Jajpur ବିଦ୍ୟୁତ୍ ଶ୍ରମିକମାନଙ୍କ ଗଣଧାରଣା..

ଯାଜପୁର /ବ୍ୟାସନଗର - ଯାଜପୁର ରୋଡ଼ ବିଦ୍ୟୁତ ବିଭାଗ ଶାଖା ରେ କାର୍ଯ୍ୟରତ ସମସ୍ତ ଶ୍ରମିକ ନିଜର କର୍ମମୟ ଜୀବନର ନ୍ୟାଯ୍ୟ ଅଧିକାର ପାଇଁ ଗଣଧାରଣା ରେ ବସିରହିଥିବା ଖବର ମିଳିଛି l ଯାଜପୁର ରୋଡ଼ ର ନେସ୍କୋ ବିଦ୍ୟୁତ ଶ୍ରମିକ କର୍ମଚାରୀ ମାନେ ଓଡିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି l ବିଦ୍ୟୁତ ଶ୍ରମିକ କର୍ମଚାରୀ ମାନଙ୍କୁ ସେମାନଙ୍କର ପ୍ରାପ୍ୟ ପାଉଣା ସଠିକ ସମୟରେ ନ ମିଳିବା, ସେମାନଙ୍କୁ ଅସୁରକ୍ଷିତ ଭାବରେ ଜୋରଜବରଦସ୍ତ ବିପଦପୂର୍ଣ୍ଣ କାଯ୍ୟ କରାଇବା, ବିନା କାରଣ ରେ ସଂଘର ଯୁଗ୍ମ ସମ୍ପାଦକ ଙ୍କୁ ଅନ୍ୟତ୍ର ବଦଳି କରିବା, କର୍ମଚାରୀଙ୍କ ବିଦ୍ୟୁତ ବିଲ୍ ସଂଶୋଧନ ନ କରିବା, ସେମାନଙ୍କୁ ବକେୟା ଦରମା ପ୍ରଦାନ ନ କରିବା, ଠିକା କର୍ମଚାରୀ ଙ୍କୁ ଧାର୍ଯ୍ୟ ଦରମା ପ୍ରଦାନ ନ କରିବା, କର୍ମଚାରୀଙ୍କ ସୁରକ୍ଷା କୁ ଦୃଷ୍ଟି ନ ଦେବା ଆଦି ବିଭିନ୍ନ ପ୍ରକାରର ଦାବି ନେଇ ଏହି ଗଣଧାରଣା ଜାରି ରହିଛି l  ଯଦି ନେସ୍କୋ କର୍ତ୍ତୃପକ୍ଷ ଏହି ଦାବି ପୂରଣ ନ କରନ୍ତି ତେବେ ଏହି ଗଣଧାରଣା ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରିରଖିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !