ଏସ୍.ୟୁ.ଜେ କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ପ୍ରାନ୍ତୀୟ ସମାବେଶ ଏବଂ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l

କେନ୍ଦ୍ରାପଡା(ବ୍ୟୁରୋ ରିପୋର୍ଟ)୧୮/୦୮ :- ଏସୟୁଜେ ଓଡ଼ିଶା କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ର କର୍ମକର୍ତ୍ତା ଓ ସଭ୍ୟ ସଭ୍ୟା ମାନଙ୍କ ଦ୍ଵାରା ସ୍ଥାନୀୟ ସଂସ୍କୃତି ଭବନ ଠାରେ ପ୍ରାନ୍ତୀୟ ସମାବେଶ ଏବଂ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ମାନ୍ୟବର କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ଵର ବେହେରା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ହାଇକୋର୍ଟର ବରିଷ୍ଠ ଆଇନଜୀବି ଧରଣୀଧର ନାୟକ, ଭାରତୀୟ ଜନତା ପାର୍ଟି ର ରାଜ୍ୟ ମୁଖପାତ୍ର ତେଜେଶ୍ଵର ପରିଡ଼ା ଓ ମାନନୀୟା କେନ୍ଦ୍ରାପଡ଼ା ପୋରାଧ୍ୟକ୍ଷ ସରିତା ସାହୁ ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ। "ଗଣତନ୍ତ୍ରରେ ଗଣମାଧ୍ୟମର ବିଶ୍ୱସନୀୟତା" ଶୀର୍ଷକ ଆଲୋଚନା ଚକ୍ର ରେ ଉପରୋକ୍ତ ଅତିଥି ମାନେ ବକ୍ତବ୍ୟ ରଖିଥିବା ବେଳେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ମଂଚାସୀନ ରାଜ୍ୟ ସମ୍ପାଦକ ଶିବାଶିଷ ମହାନ୍ତି (ହାପି) ଏସୟୁଜେ ଓଡ଼ିଶା ସଂଗଠନ ଗଠନ,ଏହାର ଲକ୍ଷ୍ୟ, ଆଭିମୁଖ୍ୟ ଏବଂ ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଜିଲ୍ଲା ଶାଖା ସଭାପତି ଦୈତ୍ୟାରି ଜେନା ସ୍ଵାଗତ ଭାଷଣ ଦେଇଥିବାବେଳେ ଜିଲ୍ଲା ଉପସଭାପତି ଅସିତ କୁମାର ପଣ୍ଡା ଜିଲ୍ଲାର ବିବରଣୀ ପାଠ କରିଥିଲେ। ଶିକ୍ଷାବିତ ଇଶ୍ଵର ପୃଷ୍ଟି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !