ଝାଡେଶ୍ଵର ମହାବିଦ୍ୟାଳୟରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି l
ଯାଜପୁର :- ଦାନଗଦୀ ବ୍ଲକ ଅନ୍ତର୍ଗତ ଟୋଲକାନୀସ୍ଥିତ ଝାଡେଶ୍ୱର ମହାବିଦ୍ୟାଳୟରେ ପ୍ରାକ୍ତନ ଅଧ୍ୟକ୍ଷ ସେକ୍ ସୌକତ ଅଲ୍ଲୀଙ୍କ ବିୟୋଗରେ ମହାବିଦ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଅକ୍ଷୟ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ +୨ ଓ +୩ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,ପରିଚାଳନା ପରିଷଦର କର୍ମକର୍ତ୍ତା ଓ ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ସ୍ବର୍ଗତ ଅଲ୍ଲୀଙ୍କର ସ୍ମୃତିଚାରଣ କରିଥିଲେ। ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରିଚାଳନା ପରିଷଦର ସଭ୍ୟ ଦୀନବନ୍ଧୁ ପୃଷ୍ଟି, ପରିଚାଳନା ପରିଷଦର ସଭ୍ୟ ସରୋଜ କୁମାର ଓଝା, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ଗୋକୁଳ ବିହାରୀ ପୃଷ୍ଟି, +୩ ପରିଚାଳନା ପରିଷଦର ସଭାପତି ଦେବେନ୍ଦ୍ର ପୁହାଣ, ପ୍ରାକ୍ତନ ଅଧ୍ୟକ୍ଷ ଡ଼.ଯୁଗଳ କିଶୋର ହୋତା, ଅଧ୍ୟାପକ ଡ଼. କ୍ଷୀରୋଦ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ସ୍ବର୍ଗତ ଅଲ୍ଲୀଙ୍କର ୧୯୮୪ ମସିହାରୁ ୨୦୧୭ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ଵରେ ଥିବାବେଳେ ତାଙ୍କର ଶୃଙ୍ଖଳିତ କାର୍ଯ୍ୟଶୈଳୀ, ମାର୍ଜିତ ଓ ରୁଚି ସମ୍ପର୍ଣ୍ଣ ବ୍ୟକ୍ତିତ୍ଵ, ଧୀର, ଶାନ୍ତ, ସରଳ, ନମ୍ର ବ୍ୟବହାର ସଂପର୍କରେ ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସପ୍ରାପ୍ତ କର୍ମଚାରୀ ବିଷ୍ଣୁ ନାୟକ, ଅଧ୍ୟାପକ ଖଗେଶ ଚନ୍ଦ୍ର ଜେନା, ଅଧ୍ୟାପିକା ମୀରାମ୍ବିକା ସାହୁ, ଅଧ୍ୟାପକ ରଞ୍ଜନ କୁମାର ଖଣ୍ଡା, ବାଇଧର ସାହୁ, ଡି.ଇ.ଓ. ସୁଷମା ପୃଷ୍ଟି, +୩ର ଭାରପ୍ରାପ୍ତ ଅଧ୍ୟକ୍ଷ ଅଜୟ କୁମାର ସାହୁ, ଅଧ୍ୟାପକ ଦୁର୍ଯ୍ୟୋଧନ ପଣ୍ଡା, ଦିଲ୍ଲୀପ ନାୟକ, ଭବେଶ ନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଅଲ୍ଲୀଙ୍କ ନିଷ୍କପଟ, ମାନବୀୟ ମୂଲ୍ୟବୋଧ ଗୁଣଗୁଡ଼ିକ ସ୍ମୃତି ଚାରଣ କରିଥିଲେ। ପ୍ରାକ୍ତନ ଅଧ୍ୟାପକ ପ୍ରସନ୍ନ କୁମାର ସେନାପତି ଧନ୍ୟବାଦ୍ ଅର୍ପଣ କରିଥିଲେ। +୨ ଓ +୩ର ସମସ୍ତ ଛାତ୍ରଛାତ୍ରୀ ଶୋକସଭାରେ ଯୋଗଦେଇ ନିରଳସ ଶୋକବ୍ୟକ୍ତ କରି ସ୍ମୃତି ଚାରଣ କରିଥିଲେ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.