ଟାଟା ଷ୍ଟିଲ୍ କଳିଙ୍ଗନଗରରେ ରକ୍ତଦାନ ଶିବିରରେ ୫୦୦ ୟୁନିଟ୍ ରକ୍ତ ସଂଗ୍ରହ l
ଯାଜପୁର /କଳିଙ୍ଗନଗର, ତା.୨୦/୦୨ :- ଟାଟା ଷ୍ଟିଲ୍ କଳିଙ୍ଗନଗରର ଗ୍ରୀନ୍ ଟ୍ରାନ୍ସପୋର୍ଟ ପାର୍କରେ ଗୁରୁବାର ଦିନ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଟାଟା ଷ୍ଟିଲ୍ କର୍ମଚାରୀମାନଙ୍କ ବ୍ୟତୀତ, ଠିକା କର୍ମଚାରୀ ଏବଂ ଭେଣ୍ଡର ଅଂଶୀଦାରମାନେ ୫୦୦ ୟୁନିଟ୍ ରକ୍ତ ଦାନ କରିଥିଲେ । ଏହି ରକ୍ତଦାନ ଶିବିର ଟାଟା ଷ୍ଟିଲ କଳିଙ୍ଗନଗର ଲଜିସ୍ଟିକ୍ସ ବିଭାଗ, ଆମ ଓଡ଼ିଶା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର ଏବଂ ରେଡକ୍ରସ୍ ରକ୍ତଭଣ୍ଡାର, କଟକର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା । ଏହି ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ଜେନେରାଲ ମ୍ୟାନେଜର (ଅପରେସନ୍ସ) କରମବୀର ସିଂହ, ଟିଏସକେ ଏବଂ ଟିଏସଏମ ସୁରକ୍ଷା ବିଭାଗ ଚିଫ୍ ସଞ୍ଜୟ ପ୍ରକାଶ, ସମ୍ବାଦର ଜିଲ୍ଲା ପ୍ରତିନିଧି ସଂଗ୍ରାମ ସିଂହ ଏବଂ ଆମ ଓଡ଼ିଶା ଏବଂ ଟାଟା ଷ୍ଟିଲ୍ କଳିଙ୍ଗନଗରର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। । ଉଦ୍ଯାପନୀ ସମାରୋହରେ ଆଶୁତୋଷ କୁମାର , ଚିଫ୍, ଷ୍ଟିଲ୍ ମେଲ୍ଟିଙ୍ଗ ସପ୍ ଙ୍କ ସହ ଟାଟା ଷ୍ଟିଲ୍ କଳିଙ୍ଗନଗରର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରିବା ସହିତ ଚାରା ପ୍ରଦାନ କରିଥିଲେ।
ଟାଟା ଷ୍ଟିଲ୍ କଳିଙ୍ଗନଗରର ଲଜିଷ୍ଟିକ୍ସ ବିଭାଗ ନେତୃତ୍ୱରେ ଏହି ପଦକ୍ଷେପର ଲକ୍ଷ୍ୟ ରକ୍ତ ସଂରକ୍ଷଣକୁ ବୃଦ୍ଧି କରିବା ସହିତ ଜନସାଧାରଣଙ୍କ ରକ୍ତ ଆବଶ୍ୟକତାରେ ସହଯୋଗ କରିବା ଥିଲା। ଏକ ନିରାପଦ ଏବଂ ଦକ୍ଷ ରକ୍ତଦାନ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ଶିବିରରେ ଆମ ଓଡ଼ିଶା ଏବଂ ରେଡକ୍ରସ୍ ସୋସାଇଟିର ପ୍ରତିନିଧିମାନଙ୍କ ସହିତ ଟାଟା ଷ୍ଟିଲ୍ କଳିଙ୍ଗନଗରର ଲଜିଷ୍ଟିକ୍ସ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.