୍ଟ ହେଉଥ‌ିବାରୁ ଅଭ୍ୟାସ ପ୍ୟାରେଡରେ ଭଲ ପ୍ରଦର୍ଶନ କଟୁଥିବା ପ୍ୟାରେଡ଼ ଦଳକୁ ସ୍ବାଧୀନତା ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ଦିଆଯିବ ବୋଲି ନିଷ୍ପତି ନିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ପାରେଡରେ
ଅତିବେଶୀରେ ସର୍ବାଧ‌ିକ ୫୨ ଗୋଟି କଣ୍ଟିଜେଣ୍ଟ ଅଂଶ ଗ୍ରହଣ କରିବା ନିମନ୍ତେ ଅଧ୍ୟକ୍ଷ ବୈଠକରେ ନିଷ୍ପତି
ଗ୍ରହଣ କରିଥିଲେ।ଅଭ୍ୟାସ ପ୍ୟାରେଡ଼େ ତା ୧୧/୮ ରିଖ ଠାରୁ ୧୨/୮ ରିଖ ଅପରାହ୍ନ ଘ ତିନି ଘଟିକା ଏବଂ ତା ୧୩/୮ ରିଖ ସକାଳ ଘ ୮ ଟିକା ସମୟରେ କୁସୁମା ପଡ଼ିଆରେ ରିଜର୍ଭ ଇନ୍ସପେକ୍ଟର ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହେବ। ସ୍ବାଧୀନତା ଦିବସ ଉପଲକ୍ଷେ ପ୍ରଭାତ ଫେରି, ବ୍ଲକ ସଦମହକୁମାରେ ସ୍ବାଧୀନତା ଦିବସ ପାଳନ ନିମନ୍ତେ ବିଭାଗୀୟ ଅଧିକାରୀ ମାନେ ସଜାଗ ହେବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ଅନୁଷ୍ଠାନ, ପ୍ରତିଷ୍ଠାନ, ବ୍ୟାଙ୍କ କାର୍ଯ୍ୟାଳୟ, ବିଭିନ୍ନ ଉଦ୍ୟୋଗ ଆଦିରେ ସ୍ଵାଧୀନତା ଦିବସ ଧୁମଧାମରେ ପାଳନ କରିବା ନିମନ୍ତେ ବୈଠକରେ ନିଷ୍ପତି ନିଆଯାଇଥିଲା । ସର୍ବୋପରି ପବିତ୍ର ସ୍ବାଧୀନତା ଦିବସକୁ ଶାନ୍ତି ଶୃଙ୍ଖଳାର ସହ ଭାଇଚାରା ମାଧ୍ୟମରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକାଠି ହୋଇ ସ୍ଵାଧୀନତା ଦିବସ କୁ ସବୁ ସ୍ତରରେ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ଅଧ୍ଯକ୍ଷ ଅହ୍ୱାନ ଦେଇଥିଲେ। ପ୍ରାରମ୍ଭ ରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ସ୍ବାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଧନ୍ୟ ବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ ଶ୍ରୀ ଦିନେଶ କୁମାର ସାହୁ, ଏସ ଡି ଓ, ରାସ୍ତା ଓ କୋଠା ବାଡ଼ି ଶ୍ରୀ ଭଗବାନ ସାହୁ, ଉପ ଆରକ୍ଷୀ ଅଧୂକ୍ଷକ ଶ୍ରୀ ଅନିଲ ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଫକିର ମୋହନ
ଟୁଡୁ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରାଙ୍କ ସମେତ ବୁଦ୍ଧିଜୀବୀ ଶ୍ରୀ ସୁବାଷ ମହାପାତ୍ର ,ଦିଗାମ୍ବର କର, ବିମ୍ବାଧର ଧଳ, ଶ୍ରୀ ସୁଦୀପ୍ତ କୁମାର ପଣ୍ଡା, ଜିଲ୍ଲା ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ଆଲୋକ କୁମାର ନନ୍ଦ ଏବଂ ଶିକ୍ଷକ, ଶିକ୍ଷଯତ୍ରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଗଣ ମଧ୍ୟମ ପ୍ରତିନିଧୂ ବୃନ୍ଦ ଉପସ୍ଥିତ ଥିଲେ। 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !