ଦାନଗଦୀ ବ୍ଲକ୍ ଗୋବର୍ଦ୍ଧନପୁର ବଜାରରେ ନୂତନ ଏଟିଏମ ସେବା ଉଦଘାଟି l


ଯାଜପୁର /ଦାନଗଦୀ ତା ୦୪/୦୪ :-ବ୍ଲକ୍ ଗୋବର୍ଦ୍ଧନପୁର ପଞ୍ଚାୟତ , ଗୋବର୍ଦ୍ଧନପୁର ବଜାରରେ ଏକ ନୂତନ ଏଟିଏମ୍ ଉଦଘାଟିତ ହୋଇଅଛି l ଏହି ସେବା ଆରମ୍ଭ ହେବା ଦ୍ଵାରା ବ୍ଲକ୍ ଅଧିନ ୮ଗୋଟି ପଞ୍ଚାୟତର ହଜାର ହଜାର ଜନ ସାଧାରଣ ଏହାର ସୁଫଳ ପାଇବାକୁ ଯାଉଥିବାରୁ ଏଥିନେଇ ବେଶ ଖୁସି ଅନୁଭବ କରିଛନ୍ତି ।
 ଗୋବର୍ଦ୍ଧନପୁର ଗ୍ରାମର ଯୁବଉଦ୍ଦୋଗୀ ସୁଜିତ୍ କୁମାର ବଳଙ୍କ ନିଜସ୍ଵ ଉଦ୍ୟମରେ ଆରମ୍ଭ କରାଯାଇଥିବା ଏହି ଏଟିମ୍ ସେବାକୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଗୋବର୍ଦ୍ଧନପୁର ଶାଖାର ପରିଚାଳକ ଟେକାନନ୍ଦ ଚାନ୍ଦ ଏବଂ ଟମକା ଥାନା ଏ ଏସ ଆଇ ଅମୀତା ପଣ୍ଡା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି l ପୂଜକ ଅଶୋକ କୁମାର ହୋତାଙ୍କ ଦ୍ଵାରା ବେଦ ମନ୍ତ୍ର ଗାନ କରାଯାଇ ଏହି ସେବାର ଶୁଭାରମ୍ଭ କରାଯାଇଛି l
 ଅପରାହ୍ନରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଶିକ୍ଷାବିତ ଅକ୍ଷୟ କୁମାର ରାଉତ୍, କୁଳମଣି ଦତ୍ତ, ଦାମୋଦର ପୁହାଣ , ରାମଚନ୍ଦ୍ର ଚାନ୍ଦ, ପଞ୍ଚାନନ ବଳ, ବିଜୟ କୁମାର ଦତ୍ତ, ଗିରିଧାରୀ ଚାନ୍ଦ, ଦିଲ୍ଲୀପ କୁମାର ନାୟକ, ପଞ୍ଚାୟତ ସରପଞ୍ଚ ଶୁକଦେବ ମହାନ୍ତି, ସମ୍ବାଦ ପ୍ରତିନିଧି ହରିହର ବାରିକ୍ ପ୍ରମୂଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ l ଗୋବର୍ଦ୍ଧନପୁର ବଣିକ ସଂଘ ପକ୍ଷରୁ କ୍ଷମାକର ସାହୁ, ସୁରେଶ କୁମାର ସାହୁ, ବିଦ୍ୟାଧର ସାହୁ, ଗିରିଧାରୀ ସାହୁ, ବିଜୟ କୁମାର ସାହୁ, ଚିତ୍ତରଂଜନ ସାହୁ, ଜଗବନ୍ଧୁ ବେହେରା , ଦୈତାରୀ ଚାନ୍ଦ ପ୍ରମୂଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ  l ଉକ୍ତ ବ୍ଲକ ଅଧିନ ଚିତ୍ରୀ, ନଛିପୁରା,ବାଙ୍ଗର କୋଟା,ଉଚ୍ଚବାଲି, ଓସ୍ତପାଳ, ଦେଭଳକଣ,କିଆଝର ଏବଂ ଗୋବର୍ଦ୍ଧନପୁର ଆଦି ପଞ୍ଚାୟତ ଗୁଡିକର ଜନ ସାଧାରଣ ଏହି ସେବା ଯୋଗୁଁ ବେଶ୍ ଉପକୃତ ହେବେ l 
ସାଧାରଣତଃ ଗୋବର୍ଦ୍ଧନପୁର ଠାରେ ବହୁ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ରହିଥିବାରୁ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକ ଦୈନଦିନ ଏହି ବଜାର ଉପରେ ନିର୍ଭର କରିଥାନ୍ତି । ଆଖପାଖରେ କୌଣସୀ ଏଟିଏମ୍ ସେବା ଉପଲବ୍ଧ ନ ଥିବାରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖିନ ହେଉଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l