ରାଜ୍ୟ ସାମ୍ବାଦିକ ସଂଘ , ଷ୍ଟେଟ୍ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ୍ (ଏସ୍‌ୟୁଜେ) ର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l

ଭୁବନେଶ୍ବର, ୭/୨(ବ୍ୟୁରୋ ରିପୋର୍ଟ):- ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ଏସ୍ ୟୁ ଜେ (ଷ୍ଟେଟ୍ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ୍) ର ପଞ୍ଚମ ବାର୍ଷିକ ଉତ୍ସବ ରାଜଧାନୀର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଗଣମାଧ୍ୟମ ବିପନ୍ନ ହେଲେ ଗଣତନ୍ତ୍ର ଦୁର୍ବଳ ହୁଏ । କିନ୍ତୁ ସେମାନଙ୍କୁ ଉପଯୁକ୍ତ ସହାୟତା ସମିତି, ମର୍ଯ୍ୟାଦା ନ ମିଳିବା ପରିତାପର ବିଷୟ, ଚତୁର୍ଥ ସ୍ତମ୍ଭ ଦୋଷ ଦୁର୍ବଳତା ପଦାକୁ ଆଣିଲେ ଅନ୍ୟ ତିନିଗୋଟି ସ୍ତମ୍ଭ ସୁଦୃଢ ହୋଇଥାଏ। ସାମ୍ବାଦିକ ମାନେ ସୁରକ୍ଷିତ ରହିବା ସହ ଆବଶ୍ୟକତା ପୂରଣ ହେଲେ ସେମାନେ ଉତ୍ସାହିତ ହେବେ ଓ ସତ୍ୟ ଖବର ପରିବେଷଣ କରିବେ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି l ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତ୍ତିଚନ୍ଦ୍ର
ସାହୁ ପ୍ରାରମ୍ଭିକ ସୂଚନା ଓ ଉପସଭାପତି ବାସୁଦେବ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ ବିବରଣୀ ପାଠ କରିଥିଲେ। ଉପସଭାପତି ମେହେବୁବ ମହତାବ ସଂଯୋଜନା କରିଥିଲେ l ରାଜ୍ୟ ସଭାପତି କୈଳାସଚନ୍ଦ୍ର ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
ଏସ୍‌ୟୁଜେର ରାଷ୍ଟ୍ରୀୟ ସଭାପତି ସୁରେଶ ଶର୍ମା ସ୍ବତନ୍ତ୍ର ଅତିଥି ଭାବେ 
ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ଯୋଗ ଦେଇ ସାମାନ୍ୟ ଖବରଟିଏ
ମଧ୍ୟ ରାଷ୍ଟ୍ର ପ୍ରଗତିରେ ସହାୟକ ହୋଇପାରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ପାଲଲହଡ଼ା ଅଶୋକ କୁମାର ମହାନ୍ତି, ବି ଏମ୍ ସି ମେୟର ସୁଲୋଚନା ଦାସ, ଜାତୀୟ ସମ୍ପାଦକ ବବୁଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ସଂଗଠନର ମୁଖପତ୍ର
‘ସଙ୍କଳ୍ପ’ ଉନ୍ମୋଚିତ ହୋଇଥିଲା ।
ମୁଖ୍ୟ ସମ୍ପାଦକ ବାସୁଦେବ ତ୍ରିପାଠୀ
କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।
ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ
କରିଥିବା ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ 
କରାଯାଇଥିଲା। ଶ୍ରେଷ୍ଠ ସାଂଗଠନିକ ଜିଲ୍ଲା ଭାବେ ଅନୁଗୁଳ, ଝାରସୁଗୁଡ଼ା, କଟକ, କେନ୍ଦୁଝର ଓ କୋରାପୁଟ
ଜିଲ୍ଲା ଶାଖାକୁ ସମ୍ମାନିତ କରାଯାଇଥିଲା। ବରିଷ୍ଠ ଉପସଭାପତି ସମରେଶ ମିଶ୍ର ଧନ୍ୟବାଦ ଦେଇଥିଲେ।ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରୟାଗରାଜ କର, ଦିଲ୍ଲୀପ ମିଶ୍ର, ଚିନ୍ତାମଣି ପାଢ଼ୀ, ରାଜ୍ୟ କର୍ମକର୍ତ୍ତା ଶଶାଙ୍କ ଶେଖର
ଝାଙ୍କର, ଶିବାଶିଷ ମହାନ୍ତି, ସନ୍ତୋଷ ସ୍ବାଇଁ, ରମେଶ ପ୍ରଧାନ, ଶିଶିର ଦାଶ, ନିବେଦିତା ସିଂହ, ନଚିକେତା ସାହୁ ଓ ସ୍ମିତା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ
ସହଯୋଗ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ସାମ୍ବାଦିକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l