Posts

ଆଞ୍ଚଳିକ ଖବର

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l

Image
ଯାଜପୁର /କଳିଙ୍ଗନଗର, ତା ୦୭/୦୪ :- ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ସୋମବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜଏଣ୍ଟ ଡିପାର୍ଟମେଣ୍ଟାଲ କାଉନସିଲ୍ (ଜେଡିସି), ଇସ୍ପାତ ଓ ମିଲ୍ସ, ଟିଏସକେ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର ରୋଡ଼ ସ୍ଥିତ ବ୍ଲଡ ବ୍ୟାଙ୍କ ଏବଂ କଟକ ସ୍ଥିତ ରେଡକ୍ରସ ବ୍ଲଡ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗରସ୍ଥିତ ପ୍ଲଟ-୨ ଅଡିଟୋରିୟମରେ ଆୟୋଜିତ ଶିବିରରେ ୨୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ଓଡ଼ିଶା ରକ୍ତ କେନ୍ଦ୍ରର ଡାକ୍ତର ସୁଜିତ ମନୋହର ଯୋଗଦେଇଥିଲେ। ଟାଟା ଷ୍ଟିଲ କଳିଙ୍ଗନଗରସ୍ଥିତ ଷ୍ଟିଲ ମେଲଟିଂ ସପର ମୁଖ୍ୟ ଆଶୁତୋଷ କୁମାର, ଟାଟା ଷ୍ଟିଲ କଳିଙ୍ଗନଗରର ହଟ୍ ଷ୍ଟ୍ରିପ୍ ମିଲ୍ ମୁଖ୍ୟ ତୁହିନ ଚାଟାର୍ଜୀ ଓ ଟାଟା ଷ୍ଟିଲ କଳିଙ୍ଗନଗରର ବୃତ୍ତିଗତ ସ୍ୱାସ୍ଥ୍ୟ ସେବାର ବରିଷ୍ଠ ରେଜିଷ୍ଟ୍ରାର ଡ. ପ୍ରଶାନ୍ତ ଦାସଙ୍କ ଉପସ୍ଥିତିରେ ଏହି ରକ୍ତଦାନ ଶିବିରକୁ ଯାଜପୁର ଓଡ଼ିଶା ରକ୍ତ କେନ୍ଦ୍ରର ଡାକ୍ତର ସୁଜିତ ମନୋହର ଓ ଟିଏସକେର କୋଲ୍ଡ ରୋଲିଂ ମିଲ୍ ମୁଖ୍ୟ ପ୍ରବୀଣ ଭି ଥାମ୍ପି ଉଦ୍‌ଘାଟନ କରିଥିଲେ। ଟାଟା ଷ୍ଟିଲ କର୍ମଚାରୀ, ଠିକା କର୍ମଚାରୀ ଏବଂ ଭେଣ୍ଡର ପାର୍ଟନରଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଉତ୍ସାହଜନକ ଥିଲା, ଯାହା ସ୍ଥାନୀୟ ଲୋକଙ୍କ ମଙ୍ଗଳ ପ୍ରତ...

ଦାନଗଦୀ ବ୍ଲକ୍ ଗୋବର୍ଦ୍ଧନପୁର ବଜାରରେ ନୂତନ ଏଟିଏମ ସେବା ଉଦଘାଟି l

Image
ଯାଜପୁର /ଦାନଗଦୀ ତା ୦୪/୦୪ :- ବ୍ଲକ୍ ଗୋବର୍ଦ୍ଧନପୁର ପଞ୍ଚାୟତ , ଗୋବର୍ଦ୍ଧନପୁର ବଜାରରେ ଏକ ନୂତନ ଏଟିଏମ୍ ଉଦଘାଟିତ ହୋଇଅଛି l ଏହି ସେବା ଆରମ୍ଭ ହେବା ଦ୍ଵାରା ବ୍ଲକ୍ ଅଧିନ ୮ଗୋଟି ପଞ୍ଚାୟତର ହଜାର ହଜାର ଜନ ସାଧାରଣ ଏହାର ସୁଫଳ ପାଇବାକୁ ଯାଉଥିବାରୁ ଏଥିନେଇ ବେଶ ଖୁସି ଅନୁଭବ କରିଛନ୍ତି ।  ଗୋବର୍ଦ୍ଧନପୁର ଗ୍ରାମର ଯୁବଉଦ୍ଦୋଗୀ ସୁଜିତ୍ କୁମାର ବଳଙ୍କ ନିଜସ୍ଵ ଉଦ୍ୟମରେ ଆରମ୍ଭ କରାଯାଇଥିବା ଏହି ଏଟିମ୍ ସେବାକୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଗୋବର୍ଦ୍ଧନପୁର ଶାଖାର ପରିଚାଳକ ଟେକାନନ୍ଦ ଚାନ୍ଦ ଏବଂ ଟମକା ଥାନା ଏ ଏସ ଆଇ ଅମୀତା ପଣ୍ଡା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି l ପୂଜକ ଅଶୋକ କୁମାର ହୋତାଙ୍କ ଦ୍ଵାରା ବେଦ ମନ୍ତ୍ର ଗାନ କରାଯାଇ ଏହି ସେବାର ଶୁଭାରମ୍ଭ କରାଯାଇଛି l  ଅପରାହ୍ନରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଶିକ୍ଷାବିତ ଅକ୍ଷୟ କୁମାର ରାଉତ୍, କୁଳମଣି ଦତ୍ତ, ଦାମୋଦର ପୁହାଣ , ରାମଚନ୍ଦ୍ର ଚାନ୍ଦ, ପଞ୍ଚାନନ ବଳ, ବିଜୟ କୁମାର ଦତ୍ତ, ଗିରିଧାରୀ ଚାନ୍ଦ, ଦିଲ୍ଲୀପ କୁମାର ନାୟକ, ପଞ୍ଚାୟତ ସରପଞ୍ଚ ଶୁକଦେବ ମହାନ୍ତି, ସମ୍ବାଦ ପ୍ରତିନିଧି ହରିହର ବାରିକ୍ ପ୍ରମୂଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ l  ଗୋବର୍ଦ୍ଧନପୁର ବଣିକ ସଂଘ ପକ୍ଷରୁ କ୍ଷମାକର ସାହୁ, ସୁରେଶ କୁମାର ସାହୁ, ବିଦ୍ୟାଧର ସାହୁ, ଗିରିଧାରୀ ସାହୁ, ବିଜୟ କୁମାର ସାହୁ, ଚିତ୍ତରଂଜନ ସ...

ଦୁର୍ଲଭ କଳା ପରିଷଦ ମଣ୍ଡପ ଠାରେ "ଉଦୟବଟ" ତରଫରୁ ଉତ୍କଳ ଦିବସ ପାଳନ l

Image
ଯାଜପୁର /ବ୍ୟାସନଗର, ୦୩/୦୪ : - ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ ପ୍ଲାଂଟ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ପବିତ୍ର ଉତ୍କଳ ଦିବସ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଦିନରେ ଯାଜପୁର ଏକ ନୂତନ ଜିଲ୍ଲା ଭାବେ ଗଠିତ ହୋଇଥିବାରୁ ସେଥିପାଇଁ ଏଠାରେ ଆନନ୍ଦ ଉଲ୍ଲାସର ସହ ଜିଲ୍ଲାର ଜନ୍ମ ଦିନ ପାଳିତ ହୋଇଥିଲା । ନୂଆ ଆର୍ଥିକ ବର୍ଷ ୨୦୨୫-୨୬ର ଆଗମନକୁ ସ୍ୱାଗତ କରାଯାଇଥିଲା । ଏଥିସହ ବହୁ ପ୍ରତିକ୍ଷୀତ ‘ଯାଜପୁରରୋଡ ରେଳ ଡିଭିଜନ’ର ଘୋଷଣା ଯଥା ଶୀଘ୍ର କରାଯିବାକୁ ଏଠାରେ ସର୍ବସମ୍ମତି କ୍ରମେ ଦାବୀ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ତଥା ଜିଲ୍ଲା ଆଥ୍‌ଲେଟିକ ଆସୋସିଏସନର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ମୁଖ୍ୟ ବକ୍ତା, ସାପଗଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଜୀତ୍ କୁମାର ମହାପାତ୍ର ଏବଂ ମହାରାଷ୍ଠ୍ର ନାଗପୁରର ସାମାଜିକ କର୍ମୀ ସନ୍ଦୀପ୍ କୁମାର ଭୋଣ୍ଡେ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ପ୍ରାଚୀନ କିର୍ତୀରାଜି, ଐତିହ, ପରମ୍ପରା, ଭାଇଚାରା, ପର୍ଯ୍ୟାପ୍ତ ଜ୍ଞାନର ଭଣ୍ଡାର ଆଦି ଉପରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ...

ମେଗା ଏନ୍‌ସିସି ସାଇକ୍ଲୋଥନ ଉଦଯାପିତ l

Image
ଭୁବନେଶ୍ୱର, ତା ୦୩ /୦୪(ବ୍ୟୁରୋ ରିପୋର୍ଟ) :- ଓଡିଶାର ବିକାଶରେ ଯୁବ ପୀଢ଼ିଙ୍କ ଭୂମିକା ଗୁରୁତ୍ବପୂର୍ଣ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ଟି କହିଛନ୍ତି । ଆଜି ଏନ୍‌ସିସି ଗ୍ରୁପ୍ଡ କ୍ୱାଟରସ୍, କଟକଠାରେ  ଆୟୋଜିତ ମେଗା ଏନସିସି ସାଇକ୍ଲୋଥନର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଆମ ରାଜ୍ୟର ଏନସିସି କ୍ୟାଡେମାନେ ପରିବର୍ତ୍ତନଶୀଳ ଯାତ୍ରାର ଅଗ୍ରଭାଗରେ ରହିଛନ୍ତି ଯାହାକି ଗର୍ବର ବିଷୟ। ରାଜ୍ୟର ବିକାଶ ନିମନ୍ତେ ଶୃଙ୍ଖଳିତ, ଦାୟିତ୍ଵବାନ ଏବଂ ଦୂରଦୃଷ୍ଟି ସଂପନ୍ନ ଯୁବକ ଭାବରେ ଏନସିସି କ୍ୟାଡେମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ଵପୂର୍ଣ୍ଣ । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି, ବୈଷୟିକ ପ୍ରଗତି, ସମାଜ କଲ୍ୟାଣ କ୍ଷେତ୍ରରେ ପ୍ରତ୍ୟେକ ଯୁବକ ଜଣେ ଜଣେ ପରିବର୍ତ୍ତନର ମଶାଲ ହୁଅନ୍ତୁ। ଏନସିସିର ଆଦର୍ଶରେ ଅନୁପ୍ରାଣିତ ହୋଇ କର୍ତ୍ତବ୍ୟ ପଥରେ ଚାଲିବା ପାଇଁ ଅନ୍ୟମାନଙ୍କୁ ଅନୁପ୍ରେରିତ କରିବାକୁ ରାଜ୍ୟପାଳ  ଡ. କମ୍ଭମ୍‌ଟି ଆହ୍ୱାନ ଜଣାଇଛନ୍ତି । ସାଇକ୍ଲୋଥନ ସଂପର୍କରେ ରାଜ୍ୟପାଳ କହିଥିଲେ ଯେ ଏହା କେବଳ ଏକ ଶାରୀରିକ ଯାତ୍ରା ନୁହେଁ ବରଂ ଏହା ଆମର କ୍ୟାଡେମାନଙ୍କ ପାଇଁ ବର୍ତମାନର କର୍ତବ୍ୟ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତି । ସାଇକ୍ଲୋଥନ ମାଧ୍ୟମରେ କ୍ୟାଡ...

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଫ୍ରାନ୍ସ ରାଷ୍ଟ୍ରଦୂତ l

Image
ଭୁବନେଶ୍ୱର ତା୦୨/୦୪ (ବ୍ୟୁରୋ ରିପୋର୍ଟ) :- ଆଜି ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଶ୍ରୀ ଥିଏରୀ ମାଥୌ ଲୋକ ସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଓଡ଼ିଶା ଏବଂ ଫ୍ରାନ୍ସର ମଧ୍ୟରେ ଦୃଢ ସମ୍ପର୍କ ସ୍ଥାପନ ବିଷୟରେ ଆଲୋଚନା କରିଛନ୍ତି।  ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ପରିକଳ୍ପନାରେ ଓଡ଼ିଶାର ବିକାଶ ଏବଂ ଏହା ସହିତ ଓଡ଼ିଶାରେ ନିବେଶ, ଶିକ୍ଷା, ପର୍ଯ୍ୟଟନ ଓ ଅନ୍ୟାନ୍ୟ କ୍ଷେତ୍ରରେ ସୁଯୋଗ ସମ୍ପର୍କରେ ଆଲୋଚନା ହୋଇଥିଲା।  ଫ୍ରାନ୍ସ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ, ଓଡ଼ିଶା କିପରି ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ସେ ସମ୍ପର୍କରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।  

ଜାତୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ପ୍ରାକ୍ ପ୍ରାଥମିକ ପିଲାଙ୍କ ପାଇଁ ଶିଶୁ ବାଟିକା ଆରମ୍ଭ l

Image
ଭୁବନେଶ୍ୱର ତା ୦୨/୦୪(ବ୍ୟୁରୋ ରିପୋର୍ଟ) :- କୁନି କୁନି ପିଲାଙ୍କ ଆଖିରେ ଭରି ରହିଥିଲା ଅନେକ ସ୍ୱପ୍ନ । ସିଲଟ୍ ଓ ଖଡି ଧରି ସେମାନେ ବସିଥିଲେ ବଡଗଡ ଗାଁ ସ୍କୁଲର ପ୍ରାଙ୍ଗଣରେ। ସେମାନଙ୍କ ପାଖରେ ଯାଇ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ପିଲା ମାନଙ୍କୁ ଦେଖି ତାଙ୍କ ଭିତରେ ଛପି ରହିଥିବା ଶିକ୍ଷକର ସ୍ୱରୂପ ପୁଣି ଥରେ ଫୁଟିଉଠିଥିଲା । ସେ ପିଲାମାନଙ୍କ ହାତ ଧରି ଚକ୍‌ ଖଡିରେ ବୃତ୍ତ କାଟି ପିଲାଙ୍କ ଖଡି ଛୁଆଁ ଆରମ୍ଭ କରିଥିଲେ । ତା ପରେ ପ୍ରଥମ ଅକ୍ଷର ଭାବେ ‘ମା’ ଲେଖାଇ ଅକ୍ଷର ଶିକ୍ଷା ଆରମ୍ଭ କରିଥିଲେ । ଏହା ସହିତ ଆରମ୍ଭ ହୋଇଥିଲା ଶିଶୁ ବାଟିକା ଓ ପିଲାଙ୍କ ପ୍ରବେଶ ଉତ୍ସବ ।  ଶିକ୍ଷକତାରୁ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ଶିକ୍ଷକତାର ଅଭିଜ୍ଞତାରୁ ପିଲାଙ୍କ ସହିତ ବାର୍ତ୍ତାଳପ ଆରମ୍ଭ କରିଥିଲେ । ଖୁବ୍ ସହଜ ଭାବରେ ପିଲାଙ୍କ ମା’ଙ୍କ ନାଁ, ବାପାଙ୍କ ନାଁ, କଣ ଖାଇଚ… ଏମିତି ଅନେକ ପ୍ରଶ୍ନ ପଚାରି ପିଲାଙ୍କ ସହିତ ଭାବଗତ ସମ୍ପର୍କ ଯୋଡିଥିଲେ । ପିଲାମାନେ ମଧ୍ୟ ଖୁବ୍ ଉତ୍ସାହର ସହିତ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେଉଥିଲେ । ଏହା ମଧ୍ୟ ଥିଲା ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଏକ ବାର୍ତ୍ତା । ଛୋଟ ଛୋଟ ପିଲାଙ୍କ ମନୋଭାବକୁ ଠିକ୍ ଭାବେ ବୁଝି ସେମାନଙ୍କ ସହିତ ସହଜ ହୋଇ ଶିକ୍ଷା ପ୍ରଦାନ କଲେ ପିଲାମାନେ ଆଗ୍ରହରେ ଶିକ...

କଳାହାଣ୍ଡିରେ ଅନ୍ତ୍ୟୋଦୟ ଗୃହ ଯୋଜନାର ରାଜ୍ୟସ୍ତରୀୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ୱର ତା ୩୦/୦୩(ବ୍ୟୁରୋ ରିପୋର୍ଟ) : -୭୦ ଦଶକରୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ବଡ ସମସ୍ୟା ହୋଇ ରହିଛି। ଆଜି ମଧ୍ୟ ଅନେକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ। ଏ ସମସ୍ୟାର ସମାଧାନ ହେବ ଏବଂ ସମସ୍ତଙ୍କୁ ପକ୍କା ଘର ମିଳିବ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ସବୁଠାରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଘର ଦିଆଯିବ । ଆଜି କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।  ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ହିନ୍ଦୁ ନବ ବର୍ଷର ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଏହି ଯୋଜନା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ପାଇଁ ସମ୍ମାନର ସହ ବଞ୍ଚିବାକୁ ଆଶା ଓ ଭରସା ଯୋଗାଇଦେବ।  ମୁଖ୍ୟମନ୍ତ୍ରୀ କହିଥିଲେ , ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୨୦୧୮ ମସିହାରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେଇ ଏହି ସମସ୍ୟାର ସମାଧାନ ପାଇଁ ଘୋଷଣା କରିଥିଲେ । ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ସହରୀ ଓ ଗ୍ରାମୀଣ ଆଦି ଯୋଜନା କାର୍ଯ୍ୟକାରୀ ହେଉଛି । ଏହାକୁ ଆହୁରି ଜୋରଦାର କରାଯାଇ ଓଡିଶାରେ ଆମେ ଆରମ୍ଭ କରିଛୁ ଅନ୍ତ୍ୟୋଦୟ ଗୃହ ଯୋଜନା । ଏହା ଦ୍ୱାରା ସମସ୍ତଙ୍କ ପାଇଁ ଘର ସୁନିଶ୍ଚିତ କରାଯାଇ ପାରିବ ।  ଆଜି ପ୍ରଥମ ଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନା...