ଟାଟାଷ୍ଟିଲ କଳିଙ୍ଗନଗର କୁ ମିଳିଲା ୨୦୧୯ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର l

ଯାଜପୁର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଅବସ୍ଥିତ ଟାଟା ଷ୍ଟିଲ କୁ ମିଳିଛି ଜାତୀୟ ଶକ୍ତି ସଂରକ୍ଷଣ. ୨୦୧୯ ପୁରସ୍କାର l ଶିଳ୍ପ ଉତ୍ପାଦନ ର ତିନି ବର୍ଷ ମଧ୍ୟରେ ମିଳିଛି ଏହି ସମ୍ମାନଜନକ ପୁରସ୍କାର l ଟାଟାଷ୍ଟିଲ କଳିଙ୍ଗନଗର ଦେଶରେ ଦ୍ୱିତୀୟ ସମନ୍ଵିତ ଷ୍ଟିଲ କାରଖାନା ଭାବେ ମଧ୍ୟ ପୁରସ୍କୃତ ହୋଇଛି l
ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଳୟ ର ବ୍ୟୁରୋ ଚିପ୍ ଏନର୍ଜି ଏଫି ଏନ୍ସି ପକ୍ଷରୁ ନୂଆଦିଲ୍ଲୀରେ ବିଜ୍ଞାନ ଭବନ ଠାରେ ଡେସେମ୍ବର ୧୪ ତାରିଖ ଦିନ ଅନୁଷ୍ଠିତ କାଯ୍ୟକ୍ରମ ରେ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ (ସ୍ଵାଧୀନ ଦାୟିତ୍ବ) ଶ୍ରୀଯୁକ୍ତ ଆର୍. କେ. ସିଂହ ଏହି ପୁରସ୍କାର ପ୍ରଦାନ କରିଥିଲେ l ଏହି ଅବସରରେ ଦେଶର ମୋଟ ୧୪ ଟି ଇସ୍ପାତ କାରଖାନା ଭାଗ ନେଇଥିଲେ l ବିଗତ ୩ ବର୍ଷ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର ୨୧୪ ନିୟୁତ ୟୁନିଟ୍ ଶକ୍ତି ସଞ୍ଚୟ କରି ରେକର୍ଡ ସୃଷ୍ଟି କରିପାରିଛି l ଟାଟା କମ୍ପାନୀ ପକ୍ଷରୁ ଶ୍ରୀଯୁକ୍ତ ଶଙ୍କର ବିଶ୍ୱାସ (ୟୁଟିଲିଟିସ ଆଣ୍ଡ୍ ପାୱାର ସିଷ୍ଟମ ଟାଟା ଷ୍ଟିଲ କଳିଙ୍ଗନଗର) ଶ୍ରୀଯୁକ୍ତ ମଙ୍ଗଲ୍ ଦେଓ ପଣ୍ଡିତ (ଇନ୍ଧନ ପରିଚାଳନା ମୁଖ୍ୟ) ଏହି ପୁରସ୍କାର ଗ୍ରହଣ କରିଥିଲେ l RITA vision News 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !