Jajpur, TATA କମ୍ପାନୀ ର ଶ୍ରମିକ ମାରଣ ନୀତି..

ଯାଜପୁର /ସୁକିନ୍ଦା - ସୁକିନ୍ଦା ବ୍ଲକ ଅନ୍ତର୍ଗତ ଟାଟା ଷ୍ଟିଲ କ୍ରୋମାଇଟ୍ ମାଇନ୍ସ ରେ ଦେଖାଯାଇଥିବା ଶ୍ରମିକମାନଙ୍କ ଧାରଣା ଏଯାବତ ଏହାର ସମାଧାନର ପନ୍ଥା ବାହାରିଲା ନାହିଁ l ଟାଟା କମ୍ପାନୀ ର ନିର୍ମଳ ଭାବମୂର୍ତ୍ତି ରେ ଆଜି ଶ୍ରମିକ ଶୋଷଣ ଦେଖିବାକୁ ମିଳିଛି l ସୁକିନ୍ଦା ଟାଟା ଷ୍ଟିଲ ମାଇନ୍ସ ରେ ଅଟୋୱାଲ୍ ଓ ଟାଟା କମ୍ପାନୀ ର ଶ୍ରମିକ ନିଜର ନ୍ୟାଯ୍ୟ ଦାବି ପାଇବାରୁ ବଞ୍ଚିତ ହେଉଛନ୍ତି l ଦୀର୍ଘ ଦିନ ହେଲା ଧାରଣା ଦେଇଥିଲେ ମଧ୍ୟ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ l ଏହି ମାମଲାରେ ଏବେ ମୁଣ୍ଡ ପୂରାଇଛନ୍ତି ବିଶ୍ଵ ମାନବାଧିକାର l ଏହି ଅବସରରେ ବିଶ୍ଵ ମାନବାଧିକାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଡ. ଅଭିନ୍ନ ହୋତା ଶ୍ରମିକମାନଙ୍କ ସହିତ ଆଲୋଚନା କରିଥିଲେ, I ଶ୍ରମିକମାନେ ଅଭିଯୋଗ କରିଛନ୍ତି କି ଟାଟା ଅଟୋ ୱାଲ୍ କମ୍ପାନୀ ଓ କାଳିଆପାଣି ପୋଲିସ ସେମାନଙ୍କୁ ବିଭିନ୍ନ ସମୟରେ ଧାରଣା ରୁ ନିବୃତ୍ତ ରହିବାକୁ ଧମକ ଦେଉଛନ୍ତି l ରାଷ୍ଟ୍ରୀୟ ଅଧ୍ୟକ୍ଷ ଟାଟା ଓ ଅଟୋୱାଲ୍ କମ୍ପାନୀ ମିଳିତ ଭାବେ ଭୁବନେଶ୍ବର ମାନବାଧିକାର ଠାରେ ଆଲୋଚନା କରି ତୁରନ୍ତ ଏହାର ସମାଧାନର ପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ l ଏହି ଧାରଣା ସ୍ଥଳରେ ମାନବାଧିକାର ସୁଶ୍ରୀ ମାହି ନିଖାତ, ଶ୍ରୀମତୀ ଦେବୀଦତ୍ତ ସାମନ୍ତରାୟ, ଶ୍ରୀମତୀ ଅନୁପମା ପାଢୀ, ଶ୍ରୀମତୀ ସଂଘମିତ୍ରା ମହାନ୍ତି, ଗୋପାଳ ଖଣ୍ଡୁଆଳ, ତୁଷାରକାନ୍ତ ଷଣ୍ଢ, ମନୋଜ କୁମାର ବେହେରା, ସନ୍ତୋଷ ବଳ ଏବଂ ହରେକୃଷ୍ଣ ଭଞ୍ଜ ଉପସ୍ଥିତ ଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !