ଓଡ଼ିଶା ପୋଲିସ ଦେଶର ଅନ୍ୟତମ ଦକ୍ଷ ପୋଲିସ ବାହିନୀ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀର ଦ୍ଵିତୀୟ ଦିନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । ପ୍ରଶାସନିକ କ୍ଷେତ୍ରରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କୁ ସୁଦୃଢ କରିବା ପାଇଁ ମୋହନ ସରକାର ଙ୍କ ବଡ ନିଷ୍ପତ୍ତି l ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡ଼ିଶା ପୋଲିସ ଦେଶର ଅନ୍ୟତମ ଦକ୍ଷ ପୋଲିସ ବାହିନୀ। ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମ, ନିଷ୍ଠା ଏବଂ ପ୍ରୟାସ ବଳରେ ଓଡ଼ିଶା ଆଜି ଶାନ୍ତିପ୍ରିୟ ରାଜ୍ୟ ଭାବେ ଉଭା ହୋଇଛି, ଏଥିପାଇଁ ସମସ୍ତଙ୍କ ପ୍ରୟାସକୁ ମୋର ସାଧୁବାଦ" । 
ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା, ଜନତାଙ୍କ ଧନଜୀବନକୁ ସୁରକ୍ଷିତ ରଖିବା, ଅପରାଧ ନିୟନ୍ତ୍ରଣ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଏହାକୁ ଗୁରୁତ୍ଵ ଦେଇ ଆଇନ ଶୃଙ୍ଖଳାକୁ ଆହୁରି ସଶକ୍ତ କରିବା ନିମନ୍ତେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବା ପାଇଁ ପ୍ରତିବଦ୍ଧ।
ପୂର୍ବ ସରକାରରେ ମହିଳା ବିରୋଧୀ ହିଂସା ଦଣ୍ଡହାର ମାତ୍ର ୯.୭୩% ଥିଲା, ଯେଉଁଭଳି ଭାବରେ ଓଡ଼ିଶାରେ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇଥିଲା ଏବଂ ତଦନ୍ତ ପ୍ରକ୍ରିୟାରେ ଅନିୟମିତତା ଦେଖାଦେଇଥିଲା, ତାହା ଥିଲା ଅତ୍ୟନ୍ତ ନୈରାଶ୍ୟଜନକ। ଆମ ସରକାର ଏଭଳି ଅପରାଧିକ କାର୍ଯ୍ୟ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ତ୍ଵରିତ୍ଵ ନ୍ୟାୟ ପ୍ରଦାନ କରିବା ପାଇଁ ସଂକଳ୍ପବଦ୍ଧ। ଏହିସବୁ ବାର୍ତ୍ତା ଓ ନିର୍ଦ୍ଦେଶ ପରେ ଓଡ଼ିଶାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବଦଲାଇପାରିବେ ବୋଲି ସମୀକ୍ଷକ ଓ ବୁଦ୍ଧିଜୀବୀମାନେ ମତଦିଅନ୍ତି l ଏହାର କାର୍ଯ୍ୟକାରିତା ଉପରେ ଆଗାମୀ ଦିନରେ ରାଜ୍ୟର ଜନସାଧାରଣଙ୍କ କି ସୁଫଳ ପାଇପାରିବେ ତାହା ଦେଖିବାକୁ ବାକି ରହିଲା l
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.