ଯାଜପୁର - ସାଇରାତ ଉପରେ ଚଢାଉ...

ଯାଜପୁର /ସୁକିନ୍ଦା - ସୁକିନ୍ଦା ବ୍ଲକ ଅନ୍ତର୍ଗତ ବିଭିନ୍ନ ସରକାରୀ ସାଇରାତ୍ ଉପରେ ସୁକିନ୍ଦା ତହସିଲଦାର ଓ ଥାନା ଅଧିକାରୀ ଚଢ଼ାଉ କରିଥିବା ସୂଚନା ମିଳିଛି l ଗତ ୧୩ ତାରିଖରେ ସୁକିନ୍ଦା ଥାନା ଅଧିକାରୀ ଦୁଦୁଜୋରି ପଞ୍ଚାୟତରେ ଚଢ଼ାଉ କରି ବେଆଇନ୍ ମୋରମ୍ ଖୋଦନ ରେ ବ୍ୟବହୃତ ଦୁଇ ହାୱା ଏବଂ ସେମାନଙ୍କୁ ତେଲ ଯୋଗାଉ ଥିବା ଏକ ଜୀପ୍ କୁ  ଜବଦ କରିଥିବା ବେଳେ ୨୨ ତାରିଖ ଦିନ ସକାଳେ ହରିପୁର ମୌଜାର ଅତା, ବରତଣ୍ଡା ଅଞ୍ଚଳର ପାଣ୍ଡରା ନଦୀ ଘାଟ ଉପରେ ଚଢ଼ାଉ କରି ୧୫ ଟି ଗାଡ଼ିରେ ବେଆଇନ୍ ଭାବେ ବାଲି ଉତ୍ତୋଳନ ବେଳେ ୭ ଟି ଟ୍ରାକଟର କୁ ଧରିଛି ସୁକିନ୍ଦା ତହସିଲ l ଏହି ୭ ଟି ଟ୍ରାକଟର ମଧ୍ୟରୁ ୫ ଟି ଟ୍ରାକଟର ରେଜିଷ୍ଟର ନମ୍ବର ନ ଥିବାରୁ ସୁକିନ୍ଦା ଥାନା ଅଧିକାରୀ ଏ ନେଇ ଯାଜପୁର ଓ ଚଣ୍ଡିଖୋଲ ପରିବହନ ବିଭାଗ କୁ ଜଣାଇଥିଲେ l ଏହି ଚଢ଼ାଉ ରେ ସୁକିନ୍ଦା ତହସିଲଦାର ଡ. ବିଶ୍ଵଜିତ ଦାସ ଙ୍କ ସହ ଥାନା ଅଧିକାରୀ ବିଚିତ୍ରାନନ୍ଦ ସେଠୀ ଥିଲେ l ସୁକିନ୍ଦା ଅଞ୍ଚଳରେ ଲଘୁଖଣିଜ ମାଫିଆମାନେ ପଥର, ବାଲି ଓ ମୋରମ୍ ମାଫିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି ଏବଂ ଏଥିରେ ତହସିଲ ର କିଛି ଅସାଧୁ କର୍ମଚାରୀ ସାମିଲ ଥିବା ସାଧାରଣରେ ଆଲୋଚନା ହେଉଛି l Rita vision 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !