ବ୍ୟାସ ପ୍ରିଣ୍ଟମିଡ଼ିଆ ସଂଘର ଷଷ୍ଠ ବାର୍ଷିକ ଉତ୍ସବ ୬ରେ l
ବ୍ୟାସନଗର,୩୦.୦୯ : - ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଅଗ୍ରଣୀ ସାମ୍ବାଦିକ ସଂଘ ବ୍ୟାସ ପ୍ରିଣ୍ଟ ମିଡିଆ ସଂଘର ଷଷ୍ଠ ବାର୍ଷିକ ଉତ୍ସବ ଆସନ୍ତା ଅକ୍ଟୋବର ୬ ତାରିଖ ରବିବାର ପୂର୍ବାହ୍ନ ୧୦ ଟା ସମୟରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ସମବାୟ, ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତ, ମୁଖ୍ୟ ଅତିଥିଭାବେ ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା,ମୁଖ୍ୟ ବକ୍ତା ଭାବେ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼ର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବେ କୋରାଇ ବିଧାୟକ ଆକାଶ ଦାସ ନାୟକ ପ୍ରମୁଖ ଯୋଗଦେବେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାମାନଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ। ଏଥି ନିମନ୍ତେ ଆଜି ଚୂଡାନ୍ତ ପ୍ରସ୍ତୁତି ବୈଠକ ଉମାପଦା ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ବରିଷ୍ଠ ଉପଦେଷ୍ଠା ହାରାଧନ ବାନାର୍ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଉପଦେଷ୍ଠା ବରିଷ୍ଠ ସାମ୍ବାଦିକ ବାବୁରାମ ଜେନା, ଉଦୟନାଥ ଖଣ୍ଡାଇ, ସଭାପତି ଶରତ ପଥାଳ, ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ, ଉପସଭାପତି ପ୍ରଦ୍ୟୁମ୍ନ ବୋଇତେଇ, ଯଜ୍ଞଦତ୍ତ ତ୍ରିପାଠୀ,କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ, ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ, ସହ ...