ଯାଜପୁର - ପେଶା ଶିକ୍ଷକତା କିନ୍ତୁ ନିଶା କବିତା

ଯାଜପୁର - ଗୁଣ ଥିଲେ ମଣିଷ ସବୁ ସ୍ଥାନରେ ସମ୍ମାନ ର ପାତ୍ର ହୋଇପାରେ l ସେହିଭଳି ଜଣେ ପ୍ରତିଭା ଆମ ନଜରରେ ଆସିଥିଲେ l ପେଶା ତାଙ୍କର ଶିକ୍ଷକତା କିନ୍ତୁ ନିଶା କବିତା ଓ ଶିଶୁସାହିତ୍ୟ ଲେଖା, ପ୍ରାଇମେରୀ ସ୍କୁଲରେ ଶିକ୍ଷୟତ୍ରୀ ଭାବେ ନିଜର କର୍ମମୟ ଜୀବନ ଭିତରେ ଲୁଚି ରହିଥିବା ପ୍ରତିଭାର ପରିଚୟ ଦେଇ ସେ ପାଇଛନ୍ତି ଅନେକ ସମ୍ମାନ l ଏବେବି ଜାରିରହିଛି ତାଙ୍କର ସାମାଜିକ ବିକାଶ କଳା ସାହିତ୍ୟ ଓ ସଂସ୍କୃତି ପ୍ରତି ପ୍ରଚେଷ୍ଟା l ତାଙ୍କ ରଚିତ ପୁସ୍ତକ ମଧ୍ୟରେ ଧନରେ ତୋରି ପାଇଁ, ତୁମରି ପରି ପିଲାଟିଏ ଶିଶୁକବିତା  ଛଡା,  ବ୍ୟଙ୍ଗ,  ସମାଲୋଚକ ଲେଖା  ବହୁତ ମର୍ମସ୍ପର୍ଶୀ l ସେ ହେଉଛନ୍ତି ଦାନଗଦି ବ୍ଲକ ଅନ୍ତର୍ଗତ ବାଘବିନ୍ଧା  ପ୍ରାଥମିକ ବିଦ୍ୟାଳୟ ର  ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରତିମା ରଥ l   R VISION 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !